• About Us
  • Contact Us
Thursday, September 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ, ରହସ୍ୟ ଖୋଲିବାକୁ STFର ୨ ଟି ଟିମ୍ ଗଠନ

by Voice of Victims
September 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ, ରହସ୍ୟ ଖୋଲିବାକୁ STFର ୨ ଟି ଟିମ୍ ଗଠନ

ବାଲେଶ୍ୱର: ବାଲେଶ୍ୱରରୁ ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ । ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛି ବାଲେଶ୍ୱର ବନ ବିଭାଗ । ଭୋଗରାଇ ଜେଏମସି କୋର୍ଟରେ ମାମଲା ରୁଜୁ କରାଯାଇଛି ।

ଏଥିସହ  କ୍ରାଇମବ୍ରାଞ୍ଚ STF ମଧ୍ୟ ତଦନ୍ତକୁ ଓହ୍ଲାଇଛି । ଏଥିପାଇଁ STF ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଖୋଳତାଡ଼ ଆରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରି ବୟାନ ରେକର୍ଡ କରାଯାଇଛି । ଏହା ଏକ ବନ୍ୟଜନ୍ତୁ ଚୋରାଚାଲାଣ ମାମଲା ହୋଇଥିବା ସନ୍ଦେହ କରାଯାଉଛି । ଏହା ପଛରେ ଏକ ଆନ୍ତଃରାଜ୍ୟ ସ୍ମଗଲିଂ ରାକେଟ୍ କାମ କରୁଥାଇପାରେ ବୋଲି ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି । ଓରାଙ୍ଗଉଟାନଗୁଡ଼ିକ କେଉଁଠୁ ଆସିଲେ, କିଏ ସେମାନଙ୍କୁ ବାଲେଶ୍ୱର ପର୍ଯ୍ୟନ୍ତ ଆଣିଲା ଏବଂ କେଉଁଠାକୁ ନେବାର ଯୋଜନା ଥିଲା, ଏସବୁ ଦିଗକୁ ନେଇ ତଦନ୍ତ ଆଗକୁ ବଢ଼ୁଛି । ବିଶେଷକରି ଏହି ଚୋରାଚାଲାଣରେ କେଉଁମାନେ ସାମିଲ ଅଛନ୍ତି ଏବଂ ଏହାର ନେଟୱର୍କ କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି, ତାହା ଜାଣିବାକୁ STF ଉଦ୍ୟମ ଚଳାଇଛି । ତଦନ୍ତରେ ଆନ୍ତଃରାଜ୍ୟ ଲିଙ୍କ୍ ଉପରେ ବିଶେଷ ଫୋକସ୍ ରହିଛି । STF ଅଧିକାରୀଙ୍କ ସୂଚନା ଅନୁସାରେ, ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଖୁବଶୀଘ୍ର ଏହି ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ନନ୍ଦନକାନରରେ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ । ସମସ୍ତଙ୍କ ବୟସ ଏକ ବର୍ଷରୁ କମ୍ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସେମାନଙ୍କୁ ସିସିଟିଭି ନଜରରେ ଏକ ସ୍ୱତନ୍ତ୍ର କ୍ୱାରେଣ୍ଟାଇନରେ ରଖି ଚିକିତ୍ସା କରାଯାଉଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଜଣକୁ ସାମାନ୍ୟ ଜ୍ୱର ଥିବା ବେଳେ ବାକି ସମସ୍ତେ ସୁସ୍ଥ ଅଛନ୍ତି । ସେମାନଙ୍କୁ କଦଳୀ ଓ ସେଓ ଖାଇବାକୁ ଦିଆଯାଉଛି । ମା’ଠାରୁ ଦୂରେଇ ରହିଥିବାରୁ ଏହି ଛୁଆମାନେ ଭୟଭୀତ ଥିଲେ । ସେମାନଙ୍କ ମାନସିକ ଚାପ କମାଇବା ପାଇଁ ଏବଂ ମା’ର ଅନୁଭୂତି ଦେବା ପାଇଁ ସେମାନଙ୍କୁ କୁତ୍ରିମ ଓ ରାଙ୍ଗୁଟାନ ଭଳି ଦେଖାଯାଉଥିବା ସଫ୍ଟ ଟୟ ଦିଆଯାଇଛି । ଯାହାକୁ କୋଳେଇ ନେଇ ସେମାନେ ଶାନ୍ତ ରହୁଛନ୍ତି । ୨୧ ଦିନର କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଏମାନଙ୍କୁ ନନ୍ଦନକାନନରେ ରଖାଯିବ ନା ନିଜ ଦେଶକୁ ଫେରାଇ ଦିଆଯିବ, ସେ ନେଇ ନିଷ୍ପତ୍ତି ନିଆଯିବ ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ବିହାରରେ ବନ୍ୟା ତାଣ୍ଡବ: ୧୪ ଜିଲ୍ଲାରେ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
  • ଇଣ୍ଡିଆ-ଏ’ ଟିମ୍ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ସ୍ଥାନ
  • ଆଜି ଲଘୁଚାପ ସମ୍ଭାବନା, ଉତ୍ତର ଓଡ଼ିଶାରେ ବଢ଼ିବ ବର୍ଷା
  • ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ, ରହସ୍ୟ ଖୋଲିବାକୁ STFର ୨ ଟି ଟିମ୍ ଗଠନ
  • Puri Young Roller Skaters Shine at All India Open Inter-School Roller Skating Championship – 2026

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In