• About Us
  • Contact Us
Monday, August 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, କରାଯାଉଛି ଅନ୍ତିମ ସଂସ୍କାର

by Voice of Victims
August 31, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ନେପାଳରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, କରାଯାଉଛି ଅନ୍ତିମ ସଂସ୍କାର

ନେପାଳ : ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା । ୪୨୦୦ରୁ ଅଧିକ ନିଖୋଜ । ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ରସୁୱା ତଥା ଆଖପାଖ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି । ଅନେକ ଅଞ୍ଚଳରେ ପାଣି ବଢିବା ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇଛି । ରବିବାର ଦିନ ଅନେକ ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କାର୍ଯ୍ୟ କରାଯାଇଛି । ୯,୪୩୫ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ନେପାଳ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ ସୂଚନା ବର୍ତ୍ତମାନ ସୁଦ୍ଧା ୯୦୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାୟ ୪,୨୪୭ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି । ବନ୍ୟା ଯୋଗୁଁ ଚିତୱନରେ ସର୍ବାଧିକ ୨୭୨, ପୂର୍ବ ନବଲପରାସୀରେ ୨୦୭, ପଶ୍ଚିମ ନବଲପରାସୀରେ ୧୫୧ ଏବଂ ନୁୱାକୋଟରେ ୯୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୫୯୨ ଜଣ ବିଦେଶୀ ନାଗରିକଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ଜଳବିଦ୍ୟୁତ ପ୍ରକଳ୍ପ କର୍ମଚାରୀ ଓ ସୁରକ୍ଷା କର୍ମୀ ସାମିଲ ଅଛନ୍ତି ।

ଜଳବିଦ୍ୟୁତ୍ ପ୍ରକଳ୍ପର ୯୩୩ କର୍ମଚାରୀ ନିଖୋଜ ଥିବା ସୂଚନା ରହିଛି । ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳ ସେନା, ନେପାଳ ପୋଲିସ ଏବଂ ସଶସ୍ତ୍ର ପୋଲିସ ବଳର ପ୍ରାୟ ୨୦ ହଜାର ୮୧୧ ଯବାନ ନିୟୋଜିତ ଅଛନ୍ତି । ହେଲିକପ୍ଟର ଓ ବିମାନ ଯୋଗେ ୪୧୧ ଥର ଉଡ଼ାଣ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୧୦,୪୫୧ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି, ଯେଉଁଥିରେ ଭାରତୀୟଙ୍କ ସମେତ ଅନେକ ବିଦେଶୀ ନାଗରିକ ରହିଛନ୍ତି । ଅଚିହ୍ନା ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ୨୧ଟି ଡାକ୍ତରଖାନାରେ ସଂରକ୍ଷିତ ରଖାଯାଇ ପ୍ରକ୍ରିୟା ଜାରି ରହିଛି ।

ବନ୍ୟା ପରେ ମୃତ୍ୟୁ ସଂଖ୍ୟା ବଢିବା ଯୋଗୁଁ ନେପାଳ ସାମ୍ନାରେ ଆଉ ଏକ ଚ୍ୟାଲେଞ୍ଜ ଆସିଛି । ଅନେକ ମୃତଦେହ ପରିଚୟ ମିଳୁନି । ତେଣୁ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ପୂରଣ ହେବା ପରେ ସାମୂହିକ ଭାବେ ଅନ୍ତିମ ସଂସ୍କାର କରାଯାଉଛି ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା, ମେଧାବୀ ଛାତ୍ରୀ ସ୍ୱୟଂ ଶ୍ରୀୟାଙ୍କୁ ମେଧା ସମ୍ବର୍ଦ୍ଧନା
  • ନେପାଳରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, କରାଯାଉଛି ଅନ୍ତିମ ସଂସ୍କାର
  • ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ
  • ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ, ଜାରି ହେଲା ରେଡ ଆର୍ଲଟ
  • ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In