• About Us
  • Contact Us
Friday, September 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ, ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା

by Voice of Victims
September 17, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ, ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା

ଭୁବନେଶ୍ୱର : ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ । ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା । ​ସରକାରଙ୍କ ବିଜ୍ଞପ୍ତି ସତ୍ତ୍ୱେ ନିୟମିତ ହେଉ ନାହାନ୍ତି ୧୩ ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ । ​ହାଇକୋର୍ଟଙ୍କ ରହିତାଦେଶ ପରେ ସତ୍ୟପାଠ ଦାଖଲରେ ସରକାରୀ ବିଳମ୍ବ ଅଭିଯୋଗ ହୋଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାରରୁ ଅଧିକ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ବିଧାନସଭା ସମ୍ମୁଖରେ ଏକତ୍ରିତ ହୋଇ ବିଶାଳ ଗଣଧାରଣା ଦେଇଛନ୍ତି । ସରକାରୀ ଉଦାସୀନତା ଓ ପ୍ରଶାସନିକ ବିଳମ୍ବ ବିରୋଧରେ ହଜାର ହଜାର ଶିକ୍ଷକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିବା ସହ ରାଜରାସ୍ତାରେ ନିଜର ପ୍ରତିବାଦ ଜାହିର କରିଛନ୍ତି । ଆନ୍ଦୋଳନରତ ଶିକ୍ଷକମାନଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମାତ୍ର ଏହି ବିଜ୍ଞପ୍ତି ବିରୋଧରେ ମାମଲା ଦାଏର ହେବା ପରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ ।

ଏଥିସହ ପକ୍ଷ ରଖିବା ପାଇଁ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ, ସରକାର ମାସ ମାସ ଧରି କୋର୍ଟରେ ଆବଶ୍ୟକ ସତ୍ୟପାଠ ଦାଖଲ ନକରି କାଳକ୍ଷେପଣ ନୀତି ଆପଣେଇଛନ୍ତି । ସରକାରୀ ବିଳମ୍ବ ଯୋଗୁଁ ହାଇକୋର୍ଟରେ ମାମଲା ଝୁଲି ରହିଛି ଏବଂ ଶିକ୍ଷକମାନଙ୍କ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ବର୍ଷ ବର୍ଷ ଧରି ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି ବୋଲି ଶିକ୍ଷକ ସଂଘ କ୍ଷୋଭ ପ୍ରକାଶ କରିଛି । ସରକାର ଯେ ପର୍ଯ୍ୟନ୍ତ ହାଇକୋର୍ଟରେ ଯଥାର୍ଥ ସତ୍ୟପାଠ ଦାଖଲ କରି ଆଇନଗତ ବାଧାବିଘ୍ନ ଦୂର ନକରନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଶିକ୍ଷକ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି ।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମଦିନ, ବିଜେପି ପକ୍ଷରୁ ସେବା ପ୍ରକଳ୍ପ ଅଭିଯାନ ଆୟୋଜନ
  • ଦାରା ସିଂ ମୁକ୍ତି ମାମଲା, ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ
  • ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ, ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା
  • ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ, ଅକ୍ଟୋବର ୨ରୁ ବୁକିଂ ଆରମ୍ଭ କରିଛି ଇଣ୍ଡିଗୋ
  • ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In