• About Us
  • Contact Us
Saturday, August 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

by Voice of Victims
August 1, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

ରଣପୁର, ୧/୮: ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମନରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ କଳିଙ୍ଗ ଲୋଟସ ବିଦ୍ୟାଳୟରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅବସରରେ ‘ବୃକ୍ଷ ହିଁ ଜୀବନ’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା।

ପ୍ରତିଯୋଗିତାକୁ ସିନିଅର ଓ ଜୁନିଅର—ଦୁଇଟି ବିଭାଗରେ ଆୟୋଜନ କରାଯାଇଥିଲା। ସିନିଅର ବିଭାଗରେ ଶୁଭସ୍ମିତା ପ୍ରଥମ, ବିଦୁସ୍ମିତା ନାୟକ ଦ୍ୱିତୀୟ ଏବଂ ବୈଭବ ପଟ୍ଟସାଣି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଜୁନିଅର ବିଭାଗରେ ସାଇ ସୂର୍ଯ୍ୟାଂଶ ସେନାପତି ପ୍ରଥମ, ଆଲିଶା ପ୍ରିୟଦର୍ଶିନୀ ଦ୍ୱିତୀୟ ଏବଂ ଜ୍ୟୋତିର୍ମୟୀ ଦାଶ ତୃତୀୟ ସ୍ଥାନ ହାସଲ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରଣପୁର ବନାଞ୍ଚଳ ଅଧିକାରୀ ସିଧୁ ଚରଣ ସିଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରି ସେମାନଙ୍କୁ ପରିବେଶ ସୁରକ୍ଷାର ଦୂତ ହେବାକୁ ଆହ୍ୱାନ ଜଣାଇଥିଲେ। ବୃକ୍ଷରୋପଣ ଅଭିଯାନରେ ନିଜ ଘରୁ ବୃକ୍ଷଚାରା ଆଣି ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଭାପତି ଆଇନଜୀବୀ ଉମାକାନ୍ତ ଦାସ, ସମ୍ପାଦକ ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଦାଶ, ଆବାହକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଶୁଭେନ୍ଦୁ ସିଂ ଦେଓ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀଙ୍କ ସମେତ ସମ୍ବାଦ ସାହିତ୍ୟ ଘରର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।

ଶେଷରେ ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାୟକ ବୃକ୍ଷର ଉପକାରିତା ଉପରେ ସଙ୍ଗୀତ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟି ପରିବେଶ ସୁରକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ାଇବା ସହ ସମସ୍ତଙ୍କୁ ‘ଗୋଟିଏ ବୃକ୍ଷ, ଗୋଟିଏ ଜୀବନ’ ର ସନ୍ଦେଶ ଦେଇଥିଲା।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ : ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚାନେଲ
  • ପରିବେଶ ସୁରକ୍ଷା ପାଇଁ ସମ୍ବାଦ ସାହିତ୍ୟ ଘରର ଅଭିନବ ପଦକ୍ଷେପ : ରଣପୁରରେ ଶତାଧିକ ବୃକ୍ଷରୋପଣ
  • ‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା
  • ଧନୁଆ ନଦୀରେ ବଢ଼ୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ଛନକା, ବନ୍ୟା ପାଇଁ ପ୍ରଶାସନ ସଜାଗ
  • ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ୧୦ ଗେଟ୍, ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In