• About Us
  • Contact Us
Thursday, September 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନନ୍ଦନକାନନରେ କ୍ବାରେଣ୍ଟାଇନରେ ଅଛନ୍ତି ୫ ଓରାଙ୍ଗଉଟାନ୍, ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ସନ୍ଦେହରେ ତଦନ୍ତ

by Voice of Victims
September 9, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନନ୍ଦନକାନନରେ କ୍ବାରେଣ୍ଟାଇନରେ ଅଛନ୍ତି ୫ ଓରାଙ୍ଗଉଟାନ୍, ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ସନ୍ଦେହରେ ତଦନ୍ତ

ଭୁବନେଶ୍ୱର : ବାଲେଶ୍ୱରରୁ ନନ୍ଦନକାନନ ଆସିଲେ ୫ ଓରାଙ୍ଗଉଟାନ୍। ଓଡ଼ିଶା ଆସିଲେ କେମିତି ? ଆରମ୍ଭ ହେଲା ତନାଘନା । କିଏ ଆଣିଲା ଏହି ବିରଳ ଜୀବ? ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ସନ୍ଦେହରେ ଚାଲିଛି ତଦନ୍ତ । ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ନନ୍ଦନକାନନ ଅଣାଯିବା ପରେ କ୍ବାରେଣଟାଇନରେ ରଖାଯାଇଛି । ବିଶେଷଜ୍ଞ ଓ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଓରାଙ୍ଗଉଟାନ୍ ଭାରତର ଜଙ୍ଗଲରେ ପ୍ରାକୃତିକ ଭାବେ ମିଳନ୍ତି ନାହିଁ । ସେମାନଙ୍କ ପ୍ରାକୃତିକ ବାସସ୍ଥଳୀ ହେଉଛି ଦକ୍ଷିଣ-ପୂର୍ବ ଏସିଆର Borneo ଓ Sumatra ଅଞ୍ଚଳର ବର୍ଷାବନ। ତେଣୁ ବାଲେଶ୍ୱରର ଏକ କାଜୁଆରିନା ଜଙ୍ଗଲରେ ଏକାଥରେ ୫ଟି ଓରାଙ୍ଗଉଟାନ୍ ମିଳିବାକୁ ସ୍ୱାଭାବିକ ବୋଲି ଧରାଯାଇପାରିବ ନାହିଁ । ବନ ବିଭାଗ ମଧ୍ୟ ଏହା ପଛରେ ମଣିଷର ହାତ ଥିବା ସନ୍ଦେହ କରୁଛି ।

ବାଲେଶ୍ୱରର ଭୋଗରାଇ ଅଞ୍ଚଳର ବିଚିତ୍ରପୁର ନିକଟ କାଜୁଆରିନା ଜଙ୍ଗଲରେ ଏହି ବିରଳ ଜୀବଗୁଡ଼ିକୁ ଠାବ କରାଯାଇଥିଲା । ଏମାନଙ୍କୁ କେହି ସେଠାରେ ଆଣି ଛାଡ଼ିଦେଇଥିଲେ କି ? ନା ଚୋରାଚାଲାଣ ସମୟରେ ଏମାନେ ଖସି ଯାଇଥିଲେ ? ତାହାର ତଦନ୍ତ ଚାଲିଛି । ବନ ବିଭାଗର ପ୍ରାଥମିକ ସନ୍ଦେହ ଅନ୍ତର୍ଜାତୀୟ ୱାଇଲ୍ଡ ଲାଇଫ୍ ଟ୍ରାଫିକିଂ ଆଡ଼କୁ ଯାଉଛି । ରାଜ୍ୟ ସରକାର ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋକୁ ମଧ୍ୟ ଘଟଣାର ତଦନ୍ତ ପାଇଁ କହିଛନ୍ତି। ବାଲେଶ୍ୱର ଉପକୂଳର କେଉଁ ସ୍ଥାନରେ ଏହି ଓରାଙ୍ଗଉଟାନ୍ ଗୁଡ଼ିକୁ ଓହ୍ଲାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଜଣେ ବନ ଅଧିକାରୀ କହିଛନ୍ତି । ଫଳରେ ସମୁଦ୍ର ପଥରେ ଅନ୍ତର୍ଜାତୀୟ ଚୋରାଚାଲାଣ ନେଟୱର୍କ ଜରିଆରେ ଏମାନଙ୍କୁ ଓଡ଼ିଶା ଅଣାଯାଇଥିଲା କି ନାହିଁ, ତାହା ତଦନ୍ତର ଏକ ପ୍ରମୁଖ ଦିଗ ହୋଇଛି । ବିଭିନ୍ନ ଦିଗକୁ ନେଇ ଏବେ ତଦନ୍ତ କରାଯାଉଛି । ଓରାଙ୍ଗଉଟାନ୍ ଗୁଡ଼ିକ କେଉଁ ଦେଶରୁ ଆସିଲେ? କେଉଁ ରାସ୍ତାରେ ଭାରତରେ ପହଞ୍ଚିଲେ? ସମୁଦ୍ର ପଥ ବ୍ୟବହାର ହୋଇଥିଲା କି? ବାଲେଶ୍ୱରରେ କିଏ ଏମାନଙ୍କୁ ଛାଡ଼ିଲା? ଏହା ପଛରେ କୌଣସି ବଡ଼ ଇଣ୍ଟରନ୍ୟାସନାଲ ୱାଇଲ୍ଡ ଲାଇଫ୍ ଟ୍ରାଫିକିଂ ନେଟୱର୍କ ରହିଛି କି ? ଏହି ସବୁ ପ୍ରଶ୍ନ ଏବେ ତଦନ୍ତ ଘେରରେ ।

ଓରାଙ୍ଗଉଟାନ୍ ର ଅସ୍ତିତ୍ୱ ସଙ୍କଟ ସହ palm oil plantationର ଗଭୀର ସମ୍ପର୍କ ରହିଛି । ଇଣ୍ଡୋନେସିଆ ଓ ମାଲେସିଆର ବର୍ଷାବନର ବଡ଼ ଅଂଶକୁ ଅତୀତରେ oil palm plantation ପାଇଁ ସଫା କରାଯିବା ଫଳରେ ଓରାଙ୍ଗଉଟାନ୍ ଙ୍କ ପ୍ରାକୃତିକ ବାସସ୍ଥଳୀ ନଷ୍ଟ ଓ ଖଣ୍ଡବିଖଣ୍ଡିତ ହୋଇଛି । International Union for Conservation of Nature ଅନୁସାରେ ୨୦୦୫ରୁ ୨୦୧୫ ମଧ୍ୟରେ Borneoରେ ହୋଇଥିବା ବନନାଶର ଅତିକମରେ ୫୦ ପ୍ରତିଶତ oil palm development ସହ ଜଡ଼ିତ ଥିଲା । Palm oilର ବିସ୍ତାର ଓରାଙ୍ଗଉଟାନ୍ ଙ୍କ ହ୍ରାସରେ ବଡ଼ ଭୂମିକା ନେଇଥିବା IUCN କହିଛି । ଜଙ୍ଗଲ କଟି oil palm plantation ହେଲେ ଓରାଙ୍ଗଉଟାନ୍ ଙ୍କ ଘର ଓ ଖାଦ୍ୟ ଉତ୍ସ କମିଯାଏ । କେତେକ ଓରାଙ୍ଗଉଟାନ୍ ଛୋଟ ଛୋଟ ଜଙ୍ଗଲ ଖଣ୍ଡ କିମ୍ବା palm plantation ନିକଟରେ ରହିବାକୁ ବାଧ୍ୟ ହୁଅନ୍ତି । ଏହା ମଣିଷ-ଓରାଙ୍ଗଉଟାନ୍ ସଂଘର୍ଷର ଆଶଙ୍କା ମଧ୍ୟ ବଢ଼ାଇଥାଏ । IUCNର ୨୦୨୫ ନିର୍ଦ୍ଦେଶିକା ଅନୁସାରେ Borneoରେ ପ୍ରାୟ ୧୦ ହଜାର ଓରାଙ୍ଗଉଟାନ୍ oil-palm dominated landscapeରେ ରହୁଛନ୍ତି । ତେଣୁ ବାଲେଶ୍ୱରରେ ମିଳିଥିବା ଏହି ୫ ବିରଳ ଜୀବ କେବଳ ଏକ ଅସ୍ୱାଭାବିକ wildlife rescue ଘଟଣା ନୁହେଁ । ବର୍ଷାବନର ଏହି ବାସିନ୍ଦା ହଜାର ହଜାର କିଲୋମିଟର ଦୂର ଓଡ଼ିଶା ଉପକୂଳରେ ପହଞ୍ଚିଲେ କେମିତି ? ଏହାର ଉତ୍ତର ମିଳିଲେ ଏକ ବଡ଼ wildlife trafficking networkର ସୂତ୍ର ମିଳିପାରେ ।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ବିହାରରେ ବନ୍ୟା ତାଣ୍ଡବ: ୧୪ ଜିଲ୍ଲାରେ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
  • ଇଣ୍ଡିଆ-ଏ’ ଟିମ୍ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ସ୍ଥାନ
  • ଆଜି ଲଘୁଚାପ ସମ୍ଭାବନା, ଉତ୍ତର ଓଡ଼ିଶାରେ ବଢ଼ିବ ବର୍ଷା
  • ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ, ରହସ୍ୟ ଖୋଲିବାକୁ STFର ୨ ଟି ଟିମ୍ ଗଠନ
  • Puri Young Roller Skaters Shine at All India Open Inter-School Roller Skating Championship – 2026

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In