• About Us
  • Contact Us
Thursday, September 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କାର୍ଯ୍ୟକାରୀ ହେଲା ବହୁ ପ୍ରତୀକ୍ଷିତ ନୟାଗଡ଼-ଶରଣକୁଳ-ଓଡ଼ଗାଁ ନୂତନ 33 କେଭି ଲାଇନ, ସୁଇଚ ଟିପି ଜିଲ୍ଲାପାଳ କଲେ ଲୋକାର୍ପଣ, ଉପକୃତ ହେବେ 50 ହଜାର ବିଦ୍ୟୁତ ଉପଭୋକ୍ତା

by Voice of Victims
September 24, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
କାର୍ଯ୍ୟକାରୀ ହେଲା ବହୁ ପ୍ରତୀକ୍ଷିତ ନୟାଗଡ଼-ଶରଣକୁଳ-ଓଡ଼ଗାଁ ନୂତନ 33 କେଭି ଲାଇନ, ସୁଇଚ ଟିପି ଜିଲ୍ଲାପାଳ କଲେ ଲୋକାର୍ପଣ, ଉପକୃତ ହେବେ 50 ହଜାର ବିଦ୍ୟୁତ ଉପଭୋକ୍ତା

ଓଡଗାଁ: ନୟାଗଡ଼ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ଓଡଗାଁରେ ବିଜେ ଶ୍ରୀରଘୁନାଥଜିଉ ଓ ଶରଣକୁଳରେ ବିଜେ ବାବା ଲଡ଼ୁକେଶ୍ୱରଙ୍କ ଉଭୟ ପୀଠରେ ବସବାସ କରୁଥିବା 50 ହଜାରରୁ ଉର୍ଦ୍ଧ ବିଦ୍ୟୁତ ଗ୍ରାହକଙ୍କ ପ୍ରାୟ ଅଢେଇଲକ୍ଷ ପରିବାର ସଦସ୍ୟଙ୍କ ଦୂର ହେବ ବିଦ୍ୟୁତ ସମସ୍ୟା | ବୁଧବାର ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ନୟାଗଡ଼ ଜିଲ୍ଲା ମାଛିପଡା ବିଦ୍ୟୁତ ଷ୍ଟ୍ରକଚର ଠାରେ ପୁରୋହିତଙ୍କ ଦ୍ୱାରା ପୂଜା ବିଧାନ ପୂର୍ବକ ଅନ୍ୟ ଅଧିକାରୀଙ୍କ ସହିତ ଶ୍ରୀଫଳ ଭାଙ୍ଗି ସୁଇଚ ଟିପି ନୟାଗଡ଼ (ରାଜପାଟଣା )-ଶରଣକୂଳ -ଓଡଗାଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଢଙ୍ଗରେ ନିର୍ମାଣ ହୋଇଥିବା ନୂତନ 33 କେଭି ବିଦ୍ୟୁତ ଲାଇନର ଲୋକାର୍ପଣ କରିଛନ୍ତି | ଏହା ଦ୍ୱାରା ଏହି ଅଞ୍ଚଳ ସମେତ କୁରାଳ, ବାହାଡାଝୋଲା ଅଞ୍ଚଳର ହଜାର ହଜାର ବିଦ୍ୟୁତ ଉପଭୋକ୍ତା ଦିନ ତମାମ ଅଘୋଷିତ ବିଦ୍ୟୁତ କାଟ ସମସ୍ୟାରୁ ମୁକୁଳିବା ସମ୍ଭାବନା ସୃଷ୍ଟି ହୋଇଛି |

ସୂଚନା ଯୋଗ୍ୟ ସ୍ୱାଧୀନତାର ପରବର୍ତୀ ସମୟ ଅର୍ଥାତ ପ୍ରାୟ 60 ବର୍ଷରୁ ଉର୍ଦ୍ଧ ସମୟ ହେଲା ରାଜପାଟଣା ଗ୍ରୀଡ଼ରୁ ଶରଣକୂଳ ଓ ଓଡ଼ଗାଁକୁ ନଦୀ ନାଳ ବଣ ପାହାଡ଼ ଦେଇ ସଂଯୋଗ କରାଯାଇଥିବା 33 କେଭି ବିଦ୍ୟୁତ ଲାଇନର ବୟସାଧିକ କାରଣ ହେତୁ ରକ୍ଷଣା ବେକ୍ଷଣ କରିବା ସମ୍ଭବ ପର ହେଉ ନଥିଲା | ଫଳରେ ଲୋକେ ବର୍ଷ ସାରା ବେଳେ ବେଳେ ଲୋକେ ଦିନ ତମାମ ଅଘୋଷିତ ବିଦ୍ୟୁତ କାଟ ଓ  ଲୋ ଭୋଲ୍ଟେଜ ସମସ୍ୟାର ସମ୍ମୁଖୀନ ହେବା ଏକ ସ୍ୱାଭାବିକ ଭାବେ ଦେହ ସୁହା ବ୍ୟାପାର ହୋଇଥିଲା  | ଏପରିସ୍ଥଳେ କେବଳ କେତେକ ହଷ୍ଟଲ ଗଣତି ଗଣ ମାଧ୍ୟମଙ୍କ ସମୟୋପଚିତ ରିପୋର୍ଟର ପ୍ରତିଫଳନ ସ୍ୱରୂପ 21 ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ନୂତନ 33 କେଭି ଲାଇନ ନିର୍ମାଣ କରାଯାଇଥିଲା | ହେଲେ ନିର୍ଦିଷ୍ଟ ଏକ ଗ୍ରାମରେ ଗ୍ରାମ ବିବାଦ ଯୋଗୁଁ ଏହାକୁ ଦୁଇ ବର୍ଷ ହେଲା କାର୍ଯ୍ୟକାରୀ କରିବାରେ ବିଭାଗ ଅସଫଳ ରହିଥିଲା | ଅନ୍ୟପକ୍ଷେ ଏହି ବିବାଦ ଓ ସମସ୍ୟା ସମ୍ପର୍କରେ ଆମ ବଡଖବର ଓ ଦୈନିକ ସମାଲୋଚନା ଉପଦେଷ୍ଟା ଆଦର୍ଶ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ଓ ସାରସ କୁମାର ମିଶ୍ର ଏ ସମ୍ପର୍କୀୟ ସମସ୍ତ ବିବରଣୀ ଜିଲ୍ଲାପାଳ,ପୂର୍ବତନ ଏମପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଏମପି ଡ଼. ସମ୍ବିତ ପାତ୍ର ଏପରିକି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କୁ ଭେଟି ଅବଗତି କରିବା ସହିତ ଏନେଇ ଲଗାତାର ରିପୋର୍ଟ ପ୍ରକାଶ କରିଥିଲେ | ଫଳତଃ ସମସ୍ତ ନେତୃତ୍ୱ ଓ ଜିଲ୍ଲାପାଳଙ୍କ ସଦିଚ୍ଛା ପୂର୍ବକ ଏହାକୁ କାର୍ଯ୍ୟକାରୀ କରିବା ନିଶ୍ଚିତ ଭାବେ ଅଞ୍ଚଳ ବାସୀଙ୍କ ପାଇଁ ଏକ ଶୁଭଙ୍କର |

ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଏକ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିବା ବେଳେ ଜିଲ୍ଲାପାଳ ଶ୍ରୀମତୀ ରଥଙ୍କ ସହିତ ଟାଟା ପାୱାରର ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀ (ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଓ ମରାମତି )  ଉପେନ୍ଦ୍ର ଭଞ୍ଜ ଖାଡେଙ୍ଗା,ନୟାଗଡ଼ ଅଧିକ୍ଷଣ ଯନ୍ତ୍ରୀ (II)ସନ୍ତୋଷ କୁମାର ମହାପାତ୍ର,ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କ ବୈଷୟିକ ସହାୟକ ରାମଚନ୍ଦ୍ର ପାତ୍ର,  ସହକାରୀ ଅଧିକ୍ଷଣ ଯନ୍ତ୍ରୀ (ଖୋର୍ଦ୍ଧା )ନିହାର ରଞ୍ଜନ ତ୍ରିପାଠୀ ଓ ନୟାଗଡ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ ରଞ୍ଜନ ସାହୁ ଓ ପ୍ରକଳ୍ପ ମୁଖ୍ୟ ତୁପ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ହେଲେ ପ୍ରାୟ ଦୁଇ ବର୍ଷ ହେଲା ବ୍ୟବହାର ନହୋଇ ପଡିରହିଥିବା ଏହି ଉଚ୍ଚ ଶକ୍ତି ବିଦ୍ୟୁତ ଲାଇନ ଚାର୍ଜ କରାଯାଇଥିବା ବେଳେ ଦୁଇ ଦିନ ଅନୁଧ୍ୟାନ କରିବା ପରେ ଏହି ଲାଇନରେ ଶରଣକୁଳ ଓ ଓଡ଼ଗାଁ ବିଦ୍ୟୁତ ଷ୍ଟ୍ରକଚରରେ ଥିବା ସମସ୍ତ ପାୱାର ଲୋଡ଼ ଦିଆଯିବ ବୋଲି ସହକାରୀ ନିର୍ବାହୀ ଅଧିକାରୀ ଇଂ ସାହୁ ସୂଚନା ଦେଇଛନ୍ତି |

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ
  • କାର୍ଯ୍ୟକାରୀ ହେଲା ବହୁ ପ୍ରତୀକ୍ଷିତ ନୟାଗଡ଼-ଶରଣକୁଳ-ଓଡ଼ଗାଁ ନୂତନ 33 କେଭି ଲାଇନ, ସୁଇଚ ଟିପି ଜିଲ୍ଲାପାଳ କଲେ ଲୋକାର୍ପଣ, ଉପକୃତ ହେବେ 50 ହଜାର ବିଦ୍ୟୁତ ଉପଭୋକ୍ତା
  • ବିହାର ସମସ୍ତିପୁରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଭିଡିଓ ଭାଇରାଲ, ୪ ଅଭିଯୁକ୍ତ ଗିରଫ
  • ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ
  • କଟକରେ ପନିରକୁ ନେଇ ବଡ଼ ଖୁଲାସା, ମିଶୁଛି ମଇଦା ଓ ଡିଟରଜେଣ୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In