• About Us
  • Contact Us
Friday, September 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମଦିନ, ବିଜେପି ପକ୍ଷରୁ ସେବା ପ୍ରକଳ୍ପ ଅଭିଯାନ ଆୟୋଜନ

by Voice of Victims
September 17, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମଦିନ, ବିଜେପି ପକ୍ଷରୁ ସେବା ପ୍ରକଳ୍ପ ଅଭିଯାନ ଆୟୋଜନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଦୃଢ଼ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନରେନ୍ଦ୍ର ମୋଦ ନିଜ ଜୀବନର ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମୂଳମନ୍ତ୍ର ନେଇ ଭାରତକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଗୁଜରାଟର ଏକ ସାଧାରଣ ପରିବାରରୁ ଆରମ୍ଭ ହୋଇ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ‘ପ୍ରଧାନ ସେବକ’ ହେବା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅତୁଳନୀୟ ପ୍ରେରଣା । ତାଙ୍କ ଜନ୍ମଦିନ କେବଳ ଏକ ବ୍ୟକ୍ତିଗତ ଉତ୍ସବ ନୁହେଁ, ବରଂ ସାରା ଦେଶ ପାଇଁ ସେବା ଦିବସ । କେବଳ ସେତିକି ନୁହଁ, ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ, ୨୫ ବର୍ଷର ଶାସନ ଯାତ୍ରାର ନୂଆ ମାଇଲଖୁଣ୍ଟ ନିକଟରେ ନରେନ୍ଦ୍ର ମୋଦି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ ସାମାଜିକ ଗଣମାଧ୍ୟମ X ରେ ପୋଷ୍ଟ କରିଛନ୍ତି ।

ସେପଟେ ଆଜି ବାରଣାସୀରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମହାମେଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବାରଣାସୀରେ ଏକାଠି ହେବେ ସମସ୍ତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ବାରଣାସୀ ଲୋକସଭା ଆସନରୁ ମୋଦି ପ୍ରତିନିଧିତ୍ବ କରୁଥିବାରୁ ସେଠାରେ ଏକତ୍ରିତ ହୋଇ ଜନ୍ମଦିନ ପାଳନ କରିବେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମ୍ମତି ଜଣାଇସାରିଛନ୍ତି ।

ଏହି ଅବସରରେ ବିଜେପି ପକ୍ଷରୁଆଜିଠୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରାଯିବ । ଏଥିରେ ସେବା ସହ ଜଡ଼ିତ କାର୍ଯ୍ୟକ୍ରମ ସହ ଲୋକଙ୍କ ସହ ସାମିଲ ହେବାକୁ ଯୋଜନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଜନ୍ମସ୍ଥାନ ଗୁଜରାଟର ବଡ଼ନଗର ଠାରୁ ବାରଣାସୀ ମଧ୍ଯରେ ଦୁଇଟି ବାଇକ ରାଲି ବାହାରିବ । ବଡ଼ନଗରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାଇକ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ବିଜେପି ସଭାପତି ଜଗଦୀଶ ବିଶ୍ବକର୍ମା ଓ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ଉପସ୍ଥିତ ରହିବେ । ଏହି ବାଇକ ରାଲି ୧୦ଟି ରାଜ୍ୟର ୧୯୩ ଜିଲ୍ଲା ଅତିକ୍ରମ କରିବେ । ବାରଣାସୀ ଠାରେ ସେବା ସଂକଳ୍ପ ଅଭିଯାନ ନେଇ ଗଣମାଧ୍ୟମକୁ ସମ୍ବୋଧିତ କରିବେ ରାଜନାଥ ସିଂ ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମଦିନ, ବିଜେପି ପକ୍ଷରୁ ସେବା ପ୍ରକଳ୍ପ ଅଭିଯାନ ଆୟୋଜନ
  • ଦାରା ସିଂ ମୁକ୍ତି ମାମଲା, ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ
  • ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ, ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା
  • ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ, ଅକ୍ଟୋବର ୨ରୁ ବୁକିଂ ଆରମ୍ଭ କରିଛି ଇଣ୍ଡିଗୋ
  • ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In