ଭୁବନେଶ୍ବର (ଭିଓଭି): ଡାକିନ ବିଶ୍ବବିଦ୍ୟାଳୟ ଦ୍ଵାରା ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ମିଶ୍ରଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି। ଭାରତରେ ଶିକ୍ଷା, ଦକ୍ଷତା ବିକାଶ ଓ ସାମାଜିକ ଉଦ୍ୟୋଗରେ ଉଲ୍ଲେଖନୀୟ ଅବଦାନ ତଥା ଗତ ୧୫ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଅନୁଷ୍ଠାନ ସହ ସହଭାଗିତା କାର୍ଯ୍ୟରେ ପ୍ରମୁଖ ଭୂମିକା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଫେସର ମିଶ୍ରଙ୍କ ଶିକ୍ଷା ଓ ଦକ୍ଷତା ବିକାଶର ଅଦମ୍ୟ ପ୍ରତିବଦ୍ଧତାର ଏକ ପ୍ରମାଣ। ଯାହା ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟରେ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ଵ ଓ ଗ୍ରାମ ତରଙ୍ଗ ସାମାଜିକ ଉଦ୍ୟୋଗ ଭଳି ଅନୁଷ୍ଠାନର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆର ଅନୁଷ୍ଠାନ ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ପ୍ରଫେସର ମିଶ୍ରଙ୍କ ଉତ୍ସର୍ଗୀକୃତତା ତାଙ୍କର ଶିକ୍ଷାଗତ ତଥା ସାଂସ୍କୃତିକ ଆଦାନପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦକ୍ଷତା ବିକାଶରେ ପ୍ରଫେସର ମିଶ୍ରଙ୍କ ଅଗ୍ରଣୀ ପ୍ରୟାସ, ବିଶେଷକରି ବିଦ୍ୟାଳୟ, କଲେଜ, ବିଶ୍ବବିଦ୍ୟାଳୟ ଓ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ସମସ୍ତ କ୍ୟାମ୍ପସ୍ରେ ଦିଆଯାଉଥିବା ଦକ୍ଷତା ଭିତ୍ତିକ ଶିକ୍ଷାକୁ ନୀତି ଆୟୋଗ ଏବଂ ବିଶ୍ବବ୍ୟାଙ୍କ ପରି ସମ୍ମାନଜନକ ସଂଗଠନ ଦ୍ଵାରା ବହୁ ପ୍ରଶଂସା କରାଯାଇଛି।
