• About Us
  • Contact Us
Thursday, October 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଜିଠାରୁ ୭ଟି ନିୟମରେ ବଡ଼ ପରିବର୍ତ୍ତନ, LPG, UPI, FD, SBI ATM ଠାରୁ ଆରମ୍ଭ କରି ଟିକସ ପର୍ଯ୍ୟନ୍ତ ସିଧାସଳଖ ପ୍ରଭାବ

by Voice of Victims
October 1, 2026
in ଦେଶ ବିଦେଶ, ମୁଖ୍ୟ ଖବର
ଆଜିଠାରୁ ୭ଟି ନିୟମରେ ବଡ଼ ପରିବର୍ତ୍ତନ, LPG, UPI, FD, SBI ATM ଠାରୁ ଆରମ୍ଭ କରି ଟିକସ ପର୍ଯ୍ୟନ୍ତ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ବହୁ ନିୟମରେ ପରିବର୍ତ୍ତନ ହୋଇଛି । ଏଲପିଜି ସିଲିଣ୍ଡର ଦାମ୍, ବଡ଼ ଏଫଡି ଉପରେ ସୁଧ ହାର, ଏଟିଏମରୁ ଟଙ୍କା ଉଠାଣ, ଏନପିଏସ୍ ଚାର୍ଜ ଏବଂ ଏନଆରଆଇଙ୍କଠାରୁ ସମ୍ପତ୍ତି କିଣିବା ଉପରେ ଟିଡିଏସ୍ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହୋଇଛି । ଏହି ସବୁ ନିୟମ ଗୁଡ଼ିକ ହେଲା-

ଅକ୍ଟୋବରରୁ ନୂଆ ନିୟମ

-ଘରୋଇ ଗ୍ରାହକଙ୍କୁ ଏଲପିଜି ବୁକିଂ ପାଇଁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଯେଉଁମାନେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେନି ସେମାନେ ବଜାର ଦରରେ ଗ୍ୟାସ୍ କିଣିବେ ।

-ଷ୍ଟେଟ୍ ବ୍ୟାଙ୍କର ନୂଆ ଏଟିଏମ୍ ଉଠାଣ ନିୟମ । ବେତନ ପ୍ୟାକେଜ୍ ଗ୍ରାହକଙ୍କ ପାଇଁ ନିଃଶୁଳ୍କ ଉଠାଣ ସୀମା ମାସିକ ୧୦ ରୁ ୫କୁ ହ୍ରାସ । ମୌଳିକ ସଞ୍ଚୟ ଖାତାଧାରୀଙ୍କ ପାଇଁ ମାସକୁ ଚାରି ଥର ନିଃଶୁଳ୍କ ଉଠାଣ । ତାପରେ ପ୍ରତି ଥର ପାଇଁ ୧୫ ଟଙ୍କା ଶୁଳ୍କ ସହ ଜିଏସଟି ।

-ପ୍ରବାସୀ ଭାରତୀୟଙ୍କ ସମ୍ପତ୍ତି କିଣିଲେ ଆଉ ଟାନ୍ ଦରକାର ପଡ଼ିବନି । ପାନ୍ ଜରିଆରେ କାମ ହୋଇଯିବ ।

-ଜାତୀୟ ପେନସନ୍ ବ୍ୟବସ୍ଥା (ଏନପିପିଏସ୍) ରେ ପଏଣ୍ଟସ୍ ଅଫ ପ୍ରେଜେନ୍ସ ସଦସ୍ୟଙ୍କ ଠାରୁ ସଂଗ୍ରହ କରୁଥିବା ଶୁଳ୍କରେ ସଂଶୋଧନ ।

-ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଲକ ଡିପୋଜିଟ୍ ସୁଧ ଘୋଷଣା ନିୟମ ସଂଶୋଧନ କରାଯାଇଛି । ବ୍ୟାଙ୍କଗୁଡ଼ିକ ପ୍ରତିଦିନ ବ୍ୟବସାୟ ଦିବସର ପୂର୍ବାହ୍ନ ୧୦ଟା ୧୦ ସୁଦ୍ଧା ସୁଧ ଘୋଷଣା କରିବେ ।

-ଅକ୍ଟୋବର ୧୫ ରୁ ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ବାଣିଜ୍ୟିକ ୟୁପିଆଇ ପେମେଣ୍ଟ ଉପରେ ୦.୪%ର ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ ହେବ ।

-ହ୍ଵାଟସଆପ୍ ବିଜନେସ୍ ଆକାଉଣ୍ଟର କେତେକ ମେସେଜ୍ ଉପରେ ଶୁଳ୍କ ଲାଗିବ ।

Post Views: 14
Share198Tweet124Send
Voice of Victims

Voice of Victims

Recent Posts

  • ପୁରୀ ଜୁଡୋ ଦଳର ସମ୍ବଲପୁର ଗ୍ରସ୍ତ
  • ସୋଆ ଆଇନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
  • ଆଜିଠାରୁ ୭ଟି ନିୟମରେ ବଡ଼ ପରିବର୍ତ୍ତନ, LPG, UPI, FD, SBI ATM ଠାରୁ ଆରମ୍ଭ କରି ଟିକସ ପର୍ଯ୍ୟନ୍ତ ସିଧାସଳଖ ପ୍ରଭାବ
  • ଭାରତୀୟ ପାଇଲଟ ସ୍ମିତଙ୍କୁ ପ୍ରଶଂସା, ଡୋନାଲ୍ଡ ଟ୍ରମ୍ପ ରଖିଲେ ନିଜ ପ୍ରତିକ୍ରିୟା
  • ଶୁଭଶ୍ରୀଙ୍କ ରହସ୍ୟମୟ ନିଖୋଜକୁ ବିତିଲାଣି ୬ଦିନ, ବଢ଼ୁଛି ସସ୍ ପେନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In