• About Us
  • Contact Us
Sunday, July 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ତେଜ ପ୍ରତାପ ଯାଦବ

by Voice of Victims
July 26, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ତେଜ ପ୍ରତାପ ଯାଦବ

ପାଟନା : ବିହାର ବନ୍ଦ ବେଳେ ପ୍ରଦର୍ଶନ ବେଳେ ପୋଲିସ ସହ ମୁହାଁମୁହିଁ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ପୋଲିସ ଗିରଫ କରିଛି । ମାମଲାରେ ତେଜ ପ୍ରତାପ ଯାଦବଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇ ଦେଇଛି । ଶନିବାର ବିଳମ୍ବିତ ରାତ୍ରରେ ତାଙ୍କୁ ଗିରଫ କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା । ଏହାପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଖବର ମୁତାବକ, ନିଟ୍ ପେପର ଲିକ୍ ଏବଂ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସର ଆକ୍ରମଣକୁ ବିରୋଧ କରି ଶନିବାର ବିହାର ବନ୍ଦ ଡାକରା ଦିଆଯାଇଥିଲା । ତେଜ୍ ପ୍ରତାପ ବନ୍ଦ ସମର୍ଥନରେ ଛାତ୍ରଙ୍କ ସହ ରାମଗୁଲାମ ଛକରେ ପହଁଚିବା ସହ ରାସ୍ତାରେ ଧାରଣା ଦେଇଥିଲେ । ଏହାପରେ ପ୍ରଦର୍ଶନକାରୀ ଡାକବଙ୍ଗଳା ଛକ ଆଡେ ଶୋଭାଯାତ୍ରା ବାହାର କରିଥିଲେ । କିନ୍ତୁ ପ୍ରଦର୍ଶନୀ ପଥ ନିକଟରେ ସେମାନଙ୍କୁ ଅଟକ ରଖାଯାଇଥିଲା । ଘଟଣା ପରେ ତେଜ ପ୍ରତାପ ସନ୍ଧ୍ୟାରେ ଏକ ସପିଂ ମଲ୍ ଯାଇଥିଲେ । ସେଠାରେ ପାଟନା ପୋଲିସର ଏକ ଟିମ୍ ପହଁଚି ତାଙ୍କୁ ଗିରଫ କରିଥିଲା ।

ପୋଲିସ ଗିରଫ କରି ନେବା ବେଳେ ତେଜ ପ୍ରତାପ ଯାଦବ ପୋଲିସ ଗାଡ଼ିରେ ଯିବା ବେଳେ କହିଥିଲେ, ଆମେ ଛାତ୍ରମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ରହିଛୁ । ଯଦି ଆବଶ୍ୟକତା ପଡେ, ଛାତ୍ରଙ୍କ ଅଧିକାର ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ରହିଛୁ । ତେଜ ପ୍ରତାପ ଯାଦବ ପ୍ରଦର୍ଶନରେ ସାମିଲ ହେବା ପୂର୍ବରୁ ନିଟ୍ ପେପର ଲିକ୍ ପ୍ରସଙ୍ଗ ଉପରେ ଛାତ୍ରଙ୍କ ଦାବିକୁ ସମର୍ଥନ କରିଥିଲେ । ସେ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମାଗିଥିଲେ ।

ସୂଚନାଯୋଗ୍ୟ, ବିହାର ବନ୍ଦ ବେଳେ ଛାତ୍ର ସଙ୍ଗଠନମାନେ ବିଭିନ୍ନ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରିଥିଲେ । ଅନେକ ସ୍ଥାନରେ ପ୍ରଦର୍ଶନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ । ଅନେକ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । କିଛି ସ୍ଥାନରେ ପୋଲିସ ଉପରକୁ ପଥର ମାଡ଼ ମଧ୍ୟ ହୋଇଥିଲା । ଆନ୍ଦୋଳନ ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • Akshar Yoga Kendraa’s Divine Mahaprabhu Prasad Seva During Shri Jagannath Ratha Yatra 2026
  • ଦ୍ୱିତୀୟ ଶ୍ରୀକ୍ଷେତ୍ରର ସିଂହଦ୍ୱାରରେ ଲାଗିଲା ତିନି ରଥ, ଲକ୍ଷ୍ମୀ–ନାରାୟଣ ଭେଟରେ ଭକ୍ତିମୟ ପରିବେଶ; ଅଧର ପଣା ଓ ପହଣ୍ଡି ବିଜେ ପାଇଁ ପ୍ରସ୍ତୁତି
  • ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’
  • ବଡ ଏକାଦଶୀରେ ଦ୍ୱୀତିୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ରୂପା ବେଶରେ ସଜେଇ ହେଲେ ତିନି ଠାକୁର, ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ
  • ଅନ୍ତର୍ଜାତୀୟ ମାନବ ଅଧିକାର ଫୋର୍ସ ର ଘୋଷଯାତ୍ରା ରେ ଭକ୍ତ ସେବା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In