• About Us
  • Contact Us
Tuesday, September 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନୂଆ ଧାନ ସହ ନୂଆ ସମ୍ପର୍କର ଆରମ୍ଭ, ନୂଆଁଖାଇରେ ମହକୁଛି ପଶ୍ଚିମ ଓଡ଼ିଶା

by Voice of Victims
September 15, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ନୂଆ ଧାନ ସହ ନୂଆ ସମ୍ପର୍କର ଆରମ୍ଭ, ନୂଆଁଖାଇରେ ମହକୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ବର: ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ନୂଆ ଧାନକୁ ପ୍ରଥମେ ଦେବୀଙ୍କୁ ସମର୍ପଣ, ପରେ ପରିବାର ସହ ନବାନ୍ନ ଭକ୍ଷଣ । ପଶ୍ଚିମ ଓଡ଼ିଶାର ଘରେ ଘରେ ଉତ୍ସବର ମାହୋଲ । ନୂଆ ଧାନ, ନୂଆ ଆଶା ଆଉ ନୂଆ ଉତ୍ସାହକୁ ନେଇ ପାଳନ ହେଉଛି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଚାଷ, ମାଟି ଓ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ପ୍ରତୀକ ଏହି ପର୍ବ। ଚାଷୀ ନିଜ ପରିଶ୍ରମର ପ୍ରଥମ ଫସଲକୁ ନିଜେ ଗ୍ରହଣ କରିବା ପୂର୍ବରୁ ଇଷ୍ଟଦେବୀଙ୍କୁ ସମର୍ପଣ କରି କୃତଜ୍ଞତା ଜଣାଇଥାଏ । ନୂଆଁଖାଇର ପ୍ରମୁଖ ଆକର୍ଷଣ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠ । ଚଳିତବର୍ଷ ନବାନ୍ନ ଲାଗି ପାଇଁ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଶୁଭଲଗ୍ନ ଧାର୍ଯ୍ୟ କରାଯାଇଛି । ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଶ୍ୱରୀଙ୍କୁ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଅର୍ପଣ କରାଯିବ ।

ଏହାପରେ ଘରେ ଘରେ ନିଜ ଇଷ୍ଟଦେବତା ଓ ଗ୍ରାମଦେବୀଙ୍କୁ ନବାନ୍ନ ଅର୍ପଣ କରି ପରିବାର ସଦସ୍ୟ ଏକାଠି ନୂଆ ଅନ୍ନ ଭକ୍ଷଣ କରିବେ । ନୂଆଁଖାଇ’ର ଅର୍ଥ ହେଉଛି ନୂଆ ଅନ୍ନ ଖାଇବା। କିନ୍ତୁ ଏହାର ମହତ୍ତ୍ୱ କେବଳ ନୂଆ ଫସଲ ମଧ୍ୟରେ ସୀମିତ ନୁହେଁ । ନୂଆଁଖାଇ ପରିବାରକୁ ଏକାଠି କରେ, ଭାଇଚାରା ବଢ଼ାଏ ଏବଂ ପୁରୁଣା ମନୋମାଳିନ୍ୟ ଭୁଲି ନୂଆ ସମ୍ପର୍କର ଆରମ୍ଭ ପାଇଁ ସନ୍ଦେଶ ଦିଏ । ନବାନ୍ନ ଭକ୍ଷଣ ପରେ ଆରମ୍ଭ ହୁଏ ‘ନୂଆଁଖାଇ ଜୁହାର’। ପରିବାରର ସାନମାନେ ବଡ଼ମାନଙ୍କୁ ଜୁହାର କରି ଆଶୀର୍ବାଦ ନିଅନ୍ତି । ସାଙ୍ଗସାଥୀ, ଆତ୍ମୀୟସ୍ୱଜନ ଓ ପଡ଼ୋଶୀ ପରସ୍ପରକୁ ନୂଆଁଖାଇ ଜୁହାର ଜଣାନ୍ତି । ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟମାନେ ମଧ୍ୟ ଏହି ଅବସରରେ ଘରକୁ ଫେରନ୍ତି। ସମ୍ବଲପୁର ସହ ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ବୌଦ୍ଧ ଓ ଦେବଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ନୂଆଁଖାଇ ପାଇଁ ଉତ୍ସବମୁଖର ।

ନୂଆ ପୋଷାକ, ଘର ସଫାସୁତରା, ପିଠାପଣା ଓ ପାରମ୍ପରିକ ଖାଦ୍ୟରେ ମହକୁଛି ପରିବେଶ । ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଇଷ୍ଟଦେବୀଙ୍କୁ ନୂଆ ଅନ୍ନ ସମର୍ପଣର ସ୍ୱତନ୍ତ୍ର ପରମ୍ପରା ରହିଛି । ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ସହ ବଲାଙ୍ଗୀର-ପାଟଣାଗଡ଼ ଅଞ୍ଚଳରେ ମା’ ପାଟଣେଶ୍ୱରୀ, ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀ ଏବଂ କଳାହାଣ୍ଡିରେ ମା’ ମାଣିକେଶ୍ୱରୀଙ୍କ ପୀଠରେ ନୂଆଁଖାଇର ବିଶେଷ ପରମ୍ପରା ଦେଖିବାକୁ ମିଳେ । ନବାନ୍ନ ଓ ଜୁହାର ପରେ ଜମିବ ନୂଆଁଖାଇ ଭେଟଘାଟ । ଢୋଲ, ନିଶାନ, ତାସାର ତାଳ ସହ ସମ୍ବଲପୁରୀ ଗୀତ ଓ ନୃତ୍ୟରେ ଦୁଲିବ ପଶ୍ଚିମ ଓଡ଼ିଶା। ଡାଲଖାଇ, ରସରକେଲି ଭଳି ଲୋକନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନୂଆଁଖାଇର ଉତ୍ସବକୁ ଆହୁରି ରଙ୍ଗିନ କରିବ । ମାଟିକୁ ସମ୍ମାନ, ଚାଷୀର ପରିଶ୍ରମକୁ ସ୍ୱୀକୃତି, ଇଷ୍ଟଦେବୀଙ୍କ ପ୍ରତି କୃତଜ୍ଞତା ଏବଂ ପରିବାର-ସମାଜକୁ ଏକାଠି ବାନ୍ଧି ରଖିବାର ପରମ୍ପରା—ଏସବୁର ସମାହାର ହେଉଛି ନୂଆଁଖାଇ । ସେଥିପାଇଁ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଏକ ଭାବନା ଓ ଜୀବନଧାରା ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ଶ୍ରେଷ୍ଠତା ମାନ୍ୟତା, ପରିବେଶ ସୁରକ୍ଷାରେ ସେଞ୍ଚୁରିଅନ୍ ବିଶ୍ୱରେ ଶ୍ରେଷ୍ଠ, ଦୁଇ ବର୍ଗରେ ପ୍ରଥମ, ତିନି ବର୍ଗରେ ଅତ୍ୟନ୍ତ ପ୍ରଶଂସନୀୟ
  • ପାର୍ବଣରେ ମହଙ୍ଗା ମାଡ଼, ୪.୮୨% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି
  • ଭାରତ ସରକାରଙ୍କ ଆକ୍ସନରେ ମୁଣ୍ଡ ନୁଆଁଇଲା ମେଟା, ପିଲାଙ୍କ ସହିତ ଜଡ଼ିତ ସମସ୍ତ ସୂଚନା ଦେବାକୁ ଆଗ୍ରହ
  • ନୂଆ ଧାନ ସହ ନୂଆ ସମ୍ପର୍କର ଆରମ୍ଭ, ନୂଆଁଖାଇରେ ମହକୁଛି ପଶ୍ଚିମ ଓଡ଼ିଶା
  • ଆଜି ନୂଆଁଖାଇ ତିହାର… ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In