କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ନୂଆବଜାର ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଧର ପଣ୍ଡା, କୁରେଶ ପାତ୍ର, ସାଧୁଚରଣ ସ୍ବାଇଁ, ରାମଚନ୍ଦ୍ର ସାହୁ, ଲକ୍ଷ୍ମଣ କରଣ, ଦେବାଶିଷ ପ୍ରଧାନ, ପବିତ୍ର ପାତ୍ର, ସନ୍ତୋଷ ଦାଶ, ସୁଧୀର ନନ୍ଦ, କବିତା କରଣ, କବିତା ରାଉଳ, ମୋନାଲିସା ଦାଶ, ଗୀତାଞ୍ଜଳି ଦାସ, ପ୍ରତିମା ମିଶ୍ର, ବିନୋଦିନୀ ଦେହୁରୀ, ଆରତୀ ଜେନା ଓ ସୁପ୍ରିୟା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାଗର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜଗନ୍ନାଥ ଅଷ୍ଟକମ୍ ଓ ଗୀତା ପାଠ ସହ ସାମୁହିକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା।
