• About Us
  • Contact Us
Wednesday, August 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳ ବନ୍ୟାରେ ୧୦୫ ଭାରତୀୟ ନିଖୋଜ, ଜାରି ହେଲା ହେଲ୍ପଲାଇନ ନମ୍ବର

by Voice of Victims
August 26, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ନେପାଳ ବନ୍ୟାରେ ୧୦୫ ଭାରତୀୟ ନିଖୋଜ, ଜାରି ହେଲା ହେଲ୍ପଲାଇନ ନମ୍ବର

ନେପାଳ : ନେପାଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ଫ୍ଲାସ ଫ୍ଲଡରେ ବ୍ୟାପକ କ୍ଷୟକ୍ଷତି । ରସୁଆ ଜିଲ୍ଲାର ଭୋତେକୋଶୀ ନଦୀରେ ଫ୍ଲାସ ଫ୍ଲଡ ପରେ ପରିସ୍ଥିତି ସଙ୍ଗୀନ ରହିଛି । ଏକ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାର ଲୋକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ଭୟଙ୍କର ବନ୍ୟାରେ ୧୦୫ ଭାରତୀୟ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ଏମାନଙ୍କ ମଧ୍ୟରେ ୩୧ ଜଣ ତୀର୍ଥଯାତ୍ରୀ ରହିଥିଲେ, ଯେଉଁମାନେ ମାନସରୋବର ଯାତ୍ରା କରୁଥିଲେ । ଏହାର ସୂଚନା ନେପାଳ ପର୍ଯ୍ୟଟକ ବୋର୍ଡ ଦେଇଛି ।

ବୋର୍ଡ ତରଫରୁ ନିଖୋଜ ଥିବା ଭାରତୀୟ ତୀର୍ଥଯାତ୍ରୀଙ୍କୁ ଖୋଜା ଚାଲିଛି । ପ୍ରାୟ ୪୦୦ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ଏମାନଙ୍କ ଭିତରେ ୨୯୧ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି । ୩୭ ଜଣ ଏନଆରଆଇ ପର୍ଯ୍ୟଟକ ରହିଛନ୍ତି । ଅନ୍ୟମାନଙ୍କ ଭିତରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ସଂଯୁକ୍ତ ରାଷ୍ଟ୍ର ଆମେରିକା, ମାଲେସିଆ, ୟୁନାଇଟେଡ୍ କିଙ୍ଗଡମ୍ ଏବଂ ଦକ୍ଷିଣ ଆଫ୍ରିକାର ନାଗରିକ ରହିଛନ୍ତି ।

ତେବେ ସୀମା ଶୁଳ୍କ ପରିସର ମଧ୍ୟକୁ ବନ୍ୟା ଜଳ ପଶିଯିବାରୁ ସେଠାରେ ପାର୍କିଂରେ ହୋଇଥିବା ପ୍ରାୟ ୨୦୦ରୁ ଅଧିକ ପରିବହନ ଗାଡ଼ି ଓ ବୈଦ୍ୟୁତିକ ଯାନ ଭାସିଯାଇଛି । ଚୀନ୍ ସୀମା ସଂଲଗ୍ନ ତିବ୍ଦତ ଅଞ୍ଚଳରୁ ନେପାଳର ରସୁଆ ଜିଲ୍ଲା ଦେଇ ପ୍ରବାହିତ ଭୋତେକୋଶୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ସକାଳ ୯ଟାରେ ଜିଲ୍ଲାର ମୁଖ୍ୟ ବଜାର ଅଞ୍ଚଳକୁ ମାଡ଼ି ଆସିଥିଲା ହଠାତ ବନ୍ୟା । ଭୟଙ୍କର ବନ୍ୟାରେ ରସୁଆର ସ୍ୟାବ୍ରୁବେସି ଏବଂ ତିମୁରେ ଭଳି ପ୍ରମୁଖ ବଜାର ଅଞ୍ଚଳ ଏବଂ ଜନବସତି ପ୍ରଭାବିତ ହୋଇଛି । ଭୋଟେକୋଶୀ ନଦୀ ତ୍ରିଶୂଳୀ ନଦୀ ସହ ମିଶୁଥିବାରୁ ରସୁଆ, ନୁୱାକୋଟ, ଧାଡ଼ିଙ୍ଗ, ଗୋରଖା ଏବଂ ଚିତ୍ରବନ୍ଧ ଜିଲ୍ଲାର ତଳିଆ ଅଞ୍ଚଳ ପାଇଁ ଚେତାବନୀ ଜାରି କରାଯାଇଛି । ନେପାଳ ସେନା ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ନେପାଳ ସେନା ମୁତାବକ, ଏଯାଏଁ ୧୨ ଜଣ ଲୋକ ହେଲିକପ୍ଟରରେ ରେସକ୍ୟୁ କରାଯାଇଛି । ସରକାର ୩ ଜିଲ୍ଲାକୁ ବନ୍ୟାରେ ଅଧିକ ପ୍ରଭାବିତ ହେବା ଆଶଙ୍କାରେ ଆଲର୍ଟ ଜାରି କରିଛନ୍ତି । ନେପାଳରେ ଥିବା ଭାରତୀୟ ଦୂତାବାସ ହେଲ୍ପଲାଇନ ନମ୍ବର ଜାରି କରିଛି । ଭାରତୀୟ ଦୂତାବାସ ତରଫରୁ ନେପାଳରେ ଆସିଥିବା ବନ୍ୟାରେ ପ୍ରଭାବିତ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ୯୭୭୯୮୫୧୩୧୬୮୦୭ କିମ୍ବା ୯୭୭୯୭୦୯୧୦୭୫୦୦ରେ ଯୋଗାଯୋଗ କରିବା ପାଇଁ କହିଛନ୍ତି ।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ନେପାଳ ବନ୍ୟାରେ ୧୦୫ ଭାରତୀୟ ନିଖୋଜ, ଜାରି ହେଲା ହେଲ୍ପଲାଇନ ନମ୍ବର
  • ନେପାଳ ପ୍ରଧାନମନ୍ତ୍ରୀଙ୍କ ସହିତ ହେଲେ କଥା, ଯଥାସମ୍ଭବ ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ ମୋଦି
  • ୭ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, କହିଲେ ଭୁବନେଶ୍ୱର ପାଇଁ ୧୦୦% ଚେଷ୍ଟା କରୁଛି
  • ସାତ ଦିନ ପ୍ରବଳ ଛେଚିବ, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ
  • ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In