• About Us
  • Contact Us
Wednesday, July 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬

by Voice of Victims
July 29, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬

ନୂଆଦିଲ୍ଲୀ : ଲୋକସଭାରେ ହଙ୍ଗାମା ମଧ୍ୟରେ ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ ହୋଇଛି । ଏବେ ଆଲୋଚନା ଲାଗି ବିଲ୍ କୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବିଲ୍ କୁ ଗୃହର ମଞ୍ଜୁରୀ ମିଳିଛି । ବାଚସ୍ପତି ଓମ ବିର୍ଲା ଆଣ୍ଟି ପେପର ଲିକ୍ ବିଲ ପାରିତ କରିବା ପରେ ଲୋକସଭାକୁ ଆସନ୍ତାକାଲି ୧୧ ଯାଏଁ ସ୍ଥଗିତ କରିଛନ୍ତି । NEET UG ପେପର ଲିକ୍ ନେଇ ଦେଶବ୍ୟାପୀ ଛାତ୍ର ବିରୋଧ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ, କେନ୍ଦ୍ର ସରକାର ସୋମବାର ଏକ ସଂଶୋଧନ ବିଲ୍ ଆଗତ କରିଥିଲେ ।

ସଂଶୋଧିତ ବିଲ୍ରେ ପେପର ଲିକ୍ ସମ୍ପର୍କିତ ଅପରାଧ ବିରୋଧରେ ଆଇନକୁ ଆହୁରି କଡ଼ାକଡ଼ି କରାଯାଇଛି । ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍, ପରୀକ୍ଷାରେ ସଂଗଠିତ ଠକେଇ କିମ୍ବା ଅନ୍ୟାୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ୧୦ ବର୍ଷର କାରାଦଣ୍ଡର ବ୍ୟବସ୍ଥା କରାଯାଇଛି । ଏହି ସଂଶୋଧନ ମାଧ୍ୟମରେ ପ୍ରତିଯୋଗିତାମୂଳକ ଓ ନିଯୁକ୍ତି ପରୀକ୍ଷାର ବିଶ୍ୱସନୀୟତା ସୁନିଶ୍ଚିତ କରିବା ସହ ପ୍ରଶ୍ନପତ୍ର ଲିକ୍ ଚକ୍ର ଉପରେ କଠୋର ଅଙ୍କୁଶ ଲଗାଯିବ ।

ଏଥିରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ତ୍ର ସିଂହ କହିଛନ୍ତି ଯେ, ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ପରାମର୍ଶ ଦେବା ବଦଳରେ ଏହାକୁ ନେଇ ରାଜନୀତି କରାଯାଉଛି । ଏହି ବିଧେୟକ ଚର୍ଚ୍ଚାରେ ଲୋକସଭାରେ ବିରୋଧୀ ଦଳ ନେତା ଯେଉଁଭଳି ଅସଂସଦୀୟ ଭାଷା ପ୍ରୟୋଗ କରିଛନ୍ତି ତାହା ଆଶ୍ଚର୍ଯ୍ୟଜନକ।

ବର୍ତ୍ତମାନ ଦେଶରେ ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଏହି ବିଲ୍ କୁ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି । ତେବେ ଏହା ପୂର୍ବରୁ ମଙ୍ଗଳବାର ବିଲ୍ ଉପରେ ପ୍ରାୟ ନଅ ଘଣ୍ଟା ଧରି ବିସ୍ତୃତ ଆଲୋଚନା ହୋଇଥିଲା । ବୁଧବାର ଆଲୋଚନା ଶେଷ ହେବା ପରେ ବିଲ୍ କୁ ବାଚନିକ ଭୋଟ୍ ପାଇଁ ରଖାଯାଇଥିଲା ଏବଂ ଏହା ଲୋକସଭାରେ ପାରିତ ହୋଇଥିଲା ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬
  • ‘ବନ୍ଦେ ମାତରମ୍’ ଅସମ୍ମାନ କଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜରିମନା ହୋଇ ପାରେ
  • ବନ୍ୟା ପାଇଁ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ, ସାପ କାମୁଡା ପାଇଁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ
  • ମହାନଦୀରେ ମଧ୍ୟମ ବନ୍ୟା ଆଶଙ୍କା, ନଦୀକୂଳିଆ ଲୋକଙ୍କୁ ସତର୍କ କଲା ପ୍ରଶାସନ
  • ରଣପୁର ପୋଲିସର ବଡ଼ ସଫଳତା: ୫.୫ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In