• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଓଡ଼ିଶାରେ ୬,୬୦୦ କୋଟି ଟଙ୍କାର ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ନୀତିନ ଗଡକରୀ

by Voice of Victims
February 15, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶାରେ ୬,୬୦୦ କୋଟି ଟଙ୍କାର ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ନୀତିନ ଗଡକରୀ

ଭୁବନେଶ୍ଵର: ଓଡ଼ିଶାର ସମୃଦ୍ଧି ପାଇଁ ଉନ୍ନତ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ପୁରୀ ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬,୬୦୦ କୋଟି ଟଙ୍କା ବ୍ୟୟରେ ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଉଦଘାଟନ ଓ ଶିଳାନ୍ୟାସ ସମାରୋହରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆଇଟିଡିସି ଅଧ୍ୟକ୍ଷ ସମ୍ବିତ ପାତ୍ରଙ୍କ ସମେତ ସାଂସଦ, ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲରୁ ଭଦ୍ରକ ସେକ୍ସନର ୬ ଲେନ୍ କାମ ଓ ୪୯ ନମ୍ବର ଜାତୀୟ ରାଜପଥର ବାହରାଗୋଡ଼ା-ସିଂଗଡ଼ା ସେକ୍ସନର ୪ ଲେନ୍ କାମ ରହିଛି। ଏହି ପ୍ରକଳ୍ପଗୁଡିକ ଯାତ୍ରା ସମୟ ହ୍ରାସ କରିବ ଏବଂ ଇନ୍ଧନ ସଞ୍ଚୟ କରିବ। ଏଥିସହିତ ପୂର୍ବ ଉପକୂଳରେ ଥିବା ବନ୍ଦରଗୁଡ଼ିକ ସହ ସହଜରେ ଯୋଗାଯୋଗ ସୁବିଧା ହେବ, ଯାହା ଶିଳ୍ପ କାର୍ଯ୍ୟକଳାପକୁ ବଢ଼ାଇବ। ଓଡ଼ିଶାକୁ ବିକାଶର ନୂଆ ଗତି ଦେବା ଲକ୍ଷ୍ୟରେ ୨୬ଟି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏଗୁଡ଼ିକ ବ୍ୟତୀତ ଅନ୍ୟ ୧୩ଟି ପ୍ରକଳ୍ପ ଉପରେ ମଧ୍ୟ କାମ ଆରମ୍ଭ ହେଉଛି। ଏହି ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ। ସେହିପରି ଶ୍ରୀଜଗନ୍ନାଥ ଧାମ ଓ କୋଣାର୍କ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଯାତ୍ରା ସୁରକ୍ଷିତ ଓ ଠିକ୍ ସମୟରେ ସମ୍ପନ୍ନ ହେବ। ଅନ୍ୟ ରାଜ୍ୟ ମଧ୍ୟରେ ଓଡ଼ିଶାର ଯୋଗାଯୋଗରେ ସୁଧାର ଆସିବ। ଖଣି ଖନନ ଏବଂ କଞ୍ଚାମାଲ ପାଇଁ ବନ୍ଦରଗୁଡିକ ସହ ଯୋଗାଯୋଗ ସହଜ ହେବ। ଏହା ଦ୍ୱାରା ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବ। ସେହିପରି ରେଳ ପୋଲ ନିର୍ମାଣ ହେଲେ ଯାତାୟାତ ସୁରକ୍ଷିତ ଓ ଗତିଶୀଳ ହେବ।

Post Views: 28
Tags: Nitin Gadkari inaugurated and laid the foundation stone for 28 national highway projects worth Rs 6
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In