• About Us
  • Contact Us
Sunday, September 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଇନ କାନୁନ

‘ବନ୍ଦେ ମାତରମ୍’ ଅସମ୍ମାନ କଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜରିମନା ହୋଇ ପାରେ

by Voice of Victims
July 29, 2026
in ଆଇନ କାନୁନ, ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
‘ବନ୍ଦେ ମାତରମ୍’ ଅସମ୍ମାନ କଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜରିମନା ହୋଇ ପାରେ

ନୂଆଦିଲ୍ଲୀ: ସଂସଦର ଦୁଇ ସଦନରେ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ । ପେପର ଲିକ୍ ଉପରେ କଡ଼ା ଆଇନ ସହ ‘ବନ୍ଦେ ମାତରମ୍’କୁ ମିଳିଲା ସମର୍ଥନ । ବୁଧବାର ସଂସଦର ଦୁଇ ସଦନରେ ଶିକ୍ଷା ବ୍ୟବସ୍ଥା ଓ ଜାତୀୟ ଭାବନା ସହ ଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗକୁ ବଢ଼ିଛି । ଲୋକସଭାରେ ପବ୍ଲିକ ଏକ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର୍ ମିନ୍ସ) ସଂଶୋଧନ ବିଲ୍–୨୦୨୬ ପାରିତ ହୋଇଛି। ଏହି ବିଲ୍ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍, ସଂଗଠିତ ପରୀକ୍ଷା ଦୁର୍ନୀତି ଓ ଅସାଧୁ ଉପାୟ ବିରୋଧରେ ଅଧିକ କଡ଼ା ଦଣ୍ଡ, ତଦନ୍ତ କ୍ଷମତା ଏବଂ ଆଇନଗତ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ବନ୍ଦେ ମାତରମ୍..ର ଅସମ୍ମାନ କଲେ ଜାତୀୟ ସଂଗୀତ ଭଳି ଦଣ୍ଡ ଭୋଗିବେ । ଏଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜରିମନା ହୋଇ ପାରେ ।

ଅନ୍ୟପଟେ, ରାଜ୍ୟସଭାରେ ‘ବନ୍ଦେ ମାତରମ୍ ବିଲ୍–୨୦୨୬’ ପାରିତ କରିଛି । ଏହି ବିଲ୍ ରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ‘ବନ୍ଦେ ମାତରମ୍’ ଗାନକୁ ବାଧ୍ୟତାମୂଳକ କରିବାର ବ୍ୟବସ୍ଥା ରହିଛି । ତେବେ ନିର୍ଦ୍ଦିଷ୍ଟ ବ୍ୟତିକ୍ରମ ପରିସ୍ଥିତିରେ ଛାଡ଼ ବ୍ୟବସ୍ଥା ମଧ୍ୟ ରହିଛି । ଉଭୟ ବିଲ୍ ବର୍ତ୍ତମାନ ସଂବିଧାନ ସମ୍ମତ ପରବର୍ତ୍ତୀ ବିଧାନ ପ୍ରକ୍ରିୟାକୁ ଅଗ୍ରସର ହେବ । ରାଜ୍ୟସଭାରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ ରେ ସଂଶୋଧନ ବିଲ୍ ପାସ୍ ହୋଇଛି । ଏହି ସଂଶୋଧନ ଅନୁଯାୟୀ, ‘ବନ୍ଦେ ମାତରମ୍’କୁ ଇଚ୍ଛାକୃତ ଭାବେ ଅପମାନ କରିବା କିମ୍ବା ଗାନ ସମୟରେ ବାଧା ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ହୋଇପାରେ । ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୩ ବର୍ଷ ଜେଲ୍, ଜରିମାନା କିମ୍ବା ଉଭୟ ହୋଇପାରେ ।

Post Views: 49
Share198Tweet124Send
Voice of Victims

Voice of Victims

Recent Posts

  • ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା
  • ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ସହ କଥା ହେଲେ ଅତିରିକ୍ତ ନିର୍ଦ୍ଦେଶିକା
  • ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍
  • ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡିଲା BMW, ୩ ମୃତ ଓ ଜଣେ ଗୁରୁତର ଆହତ
  • ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In