• About Us
  • Contact Us
Wednesday, July 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ

by Voice of Victims
July 8, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍‌ର ସମାଲୋଚକମାନଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ଦେଶରେ E20 ପେଟ୍ରୋଲ୍ (୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ଇନ୍ଧନ) ବିକ୍ରିକୁ ବାଧ୍ୟତାମୂଳକ କରାଯିବା ପରେ ଗାଡ଼ିର ମାଇଲେଜ୍ କମିଯାଉଥିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେଉଥିବା ନେଇ ଅଭିଯୋଗ ହେଉଛି। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ଯଦି ଏହି ଇନ୍ଧନ ଯୋଗୁଁ କୌଣସି ଗୋଟିଏ ବି ଗାଡ଼ି ଖରାପ ହୋଇଛି, ତେବେ ତାର ନାଁ ସାମ୍ନାକୁ ଅଣାଯାଉ।

ନୂଆଦିଲ୍ଲୀରେ ଆୟୋଜିତ ‘ବିକଶିତ ଭାରତ’ ସମ୍ମିଳନୀକୁ ସମ୍ବୋଧିତ କରି ଗଡ଼କରୀ କହିଛନ୍ତି ଯେ, କୋଇଲା ଏବଂ ପେଟ୍ରୋଲ୍ ଭଳି ଜୀବାଶ୍ମ ଇନ୍ଧନ ଉପରେ ଭାରତର ନିର୍ଭରଶୀଳତା ଦେଶର ଅର୍ଥନୀତି ଉପରେ ଏକ ବଡ଼ ବୋଝ। ଇନ୍ଧନ ଆମଦାନୀ ପାଇଁ ଭାରତକୁ ବାର୍ଷିକ ପ୍ରାୟ ୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ଏବଂ ଏହା ପରିବେଶ ପାଇଁ ମଧ୍ୟ ବିପଦ । ତେଣୁ ଦେଶର ପ୍ରଗତି ପାଇଁ ସ୍ୱଚ୍ଛ ଶକ୍ତି ଆପଣାଇବା ନିହାତି ଜରୁରୀ।

ସେ କହିଛନ୍ତି, ‘E20 ପେଟ୍ରୋଲ୍ ଯୋଗୁଁ କୌଣସି କାରରେ ସମସ୍ୟା ଆସିଥିବା ନେଇ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। କଣ ଦେଶରେ ଏମିତି କୌଣସି ଗାଡ଼ି ଅଛି ? କେବଳ ଗୋଟିଏ ଗାଡ଼ିର ନାଁ କୁହନ୍ତୁ। ଅଧିକ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ବ୍ୟବହାରକୁ ନେଇ ବଜାରରେ ଭୁଲ୍ ତଥ୍ୟ ଏବଂ ଗୁଜବ ପ୍ରଚାର କରାଯାଉଛି। ଟଙ୍କା ଦେଇ ଏଭଳି ପେଡ୍ କ୍ୟାମ୍ପେନ୍ ଚଲାଯାଉଛି।’‘୨୦% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ହାସଲ’ଭାରତ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ କରିବାର ସଫଳ ଲକ୍ଷ୍ୟ ହାସଲ କରିସାରିଛି।

ଏହାଦ୍ୱାରା ଅଶୋଧିତ ତୈଳ ଆମଦାନୀ ଉପରେ ଦେଶର ନିର୍ଭରଶୀଳତା କମିବା ସହ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ହ୍ରାସ ପାଇଛି। ଇଥାନଲକୁ ମୁଖ୍ୟତଃ ଆଖୁ, ମକା କିମ୍ବା ଧାନ ଭଳି ବାୟୋମାସ୍‌ରୁ ପ୍ରସ୍ତୁତ କରାଯାଏ।ଭାରତରେ ଗାଡ଼ି ଚାଳକମାନଙ୍କ ପାଖରେ ପେଟ୍ରୋଲ୍ ପମ୍ପରେ ଅଲଗା ପ୍ରକାରର ଇନ୍ଧନ ବାଛିବାର ବିକଳ୍ପ ନଥାଏ, ମାତ୍ର ବ୍ରାଜିଲରେ ଗ୍ରାହକମାନେ ନିଜ ପସନ୍ଦ ଏବଂ ବଜେଟ୍ ଅନୁସାରେ ଭିନ୍ନ ଭିନ୍ନ ଦାମ୍‌ର ଇନ୍ଧନ ବାଛିପାରନ୍ତି।

ବ୍ରାଜିଲ୍‌ର ନିୟମ ଅନୁଯାୟୀ, ଯେଉଁ ଇନ୍ଧନରେ ଅଧିକ ଇଥାନଲ୍ ମିଶ୍ରିତ ଥାଏ, ତାର ମୂଲ୍ୟରେ ରିହାତି ମିଳିଥାଏ।ପରିବାର ଉପରେ ଲାଗିଥିବା ଅଭିଯୋଗର ଜବାବନୀତିନ ଗଡକରୀଙ୍କ ପରିବାର ସଦସ୍ୟଙ୍କ କମ୍ପାନୀଗୁଡ଼ିକ ଇଥାନଲ୍ ଉତ୍ପାଦନ କାର୍ଯ୍ୟରେ ଜଡ଼ିତ ଅଛନ୍ତି ଏବଂ ସେଥିପାଇଁ ସେ ଇଥାନଲ୍ ବ୍ୟବହାର ଉପରେ ଅଧିକ ଜୋର୍ ଦେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ।

ଏହି ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପରିବାରର ଚିନି କଳ ରହିଛି ସତ, କିନ୍ତୁ ସେମାନଙ୍କ ବ୍ୟବସାୟ କେବଳ ଇଥାନଲ୍ ଉତ୍ପାଦନ ଉପରେ ନିର୍ଭରଶୀଳ ନୁହେଁ। ଦେଶରେ ବର୍ତ୍ତମାନ ପ୍ରଚୁର ପରିମାଣରେ ଇଥାନଲ୍ ଉପଲବ୍ଧ ଅଛି ଏବଂ ମକାରୁ ଇଥାନଲ୍ ତିଆରି କରାଯିବା ଯୋଗୁଁ ଉତ୍ତର ପ୍ରଦେଶ ଓ ବିହାରର ଚାଷୀମାନେ ପ୍ରାୟ ୪୫,୦୦୦ କୋଟି ଟଙ୍କାର ଅତିରିକ୍ତ ଆୟ କରିପାରିଛନ୍ତି।

Post Views: 16
Share197Tweet123Send
Voice of Victims

Voice of Victims

Recent Posts

  • ବନ୍ଦ ହୋଇପାରେ ୟୁକ୍ରେନ ଯୁଦ୍ଧ; ପୁଣି ଆଲୋଚନା ପାଇଁ ପୁଟିନ ଏବଂ ଟ୍ରମ୍ପ ରାଜି, ସୂଚନା ଦେଲା କ୍ରେମଲିନ୍‌
  • କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ
  • ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ: ମୋହନ ଚରଣ ମାଝୀ
  • ଏବେ କମିଲା, ଆଗକୁ ପୁଣି ଛେଚିବ ବର୍ଷା : ଜୁଲାଇ ୯ରେ ଖୋଲିବ ହୀରାକୁଦ, ମହାନଦୀରେ ବଢିବ ପାଣି
  • BJPରେ ମିଶିବେ ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପରେ ଧରିବେ ପଦ୍ମ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In