• About Us
  • Contact Us
Saturday, August 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଧନୁଆ ନଦୀରେ ବଢ଼ୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ଛନକା, ବନ୍ୟା ପାଇଁ ପ୍ରଶାସନ ସଜାଗ

by Voice of Victims
August 1, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଧନୁଆ ନଦୀରେ ବଢ଼ୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ଛନକା, ବନ୍ୟା ପାଇଁ ପ୍ରଶାସନ ସଜାଗ

ବାଲିପାଟଣା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଏହାର ପ୍ରଭାବ ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ମଧ୍ୟ ଦେଖାଦେଇଛି। ଲଗାତର ଲଘୁଚାପଜନିତ ବର୍ଷା ସହ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଫଳରେ କାଠଯୋଡ଼ିର ଶାଖା ନଦୀ ଗୟା ଓ ଭାର୍ଗବୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷ କରି ଭାର୍ଗବୀ ନଦୀର ଅଚ୍ୟୁତପୁର କାଜ ନିକଟରୁ ବନ୍ୟାଜଳ ଧନୁଆ ନଦୀରେ ପ୍ରବେଶ କରିବା ପରେ ପରିସ୍ଥିତିକୁ ନେଇ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ଯେକୌଣସି ସମୟରେ ବନ୍ୟା ପରିସ୍ଥିତି ଉପୁଜିବା ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଅଛନ୍ତି।ରାଜସ,ଗରିଆ,ଡେଙ୍ଗ,ଡରଡା,କୁରଞ୍ଜିପୁର,ସୋମଣା, ମକୁନ୍ଦାସପୁର,ସାନ ମାଛପୁର, ଦଳକଷଟି, ପାଳସାହି, କୁଳନ୍ତିରା ଓ ତରବୋଇ ସମେତ ବିଭିନ୍ନ ତଳିଆ ଗ୍ରାମରେ ବନ୍ୟାଜଳ ପ୍ରବେଶ କଲେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।

ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହେବା ସହ ଧନଜୀବନ କ୍ଷତିଗ୍ରସ୍ତ ହୋଇପାରେ ବୋଲି ସ୍ଥାନୀୟ ଲୋକ ଚିନ୍ତାରେ ରାତି ଅନିଦ୍ରାରେ କାଟୁଛନ୍ତି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ବାଲିପାଟଣା ବ୍ଲକ୍‌ରେ ପହଞ୍ଚି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା, ବୋଟ୍‌, ଡଙ୍ଗା, ଶୁଖିଲା ଖାଦ୍ୟ,ସାପ କାମୁଡ଼ା ଇଞ୍ଜେକ୍ସନ ସମେତ ସମସ୍ତ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ସେହିପରି ବନ୍ୟା ସମୟରେ କିଛି ଅସାଧୁ ବ୍ୟବସାୟୀ କଳାବଜାରୀ କରି ସାଧାରଣ ଲୋକଙ୍କୁ ହଇରାଣ କରିବାର ଆଶଙ୍କା ଥିବାରୁ ଏଭଳି କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ ମଧ୍ୟ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ : ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚାନେଲ
  • ପରିବେଶ ସୁରକ୍ଷା ପାଇଁ ସମ୍ବାଦ ସାହିତ୍ୟ ଘରର ଅଭିନବ ପଦକ୍ଷେପ : ରଣପୁରରେ ଶତାଧିକ ବୃକ୍ଷରୋପଣ
  • ‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା
  • ଧନୁଆ ନଦୀରେ ବଢ଼ୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ଛନକା, ବନ୍ୟା ପାଇଁ ପ୍ରଶାସନ ସଜାଗ
  • ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ୧୦ ଗେଟ୍, ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In