• About Us
  • Contact Us
Thursday, September 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିହାରରେ ବନ୍ୟା ତାଣ୍ଡବ: ୧୪ ଜିଲ୍ଲାରେ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

by Voice of Victims
September 10, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବିହାରରେ ବନ୍ୟା ତାଣ୍ଡବ: ୧୪ ଜିଲ୍ଲାରେ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ବିହାରରେ ବନ୍ୟା ପରିସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ଗଙ୍ଗା ସମେତ ରାଜ୍ୟର ୮ଟି ପ୍ରମୁଖ ନଦୀ ଫୁଲିବାରେ ଲାଗିଥିବା ବେଳେ ୧୪ଟି ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଏହାଦ୍ୱାରା ପ୍ରାୟ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଭାଗଲପୁର ଜିଲ୍ଲାର ସୁଲତାନଗଞ୍ଜଠାରେ ଗଙ୍ଗା ନଦୀ ନିଜର ସର୍ବୋଚ୍ଚ ବିପଦ ସଙ୍କେତ ଟପିଯାଇଥିବାରୁ ତଳିଆ ଅଞ୍ଚଳଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

କୋଶୀ, ଗଣ୍ଡକ ଏବଂ ଘାଘରା ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ସାରଣ ଜିଲ୍ଲାରେ ମାହୀ ନଦୀ ଉପରେ ନିର୍ମିତ ଜମିନ୍ଦାରୀ ବାନ୍ଧ ଭାଙ୍ଗିଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନିକ ସୂଚନା ଅନୁଯାୟୀ, ପାଟଣା, ଭୋଜପୁର, ସାରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ, ବକ୍ସର, ସମସ୍ତୀପୁର, ମୁଙ୍ଗେର, କାଟିହାର, ଲଖିସରାଇ, ଖଗଡ଼ିଆ, ପୂର୍ଣ୍ଣିଆ ଏବଂ ଅରୱଲ ଜିଲ୍ଲାରେ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଏହି ବନ୍ୟା ମଧ୍ୟରେ ବୈଶାଳୀଠାରେ ଗଙ୍ଗା ନଦୀରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି। ଉଦ୍ଧାରକାରୀ ଦଳ ୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ଜଣେ ନିଖୋଜ ଅଛନ୍ତି। ପାଣିପାଗ ବିଭାଗ ଅନୁସାରେ, ସେପ୍ଟେମ୍ବର ମାସରେ ବିହାରରେ ଏପର୍ଯ୍ୟନ୍ତ ୭୯.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୩୧ ପ୍ରତିଶତ ଅଧିକ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ବିହାରରେ ବନ୍ୟା ତାଣ୍ଡବ: ୧୪ ଜିଲ୍ଲାରେ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
  • ଇଣ୍ଡିଆ-ଏ’ ଟିମ୍ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ସ୍ଥାନ
  • ଆଜି ଲଘୁଚାପ ସମ୍ଭାବନା, ଉତ୍ତର ଓଡ଼ିଶାରେ ବଢ଼ିବ ବର୍ଷା
  • ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ, ରହସ୍ୟ ଖୋଲିବାକୁ STFର ୨ ଟି ଟିମ୍ ଗଠନ
  • Puri Young Roller Skaters Shine at All India Open Inter-School Roller Skating Championship – 2026

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In