• About Us
  • Contact Us
Wednesday, July 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମହାନଦୀରେ ମଧ୍ୟମ ବନ୍ୟା ଆଶଙ୍କା, ନଦୀକୂଳିଆ ଲୋକଙ୍କୁ ସତର୍କ କଲା ପ୍ରଶାସନ

by Voice of Victims
July 29, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମହାନଦୀରେ ମଧ୍ୟମ ବନ୍ୟା ଆଶଙ୍କା, ନଦୀକୂଳିଆ ଲୋକଙ୍କୁ ସତର୍କ କଲା ପ୍ରଶାସନ

ଭୁବନେଶ୍ବର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ତଳିଆ ଅଞ୍ଚଳ ଲାଗି ସତର୍କ ସୂଚନା । ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ଥିବା କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୯ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବାର ସମ୍ଭାବନା ରହିଛି । ମହାନଦୀର ଶାଖା ତେଲନଦୀ, ଦୟାନଦୀରେ ବନ୍ୟା ଆଶଙ୍କା ଥିବାରୁ ଉପକୂଳିଆ ଲୋକ ଛାନିଆ ହୋଇପଡ଼ିଛନ୍ତି । ବାଙ୍କୀର ଚନ୍ଦ୍ରପା ଓ ରଣ ନଦୀରେ ପାଣି ବଢୁଥିବାରୁ ତାଳବସ୍ତ ରାସ୍ତାରେ ପାଣି ଚାଲୁଛି ।

ମହାନଦୀରେ ଆସୁଛି ବନ୍ୟା । ମଧ୍ୟମ ଧରଣର ବନ୍ୟା ଆଶଙ୍କା । ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା। ଉପରମୁଣ୍ଡରେ ଲଗାଣ ବର୍ଷା ଓ ନଦୀଗୁଡ଼ିକରେ ବଢ଼ୁଥିବା ଜଳପ୍ରବାହକୁ ଦୃଷ୍ଟିରେ ରଖି ମହାନଦୀରେ ମଧ୍ୟମ ଧରଣର ବନ୍ୟା ନେଇ ସତର୍କ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ତେଲ ନଦୀ ଅବବାହିକା, ବଲାଙ୍ଗିର ଓ ଖଇରମାଳ କ୍ୟାଚମେଣ୍ଟ ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ।

ଏହି ବର୍ଷା ଯୋଗୁଁ ଉପରମୁଣ୍ଡରୁ ଆସୁଥିବା ଜଳର ପରିମାଣ ଦ୍ରୁତ ଗତିରେ ବଢ଼ୁଛି। ଫଳରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୯ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବାର ସମ୍ଭାବନା ରହିଛି। ଏଥିଯୋଗୁଁ ମହାନଦୀ ଓ ଦୟା ନଦୀର ତଳମୁଣ୍ଡ ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଦେଖାଦେଇପାରେ। ବିଶେଷକରି ନିମାପଡ଼ା, କଣାସ, ଗୋପ ଓ ଅସ୍ତରଙ୍ଗ ଭଳି ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରାଯାଇଛି ।

ଲଗାଣ ବର୍ଷାରେ ଫୁଲୁଛି ମହାନଦୀ । ମହାନଦୀ ଓ ଶାଖା ନଦୀ ତେଲନଦୀରେ ବଢୁଛି ଜଳସ୍ତର । ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବାରୁ ନଦୀକୂଳିଆ ଲୋକ ଭୟଭୀତ। ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ବର୍ଷା ଲାଗି ରହିଛି l ମହାନଦୀ ଦୁଇ କୂଳ ଖାଇ ପ୍ରଭାବିତ ହେଉଥିବାରୁ ନଦୀ ଭିତରକୁ ଯିବା ପାଇଁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।

ଏକର ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ସତର୍କ ନଜର ରଖାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ନିଆଯିବ। ମହାନଦୀ ଅବବାହିକାରେ ଥିବା କଟକ ଜିଲ୍ଲା ବାଙ୍କୀର ଚନ୍ଦ୍ରପା ଓ ରଣ ନଦୀ ଫୁଲୁଥିବା ବେଳେ ବାଙ୍କୀ-ତାଳବସ୍ତ ରାସ୍ତାରେ ପାଣି ଚାଲୁଛି । ଶହ ଶହ ହେକ୍ଟର ଧାନ ଫସଲ ଓ ପରିବା ଫସଲ ଜମି ବୁଡ଼ି ରହିଛି। ଫଳରେ ଚିନ୍ତାରେ ଚାଷୀ ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬
  • ‘ବନ୍ଦେ ମାତରମ୍’ ଅସମ୍ମାନ କଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜରିମନା ହୋଇ ପାରେ
  • ବନ୍ୟା ପାଇଁ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ, ସାପ କାମୁଡା ପାଇଁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ
  • ମହାନଦୀରେ ମଧ୍ୟମ ବନ୍ୟା ଆଶଙ୍କା, ନଦୀକୂଳିଆ ଲୋକଙ୍କୁ ସତର୍କ କଲା ପ୍ରଶାସନ
  • ରଣପୁର ପୋଲିସର ବଡ଼ ସଫଳତା: ୫.୫ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In