ଭୁବନେଶ୍ୱର : କେଉଁଠି ଓ କିପରି ହେଲା ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ । କୁଳପତିଙ୍କ ନେତୃତ୍ୱରେ ତାହାର ତଦନ୍ତ କରାଯିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ । ଯୁକ୍ତ ୩ ଦ୍ବିତୀୟ ସେମିଷ୍ଟାର ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ସ୍ବୀକାର କରିଛନ୍ତି । WhatsApp ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ।
ତେବେ କେଉଁଠୁ ହୋଇଛି ପ୍ରଶ୍ନପତ୍ର ଲିକ୍ କୁଳପତିଙ୍କ ନେତୃତ୍ୱରେ ତାହାର ତଦନ୍ତ କରାଯିବ । ଏନେଇ ସାଇବର ଥାନାରେ ଏନେଇ ଏତଲା ଦିଆଯିବ । ଯଦି ପ୍ରକୃତରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ସାମ୍ନାକୁ ଆସେ ତେବେ ପୁନଃ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି । ଯୁକ୍ତ ୩ର ପ୍ରାୟ ୩୦୦ କଲେଜରେ ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଛି ପରୀକ୍ଷା । WhatsAppରେ ଆଗୁଆ ବୁଲୁଥିଲା ଯୁକ୍ତ ୩ ଦ୍ବିତୀୟ ସେମିଷ୍ଟାର ପରୀକ୍ଷାର ସମସ୍ତ QUISTION PAPER .।
