• About Us
  • Contact Us
Thursday, October 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତୀୟ ପାଇଲଟ ସ୍ମିତଙ୍କୁ ପ୍ରଶଂସା, ଡୋନାଲ୍ଡ ଟ୍ରମ୍ପ ରଖିଲେ ନିଜ ପ୍ରତିକ୍ରିୟା

by Voice of Victims
October 1, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଭାରତୀୟ ପାଇଲଟ ସ୍ମିତଙ୍କୁ ପ୍ରଶଂସା, ଡୋନାଲ୍ଡ ଟ୍ରମ୍ପ ରଖିଲେ ନିଜ ପ୍ରତିକ୍ରିୟା

ନୂଆଦିଲ୍ଲୀ : ସାରା ବିଶ୍ୱରେ ଭାରତୀୟ ପାଇଲଟଙ୍କୁ ପ୍ରଶଂସା । ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନରେ ମଝି ଆକାଶରେ ଘଟିଥିବା ସଂଘର୍ଷ ଏବଂ ଭାରତୀୟ ପାଇଲଟଙ୍କ ଅଦମ୍ୟ ସାହସିକତା ଘଟଣା ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଛନ୍ତି । ହ୍ୱାଇଟ୍ ହାଉସର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ​ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଲାଗୁଛି ଯେପରି ସହ-ପାଇଲଟ୍ ଜଣକ ହୁଏତ ଜଣେ ଆତଙ୍କବାଦୀ ଥିଲା କିମ୍ବା କୌଣସି ମାନସିକ ବିକୃତ ବ୍ୟକ୍ତି ଥିଲା, ଯିଏ ମୁଖ୍ୟ ପାଇଲଟଙ୍କୁ ଛୁରାମାଡ଼ କରିଥିଲା । ପାଇଲଟଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଏଭଳି ସ୍ଥିତିରେ ମଧ୍ୟ କବାଟ ଖୋଲି ସେ ଏକ ପ୍ରକାର ହିରୋ ଭାବେ କାର୍ଯ୍ୟ କରିଛନ୍ତି ।

ବୁଧବାର ସନ୍ଧ୍ୟାରେ ଫ୍ଲାଏ ଦୁବାଇ ବିମାନମଝି ଆକାଶରେ ଥିବା ସମୟରେ ଓମାନୀୟ ସହ-ପାଇଲଟ୍ ଅତର୍କିତ ଭାବେ ମୁଖ୍ୟ ପାଇଲଟ୍ ଭାରତୀୟ ନାଗରିକ କ୍ୟାପଟେନ ସ୍ମିତ୍ ମାଚ୍ଛରଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ବିମାନକୁ କ୍ରାସ୍ କରାଇବା ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଦୁବାଇରୁ ଇସ୍ରାଏଲ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନରେ ମଝି-ଆକାଶରେ କକପିଟ୍ ଭିତରେ ଜଣେ ପାଇଲଟ ବିମାନକୁ କ୍ରାସ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସହ ପାଇଲଟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହାପରେ ବିମାନ FZ1073ରେ ଛୁରାମାଡ଼ର ଶିକାର ହୋଇଥିଲେ ପାଇଲଟଙ୍କ ନାମ ସ୍ମିତ୍ ମଚ୍ଛାର । ସେ ଜଣେ ଭାରତୀୟ ନାଗରିକ । ଦୁବାଇରୁ ପ୍ରାୟ ୧୮୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଫ୍ଲାଇଦୁବାଇ ବିମାନରେ ବହୁ ସଂଖ୍ୟାରେ ଇସ୍ରାଏଲୀ ନାଗରିକ ଥିଲେ । ଉଡ଼ାଣ ଚାଲିଥିବା ସମୟରେ ବିମାନର ଓମାନୀ କୋ-ପାଇଲଟ୍ ହଠାତ୍ ମୁଖ୍ୟ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛରଙ୍କ ଉପରକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଛୁରାମାଡ଼ରେ ରକ୍ତାକ୍ତ ଓ ଗୁରୁତର ଆହତ ହେବା ସତ୍ତ୍ୱେ ଭାରତୀୟ କ୍ୟାପ୍ଟେନ୍ ନିଜର ଶେଷ ସାମର୍ଥ୍ୟ ପ୍ରୟୋଗ କରି କକ୍ ପିଟ୍ ର ସୁରକ୍ଷା ଦ୍ୱାର ଖୋଲି ଦେଇଥିଲେ ।

Post Views: 22
Share198Tweet124Send
Voice of Victims

Voice of Victims

Recent Posts

  • ପୁରୀ ଜୁଡୋ ଦଳର ସମ୍ବଲପୁର ଗ୍ରସ୍ତ
  • ସୋଆ ଆଇନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
  • ଆଜିଠାରୁ ୭ଟି ନିୟମରେ ବଡ଼ ପରିବର୍ତ୍ତନ, LPG, UPI, FD, SBI ATM ଠାରୁ ଆରମ୍ଭ କରି ଟିକସ ପର୍ଯ୍ୟନ୍ତ ସିଧାସଳଖ ପ୍ରଭାବ
  • ଭାରତୀୟ ପାଇଲଟ ସ୍ମିତଙ୍କୁ ପ୍ରଶଂସା, ଡୋନାଲ୍ଡ ଟ୍ରମ୍ପ ରଖିଲେ ନିଜ ପ୍ରତିକ୍ରିୟା
  • ଶୁଭଶ୍ରୀଙ୍କ ରହସ୍ୟମୟ ନିଖୋଜକୁ ବିତିଲାଣି ୬ଦିନ, ବଢ଼ୁଛି ସସ୍ ପେନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In