• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ

by Voice of Victims
August 11, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
କୋଲକାତାରେ ଭୂକମ୍ପ ଝଟକା, ତୀବ୍ରତା ୫.୪

କଲମ୍ବିଆ: କଲମ୍ବିଆରେ ଭୟଙ୍କର ଭୂମିକମ୍ପର ତାଣ୍ଡବ । ଯାହାର ତୀବ୍ରତା ୭.୪ ଥିବା ଜଣାପଡିଛି । ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ପାଇଛି । ଏଥିରେ ୫୦୦ରୁ ଅଧିକ ଆହତ ହୋଇଛନ୍ତି । ବହୁ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଧ୍ୱଂସାବଶେଷ ତଳେ ଲୋକ ଫସି ରହିଥିବାରୁ ଉଦ୍ଧାର ଅଭିଯାନ ଜାରି ରହିଛି ।  ଫଳରେ ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ୫ଟି ସହରରେ ରେଡ ଆଲର୍ଟ ଜାରି ହୋଇଛି ।

ସୂଚନାନୁଯାୟୀ, କେବଳ ପେରେଇରା ସହରରେ ୬୦ ଜଣଙ୍କ ଜୀବନ ଯାଇଛି ।  ୮୬ଟି ବଡ଼ କୋଠା ମାଟିରେ ମିଶିଥିବା ବେଳେ ୭ ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ମାନିଜାଲେସ୍, କ୍ୱିବ୍ ଡୋ, ଆର୍ମେନିଆ, କାର୍ଟାଗୋ, ବୁଏନାଭେନ୍ତୁରା ଓ ପେରେଇରା ବିମାନବନ୍ଦରରେ ବିମାନ ଚଳାଚଳ ମଧ୍ୟ ସ୍ଥଗିତ ରହିଛି ।  ଦେଶର ୨୦ରୁ ଅଧିକ ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି ।  ହସ୍ପିଟାଲ ଓ ସ୍କୁଲ ଭଳି ଗୁରୁତ୍ୱପୂର୍ଣ୍ଣ କୋଠା ମଧ୍ୟ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି ।

ଅନ୍ୟପଟେ ରାଷ୍ଟ୍ରପତି ଅବେଲାର୍ଡୋ ଦେଲା ଏସପ୍ରିଏଲା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କଲମ୍ବିଆ ଜିଓଲଜିକାଲ୍ ସର୍ଭିସ୍ ଅନୁସାରେ ମୁଖ୍ୟ ଭୂମିକମ୍ପ ପରେ ୨.୮ ଓ ୪.୮ ତୀବ୍ରତାର ଦୁଇଟି ଆଫ୍ଟରସକ୍ ରେକର୍ଡ ହୋଇଛି । ଏକାଧିକ କୋଠା ଭୁଶୁଡ଼ି ପଡ଼ିଥିବାରୁ ଆହୁରି କିଛି ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ଲଗାତାର ଛୋଟ ଛୋଟ ଭୂକମ୍ପ ହେଉଥିବାରୁ କଲମ୍ବିଆର ଭୂବିଜ୍ଞାନ ସଂସ୍ଥା ଲୋକଙ୍କୁ ସତର୍କ ରହିବାକୁ ଓ ଘରର କାନ୍ଥରେ ଫାଟ ଥିଲେ ଭିତରକୁ ନଯିବାକୁ ପରାମର୍ଶ ଦେଇଛି ।

ଏଥିସହ ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ଟିମ୍ ଓ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି । ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷ ହଟାଇ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା କାମ ଜାରି ରହିଛି । ଏଥିସହ ବିଭିନ୍ନ ଅଞ୍ଚଳରେ ଘର, କୋଠା ଓ ଅନ୍ୟ ଭିତ୍ତିଭୂମିର କ୍ଷୟକ୍ଷତି ଆକଳନ କରାଯାଉଛି । ଭୂମିକମ୍ପ ପରେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା USGS ଗୁରୁତର ଜୀବନହାନି ଓ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ କରିଛି । ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ ଜାରି ରହିଥିବାରୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନାହିଁ ଏବଂ ଆହୁରି ମଧ୍ୟ ଭୟାବହ ହୋଇପାରେ ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In