• About Us
  • Contact Us
Monday, September 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ପବିତ୍ର ଗଣେଶ ପୂଜା, ବିଘ୍ନହର୍ତ୍ତାଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା

by Voice of Victims
September 14, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ଆଜି ପବିତ୍ର ଗଣେଶ ପୂଜା, ବିଘ୍ନହର୍ତ୍ତାଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା

ଭୁବନେଶ୍ୱର : ଗଣପତି ବାପ୍ପା ମୋରିଆ । ଆଜି ପବିତ୍ର ଗଣେଶ ପୂଜା । ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ । ଓଡ଼ିଶାର ସ୍କୁଲ-କଲେଜରେ ପୂଜାର ଧୂମ୍ । ଗଣେଶ ପୂଜା ସହ ଛାତ୍ରଛାତ୍ରୀଙ୍କ ଏକ ନିଆରା ସମ୍ପର୍କ ରହିଛି । ସକାଳୁ ସକାଳୁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି । ନୂଆ ପୋଷାକ ପିନ୍ଧି ଛାତ୍ରଛାତ୍ରୀ ପୂଜାରେ ସାମିଲ ହୋଇଛନ୍ତି ।

ବହି, ଖାତା ଓ କଲମ ଗଣେଶଙ୍କ ନିକଟରେ ରଖି ବିଦ୍ୟା ଓ ବୁଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିବେ ଛାତ୍ରଛାତ୍ରୀ । ପୂଜା ସହ ଓଡ଼ିଆ ଘରର ପାରମ୍ପରିକ ପ୍ରସାଦର ମଧ୍ୟ ରହିଛି ଅଲଗା ଆକର୍ଷଣ । ଚୂଡ଼ାଘସା, ଖଇ, ନଡ଼ିଆ, କଦଳୀ ଓ ବୁନ୍ଦିଆ ଲଡୁ ପ୍ରସାଦରେ ଗଣେଶ ପୂଜାର ସ୍ମୃତି ଅନେକଙ୍କ ପାଇଁ ପିଲାଦିନ ସହ ଯୋଡ଼ି ହୋଇରହିଛି । ଓଡ଼ିଶାର ଗଣେଶ ପୂଜା ମାନଚିତ୍ରରେ ଜଟଣୀର ସ୍ଥାନ ସ୍ୱତନ୍ତ୍ର । ଏଠାରେ ବର୍ଷ ବର୍ଷ ଧରି ବଡ଼ ଆକାରରେ ସାର୍ବଜନୀନ ଗଣେଶ ପୂଜା ଆୟୋଜିତ ହୋଇଆସୁଛି ।

ବିଶାଳ ତୋରଣ, ଆକର୍ଷଣୀୟ ପଣ୍ଡାଲ, ଆଲୋକସଜ୍ଜା ଓ ମେଳା ପାଇଁ ଜଟଣୀର ଗଣେଶୋତ୍ସବ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆକର୍ଷିତ କରେ । ଭୁବନେଶ୍ୱର ଓ କଟକରେ ମଧ୍ୟ ବିଭିନ୍ନ ପୂଜା କମିଟି ପକ୍ଷରୁ ଗଣେଶ ପୂଜାର ବ୍ୟାପକ ଆୟୋଜନ ହୁଏ । ସେହିପରି ତାଳଚେର, ଅନୁଗୋଳ ଓ ରାଉରକେଲା ଭଳି ଶିଳ୍ପାଞ୍ଚଳରେ ବିଭିନ୍ନ କ୍ଲବ, ସଂଗଠନ ଓ ପୂଜା କମିଟି ପକ୍ଷରୁ ଆଡ଼ମ୍ବରରେ ଗଜାନନଙ୍କ ଆରାଧନା କରାଯାଏ । ବିଘ୍ନ ଦୂର କରନ୍ତୁ ବିଘ୍ନହର୍ତ୍ତା, ଆଣନ୍ତୁ ସୁଖ-ସମୃଦ୍ଧି ।

Post Views: 95
Share200Tweet125Send
Voice of Victims

Voice of Victims

Recent Posts

  • ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ
  • ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ୍, ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ
  • ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ, ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଟିମର ନଜର
  • ଓମଫେଡର ବଡ଼ ଧମାକା, ଖୁବଶୀଘ୍ର ବଜାରକୁ ଆସିବ ନିଜସ୍ୱ ଆଇସକ୍ରିମ୍‌
  • ଓଡ଼ିଶା ଗୀତା ପରିବାର ଆନୁକୂଲ୍ୟରେ ଗୀତା ପାରାୟଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In