• About Us
  • Contact Us
Thursday, August 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳ ପ୍ରଧାନମନ୍ତ୍ରୀଙ୍କ ସହିତ ହେଲେ କଥା, ଯଥାସମ୍ଭବ ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ ମୋଦି

by Voice of Victims
August 26, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ନେପାଳ ପ୍ରଧାନମନ୍ତ୍ରୀଙ୍କ ସହିତ ହେଲେ କଥା, ଯଥାସମ୍ଭବ ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ ମୋଦି

ନେପାଳ : ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହିତ କଥା ହୋଇଛନ୍ତି । ନେପାଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯଥାସମ୍ଭବ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଆଶ୍ବାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଲୋକ ସବୁବେଳେ ମୁସ୍କିଲ ସମୟରେ ନେପାଳରେ ଥିବା ଭାଇ ଭଉଣୀଙ୍କ ସହିତ ରହିଛନ୍ତି । ଆମ ଟିମ୍ ଉଦ୍ଧାର ଏବଂ ସହାୟତା କରିବା କାମରେ ଲାଗିଛନ୍ତି ।

ଭାରତୀୟ ନାଗରିକଙ୍କ ତ୍ୱରିତ ଉଦ୍ଧାର ଏବଂ ରିଲିଫ୍ ସୁନିଶ୍ଚିତ କରିବା ପାଇଁ ଭାରତୀୟ ଦୂତାବାସ ନେପାଳ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି । ବୁଧବାର ତିବ୍ଦତ ସୀମାନ୍ତବର୍ତ୍ତୀ ନେପାଳର ରସୁୱା ଜିଲ୍ଲାରେ ହଠାତ୍ ବନ୍ୟା ବିପର୍ଯ୍ୟସ୍ତ କରିଛି । ପ୍ରାୟ ୪ ଶହ ଜଣ ନିଖୋଜ ହୋଇଯାଇଛନ୍ତି, ଯେଉଁଥିରେ ଅତି କମରେ ୧୦୫ ଜଣ ଭାରତୀୟ ମଧ୍ୟ ରହିଛନ୍ତି । ଏବେ ଯାଏଁ ୧୬ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି । ଅତିକମରେ ୧୨ରୁ ଅଧିକ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ କ୍ଷତିଗ୍ରସ୍ତ ହୋଇଛି ।

ଭାରତୀୟ ଦୂତାବାସ ତରଫରୁ ନେପାଳରେ ଆସିଥିବା ବନ୍ୟାରେ ପ୍ରଭାବିତ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ୯୭୭୯୮୫୧୩୧୬୮୦୭ କିମ୍ବା ୯୭୭୯୭୦୯୧୦୭୫୦୦ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ନେପାଳରେ ବନ୍ୟା ଯୋଗୁଁ ବିହାର ଏବଂ ୟୁପି ସୀମାବର୍ତ୍ତୀ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ବନ୍ୟା ଯୋଗୁଁ ଗ୍ହମନ୍ତ୍ରୀ ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହିତ କଥା ହୋଇଛନ୍ତି ।

Post Views: 17
Share198Tweet124Send
Voice of Victims

Voice of Victims

Recent Posts

  • ନେପାଳ ସହାୟତା ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ୩ ଲଢୁଆ ବିମାନ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ
  • ମେଟାର ବଡ଼ ନିଷ୍ପତ୍ତି, ରାତି ୧୨ଟାରୁ ସକାଳ ୬ଟା ଯାଏଁ ବନ୍ଦ ରହିବ ଇନଷ୍ଟା ଓ ଫେସବୁକ୍
  • ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୨୯ରୁ ଓଡ଼ିଶାରେ ବଢ଼ିବ ବର୍ଷା
  • ସିଂହବାହିନୀରେ ନାଟକ ପରିବେଷଣ ବେଳେ ଅଘଟଣ, ମଞ୍ଚରେ ପଡ଼ି ଅଭିନେତା ପୀୟୁଷ ତ୍ରିପାଠୀ ଆହତ
  • ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନରଣପୁର ଅଞ୍ଚଳରେ ଶୋକର ଛାୟା; ଭେରୁପଡ଼ା ଛକ ନିକଟରେ ଡିସ୍କଭର ଧକ୍କାରେ ଗୁରୁତର ଆହତ ହୋଇଥିଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In