• About Us
  • Contact Us
Monday, August 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ

by Voice of Victims
August 31, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ

ଭୁବନେଶ୍ୱେର : ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ । କେରଳର ତିରୁବନନ୍ତପୁରମସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ଥିଲେ। ସେ ଓଡ଼ିଶା ପୋଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। ଶେଷ ସମୟରେ ସେ CID-Crime Branchର IG ଭାବେ ଦାୟିତ୍ୱ ତୁଲାଉଥିଲେ। କିଛି ସମୟ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ବେଳେ କେରଳରେ ତାଙ୍କର ଚିକିତ୍ସା ଚାଲିଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କେରଳର ମୂଳ ବାସିନ୍ଦା ଶେଫିନ୍ ଅହମ୍ମଦ ଇଣ୍ଟର-କ୍ୟାଡର ଡେପୁଟେସନରେ କେରଳରେ ମଧ୍ୟ ଦୀର୍ଘ ସମୟ କାର୍ଯ୍ୟ କରିଥିଲେ। ସେଠାରେ ତିରୁବନନ୍ତପୁରମ ରୁରାଲ୍ SP ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଓଡ଼ିଶାରେ HRPC, Fire Services & Home Guards ଓ CID-Crime Branch ସମେତ ବିଭିନ୍ନ ବିଭାଗରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ଜଣେ ଦକ୍ଷ ଓ ଅଭିଜ୍ଞ ପୋଲିସ ଅଧିକାରୀ ଭାବେ ତାଙ୍କର ପରିଚୟ ରହିଥିଲା। ବିଶେଷକରି ସାଇବର ଅପରାଧ ଓ ଅପରାଧ ତଦନ୍ତ କ୍ଷେତ୍ରରେ ସେ ସକ୍ରିୟ ଥିଲେ। ଶେଫିନ୍ ଅହମ୍ମଦଙ୍କ ଅକାଳ ବିୟୋଗରେ ଓଡ଼ିଶା ପୋଲିସରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା, ମେଧାବୀ ଛାତ୍ରୀ ସ୍ୱୟଂ ଶ୍ରୀୟାଙ୍କୁ ମେଧା ସମ୍ବର୍ଦ୍ଧନା
  • ନେପାଳରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, କରାଯାଉଛି ଅନ୍ତିମ ସଂସ୍କାର
  • ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ
  • ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ, ଜାରି ହେଲା ରେଡ ଆର୍ଲଟ
  • ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In