• About Us
  • Contact Us
Sunday, September 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା

by Voice of Victims
September 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା

ପୁରୀ (ଭିଓଭି): ୱାର୍ଲଡ କଲଚର ଓ ଏନଭିରନମେଣ୍ଟ ପ୍ରୋଟେକ୍ସନ କମିଶନ ତରଫରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବ ରେ ଭାଷା, ସଂସ୍କୁତି, ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବରିଷ୍ଠ କବୟିତ୍ରୀ, ସୁବକ୍ତା ତଥା ପୁରୀ ସହରର ଗର୍ବ, ଗୌରବ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡାଙ୍କୁ ସମ୍ମାନ ଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି। ଭାଷା, ସାହିତ୍ୟରେ ଶ୍ରୀମତୀ ପଣ୍ଡାଙ୍କ ର ଥିବା ସମର୍ପିତ ଭାବକୁ ବିଚାର କରି ଅନୁଷ୍ଠାନ, ଓଡିଶା ପ୍ରଦେଶ ର ପୁରୀ ମାଟିର ଗର୍ବ ଗୀତାଞ୍ଜଳି ପଣ୍ଡାଙ୍କୁ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚନା କରିଛି।

ଏହି ସମ୍ମାନ ପ୍ରଦାନ ସମୟରେ ମୁଖ୍ୟ ଅତିଥି ରୂପେ ବଲିଉଡ ନାୟକ ପ୍ରିଥ୍ଵୀ ଭାଜିର, “SURA” ଫାଉଂଡେସନ ର ଅଜୟ ତିୱାରୀ, କ୍ୟାପଟେନ ପ୍ରତମ ରଞ୍ଜନ ପ୍ରସାଦ, ଦିଲ୍ଲୀ ପୋଲିସ ର A. C. P ବିଜୟ ଜି, ଭାରତୀୟ ନୌବାହିନୀର ଅଫିସର ରାଜଦୀପ ବର୍ମା, ହରିଆନ ଭି ଗାୟକ ଭୀର. ଚତୁର୍ବେଦୀ, ଏବଂ ଜୁଭେଇନାଲ କୋର୍ଟ ଜଜ କମଲ କାନ୍ତ ଜେନ ଉପସ୍ଥିତ ରହି ଶ୍ରୀମତୀ ପଣ୍ଡାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଉତ୍ତରରେ ଶ୍ରୀମତୀ ପଣ୍ଡା କହନ୍ତି, ଏହା କେବଳ ମୋ ରାଜ୍ୟର ସାଢେ 4 କୋଟି ଓଡ଼ିଆଙ୍କ ଭଲ ପାଇବା ଓ ମହାପ୍ରଭୁଙ୍କ ଅପାର କରୁଣାରୁ ସମ୍ଭବ ହୋଇପାରିଛି।

ଆହୁରି ମଧ୍ୟ ସେ କହିଛନ୍ତି, ଦୃଢ ଇଛା ଶକ୍ତି ଓ କିଛି କରି ଦେଖାଇବାର ସାମର୍ଥ୍ୟ ଥିଲେ, ସଫଳତା ଦିନେ ନା ଦିନେ ତୁମ ନିକଟରେ ଆପେ ଆପେ ପହଞ୍ଚିବ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ମୋର ଆଜିର ଏହି ସମ୍ମାନ। ଏହି ସମ୍ମାନ ମୋତେ ଆଗକୁ ଆଉ କିଛି କରି ଦେଖାଇବାର ସାହସ ଯୋଗାଇଛି। ଶ୍ରୀମତୀ ପଣ୍ଡାଙ୍କର ଏହି କୃତିତ୍ୱ ପାଇଁ ସମାଜର ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Post Views: 53
Share202Tweet126Send
Voice of Victims

Voice of Victims

Recent Posts

  • ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା
  • ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ସହ କଥା ହେଲେ ଅତିରିକ୍ତ ନିର୍ଦ୍ଦେଶିକା
  • ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍
  • ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡିଲା BMW, ୩ ମୃତ ଓ ଜଣେ ଗୁରୁତର ଆହତ
  • ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In