• About Us
  • Contact Us
Friday, September 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦାରା ସିଂ ମୁକ୍ତି ମାମଲା, ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

by Voice of Victims
September 17, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଦାରା ସିଂ ମୁକ୍ତି ମାମଲା, ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି । ଅଧିକ ୩ ସପ୍ତାହ ସମୟ ମାଗିଲେ ଦାରାଙ୍କ ଓକିଲ ଏ.ପି ସିଂହ । OSSRBର ରିଜେକ୍ସନ ଅର୍ଡରକୁ ସମୀକ୍ଷା କରିବାକୁ ସମୟ ମାଗିଲେ । ଏହା ପୂର୍ବରୁ ଓଡ଼ିଶା ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଦାରା ସିଂଙ୍କ ସମୟ ପୂର୍ବରୁ ମୁକ୍ତି ପ୍ରସ୍ତାବକୁ ଗ୍ରହଣ କରିନାହିଁ । ଅଗଷ୍ଟ ୩୧ରେ ଅନୁଷ୍ଠିତ ବୋର୍ଡର ସ୍ୱତନ୍ତ୍ର ବୈଠକରେ ତାଙ୍କ ମାମଲା ଉପରେ ବିଚାର କରାଯାଇଥିଲା । ଦାରା ସିଂ ୨୬ ବର୍ଷରୁ ଅଧିକ ସମୟ ଜେଲରେ ରହିସାରିଛନ୍ତି । ଓଡ଼ିଶା ସରକାରଙ୍କ ୨୦୨୨ ରିମିସନ୍ ନୀତି ଅନୁସାରେ ତାଙ୍କ ସମୟ ପୂର୍ବରୁ ମୁକ୍ତି ପ୍ରସଙ୍ଗ ବିଚାର ପରିସରକୁ ଆସିଥିଲା । ମାର୍ଚ୍ଚ ୧୮ର ଶୁଣାଣିରେ ଓଡ଼ିଶା ସରକାର ୨୦୨୨ର ରିମିସନ୍ ନୀତିକୁ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ମୃତ୍ୟୁଦଣ୍ଡ ପରେ ଦଣ୍ଡାଦେଶ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତିତ ହୋଇଥିବା ଦୋଷୀଙ୍କ କ୍ଷେତ୍ରରେ ୨୫ ବର୍ଷ କାରାବାସ ପରେ ସମୟ ପୂର୍ବରୁ ମୁକ୍ତି ପ୍ରସଙ୍ଗ ବିଚାର କରାଯାଇପାରିବ ବୋଲି ଏହି ନୀତିରେ ବ୍ୟବସ୍ଥା ରହିଥିବା କୋର୍ଟ ରେକର୍ଡ କରିଥିଲେ ।

ଅଗଷ୍ଟ ୧୯ରେ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଦାରା ସିଂଙ୍କ ରିମିସନ୍ ଆବେଦନ ଉପରେ ନିଷ୍ପତ୍ତି ପାଇଁ ମାମଲାକୁ ବାରମ୍ବାର ଘୁଞ୍ଚାଯାଇଛି। ଏହାପରେ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ନିଷ୍ପତ୍ତି ନେଇ କୋର୍ଟଙ୍କୁ ଅବଗତ କରିବାକୁ କୁହାଯାଇଥିଲା । ସେପ୍ଟେମ୍ବରରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବାରୁ ସୁପ୍ରିମକୋର୍ଟ ଏହାକୁ ଗୁରୁତ୍ୱର ସହ ନେଇଥିଲେ । ଗତ ୮ ତାରିଖର ଶୁଣାଣି ପରେ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବା ପାଇଁ ଆଉ ସମୟ ଦିଆଯାଇନଥିଲା ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଆଜି ପାଇଁ ଧାର୍ଯ୍ୟ ହୋଇଥିଲା । ୧୯୯୯ ଜାନୁଆରୀ ୨୩ରେ କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରାଯାଇଥିଲା । ୨୦୦୦ ଜାନୁଆରୀରେ ଏହି ମାମଲାରେ ଗିରଫ ହୋଇଥିଲା ଦାରା ସିଂ । ୨୦୦୩ରେ ସିବିଆଇ କୋର୍ଟ ତାଙ୍କୁ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଓ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିଲେ । ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ । ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ ।

Post Views: 17
Share197Tweet123Send
Voice of Victims

Voice of Victims

Recent Posts

  • ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମଦିନ, ବିଜେପି ପକ୍ଷରୁ ସେବା ପ୍ରକଳ୍ପ ଅଭିଯାନ ଆୟୋଜନ
  • ଦାରା ସିଂ ମୁକ୍ତି ମାମଲା, ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ
  • ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ, ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା
  • ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ, ଅକ୍ଟୋବର ୨ରୁ ବୁକିଂ ଆରମ୍ଭ କରିଛି ଇଣ୍ଡିଗୋ
  • ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In