ଭୁବନେଶ୍ୱର, ଓଡିଶା ଗୀତା ପରିବାର ଭୁବନେଶ୍ୱର ଶାଖା ଆନୁକୁଲ୍ଯରେ ଗୌତମ ନଗରସ୍ଥିତ ନିଗମାନନ୍ଦ ସାରସ୍ୱତ ଆଶ୍ରମଠାରେ ଏକ ଅଫ୍ ଲାଇନ୍ ସଂପୂର୍ଣ୍ଣ ଶ୍ରୀମଦ୍ଭଗବଦ୍ଗୀତା ପାରାୟଣ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମକୁ ଉଦଘାଟନ କରି ଆଶ୍ରମ ଅଧ୍ଯକ୍ଷ ଶ୍ରୀମତ୍ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ୱତୀ ଗୀତା ପାଠର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଉଦ୍ଘାଟନୀ ପାରାୟଣରେ ଓଡିଶା ଗୀତା ପରିବାରର ମାର୍ଗଦର୍ଶକ ଶ୍ରୀଯୁକ୍ତ ବସନ୍ତ କୁମାର ମିଶ୍ର, ଶାଖା ସଂଚାଳକ ଶ୍ରୀ କେଶବ ପାତ୍ର, ବାନାମ୍ବର ସାହୁ, ବାସୁଦେବ ଭଟ୍ଟ, ଶୈଳବାଳା ମିଶ୍ର, ରଚିତା ମିଶ୍ର, ଜୟନ୍ତୀ ରଥ, ସୁଧାଂଶୁବାଳା ଦିଦି, ନିବାରଣ ଦାସ ଏବଂ ଶଶିକାନ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱର ଓ କଟକର ଶତାଧିକ କୃଷ୍ଣ ପ୍ରେମୀ ଭକ୍ତ ପାରାୟଣରେ ଭାଗ ନେଇଥିଲେ। ଏହି ଅବସରରେ ଗୀତାର ସମ୍ପୂର୍ଣ୍ଣ ଅଠର ଅଧ୍ଯାୟ ପାରାୟଣ, ଗୀତା ଆରତୀ, ଶ୍ରୀ ଜଗନ୍ନାଥ ଅଷ୍ଟକମ୍ ଏବଂ ହନୁମାନ ଚାଳିସା ପାଠ କରାଯାଇଥିଲା। ଏହି ପାରାୟଣ ପ୍ରତି ମାସର ଦ୍ଵିତୀୟ ଶନିବାର ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
