• About Us
  • Contact Us
Sunday, September 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ

by Voice of Victims
September 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ

ବାଲେଶ୍ୱର : ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାର ରହସ୍ୟ ଖୋଲିବାକୁ ଜୋରଦାର ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ STF । ତଦନ୍ତ ଆରମ୍ଭ ସମୟରେ DGP ଇନଚାର୍ଜ ବିନୟତୋଷ ମିଶ୍ର ଆଗାମୀ ୭ରୁ ୮ ଦିନ ମଧ୍ୟରେ ତଦନ୍ତରେ ବହୁତ ଅଗ୍ରଗତି ହେବ ବୋଲି କହିଥିଲେ । ଏହା ଭିତରେ CCTV ଯାଞ୍ଚ, ଶତାଧିକ ଲୋକଙ୍କୁ ପଚରାଉଚରା, କଳା ଥାର୍ ର ଗତିବିଧି ଯାଞ୍ଚଠାରୁ ଆରମ୍ଭ କରି ଓଡ଼ିଶା ବାହାରେ ମଧ୍ୟ ତଦନ୍ତର ଚେର ଲମ୍ବିଛି । ତଥାପି ପୂରା ରହସ୍ୟ ଉପରୁ ପରଦା ହଟାଇବା ତଦନ୍ତକାରୀଙ୍କ ପାଇଁ ସହଜ ନୁହେଁ । CCTVରେ ଧରାପଡ଼ିଥିବା କଳା ଥାର୍ STF ପାଇଁ ଏକ ବଡ଼ ସୁରାକ୍ । ଗାଡ଼ିଟି ବିଚିତ୍ରପୁର ଜଙ୍ଗଲ ନିକଟରେ ରାତିରେ ଦେଖାଯାଇଥିଲା । ତାହାର ଗତିବିଧିକୁ ଟ୍ରାକ୍ କରି ତଦନ୍ତକାରୀ ଟିମକ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି । ଏହାକୁ ପ୍ରମାଣ କରିବା ପାଇଁ ତଦନ୍ତକାରୀଙ୍କୁ ଗାଡ଼ି, ତାହାର ଯାତ୍ରୀ ଓ ଓରାଙ୍ଗଉଟାନ୍ ଙ୍କ ମଧ୍ୟରେ ସିଧା ସମ୍ପର୍କ ସ୍ଥାପନ କରିବାକୁ ପଡ଼ିବ ।

ବାଲେଶ୍ୱର ଏବଂ ପଡ଼ୋଶୀ ଦିଘା ଅଞ୍ଚଳରେ Automatic Number Plate Recognition ବା ANPR କ୍ୟାମେରାର ଅଭାବ ତଦନ୍ତର ଆଉ ଏକ ବଡ଼ ସମସ୍ୟା । ସାଧାରଣ CCTVରେ ଗାଡ଼ି ଦେଖାଗଲେ ମଧ୍ୟ ନମ୍ବର ପ୍ଲେଟ୍ ସ୍ପଷ୍ଟ ନହେଲେ ଗାଡ଼ିର ମାଲିକ ଓ ଗତିପଥକୁ ନିର୍ଭୁଲ ଭାବେ ଚିହ୍ନଟ କରିବା କଷ୍ଟକର ହେଉଛି । ସେହିପରି ଓଡ଼ିଶା-ବଙ୍ଗ ସୀମାରେ ମୋବାଇଲ୍ ସିଗନାଲ୍ ର ଗୋଳମାଳ । STF ହଜାର ହଜାର ମୋବାଇଲ୍ ନମ୍ବରର ଟାୱାର ଡମ୍ପ୍ ଯାଞ୍ଚ କରୁଛି । କିନ୍ତୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଦୁଇ ରାଜ୍ୟର ମୋବାଇଲ୍ ନେଟୱର୍କ ଓଭରଲାପ୍ କରୁଛି । ଫଳରେ ଜଣେ ବ୍ୟକ୍ତି ଓଡ଼ିଶାରେ ଥାଇ ମଧ୍ୟ ତାଙ୍କ ଫୋନ୍ ପଶ୍ଚିମବଙ୍ଗର ଟାୱାର ସହ ଯୋଡ଼ି ହୋଇପାରେ । ଏଥିପାଇଁ କେବଳ ଟାୱାର ଲୋକେସନ୍ ଆଧାରରେ କାହାର ନିର୍ଦ୍ଦିଷ୍ଟ ଗତିପଥ ପ୍ରମାଣ କରିବା ଜଟିଳ ହୋଇପଡ଼ିଛି ।

ଓରାଙ୍ଗଉଟାନ୍ ଭାରତର ମୂଳ ବନ୍ୟପ୍ରାଣୀ ନୁହନ୍ତି । ତେଣୁ ୫ ଓରାଙ୍ଗଉଟାନ୍ ଭାରତକୁ କେଉଁଠୁ ଓ କେଉଁ ରାସ୍ତାରେ ଆସିଲେ, ତାହା ଜାଣିବା ପାଇଁ ରାଜ୍ୟ ବାହାରର ତଥ୍ୟ ଓ ଅନ୍ୟ ଏଜେନ୍ସିର ସହଯୋଗ ଜରୁରୀ । ସେମାନେ ସ୍ଥଳପଥରେ ଆସିଥିଲେ ନା ଜଳପଥରେ ? ଉତ୍ତର-ପୂର୍ବ ଭାରତ ଦେଇ ଆସିଥିଲେ ନା ଅନ୍ୟ କୌଣସି ରୁଟ୍ ରେ ? ଏହି ରୁଟ୍ କୁ ପ୍ରମାଣ ସହ ଯୋଡ଼ିବା STF ପାଇଁ ବଡ଼ ଚ୍ୟାଲେଞ୍ଜ । ଏହି ମାମଲାର ସମାଧାନ କେବଳ ୫ ଓରାଙ୍ଗଉଟାନ୍ ଙ୍କୁ କିଏ ବିଚିତ୍ରପୁରରେ ଛାଡ଼ିଲା ? ତାହା ଚିହ୍ନଟ କରିବାରେ ସୀମିତ ନୁହେଁ । କିଏ ଏମାନଙ୍କୁ ବିଦେଶରୁ ଆଣିଲା ? କିଏ ଟଙ୍କା ଦେଇଥିଲା ? ଭାରତରେ କିଏ ରିସିଭ୍ କରିଥିଲା ? ଶେଷରେ କାହା ପାଖକୁ ପହଞ୍ଚାଇବାର ଥିଲା ? ଏହି ପୂରା ଚେନ୍ କୁ ପ୍ରମାଣ ସହ ଯୋଡ଼ିପାରିଲେ ହିଁ ଏକ ସମ୍ଭାବ୍ୟ ଆନ୍ତଃରାଜ୍ୟ ବା ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣ ନେଟୱର୍କର ମୂଳ ପର୍ଯ୍ୟନ୍ତ STF ପହଞ୍ଚିପାରିବ ।

ସେପଟେ ନନ୍ଦନକାନନରେ ଉଦ୍ଧାର ହୋଇ ରହିଥିବା ୫ ଶିଶୁ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତିଦିନ ଯାଞ୍ଚ କରୁଛି ବୈଷୟିକ କମିଟି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସୁସ୍ଥ ରହିଛନ୍ତି । ଧୀରେ ଧୀରେ ଖାଦ୍ୟ ପରିମାଣ ବୃଦ୍ଧି କରିବାକୁ ଏବଂ ଖାଦ୍ୟରେ କଠିନ ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦେଇଛି କମିଟି ।

Post Views: 2
Share196Tweet123Send
Voice of Victims

Voice of Victims

Recent Posts

  • ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ସହ କଥା ହେଲେ ଅତିରିକ୍ତ ନିର୍ଦ୍ଦେଶିକା
  • ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍
  • ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡିଲା BMW, ୩ ମୃତ ଓ ଜଣେ ଗୁରୁତର ଆହତ
  • ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ
  • ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In