ପୁରୀ (ଭିଓଭି): ସମ୍ବଲପୁର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ଲାଗି ସ୍ଥାନୀୟ ସର୍ବୋଦୟ ନଗର ସ୍ଥିତ ସନ୍ତୋଷୀ ଇଂଲିସ୍ ମିଡ଼ିଅମ ସ୍କୁଲ ର ଜୁଡୋକା ମାନେ ଗୁରୁବାର ଦିନ ଜୁଡୋ କୋଚ ସରୋଜ କୁମାର ନାୟକ, ଟିମ ମ୍ୟାନେଜର ଏଲୋରା ବଳିଆର ସିଂ ଏବଂ ପୁରୀ ଜ଼ିଲ୍ଲା ଜୁଡୋ ଆସୋସିଏସନ ର ଅନ୍ୟ କର୍ମକର୍ତା ମାନଙ୍କ ଗହଣରେ ସମ୍ବଲପୁର ଗସ୍ତ କରିଛନ୍ତି।
ଏହି ପ୍ରତିଯୋଗିତା ଅକ୍ଟୋବର 2 ରୁ 4 ତାରିଖ ପର୍ଯ୍ୟନ୍ତ ଚାଲିବ। ସନ୍ତୋଷୀ ଇଂଲିଶ ମିଡ଼ିଅମ ସ୍କୁଲରୁ ଅଂଶଗ୍ରହଣ କରିଥିବା ଜୁଡୋକା ମାନଙ୍କ ମଧ୍ୟରେ ସୋନାକ୍ଷୀ ଶ୍ଵେତାଲୀନା, ନର୍ମଦା ଛୋଟରାୟ , ଋତୁପର୍ଣ୍ଣା କର , ଯଶଶ୍ରୀ ପ୍ରିୟଦର୍ଶିନୀ , ସସ୍ମିତା ମାରାଣ୍ଡି, ସାଇ ଶାଶ୍ୱତ ନାୟକ, ବିଷ୍ଣୁ ଛୋଟରାୟ, ସାଇ ପ୍ରସାଦ ସାହୁ ଏବଂ ଏନ ଧନୁଶ୍ରୀ ପ୍ରମୁଖ ଦଳ ସହିତ ଯାତ୍ରା କରିଛନ୍ତି। ପୁରୀ ସହରର ଅନେକ କ୍ରୀଡ଼ାବିତ୍, ବୁଦ୍ଧିଜୀବୀ ଏବଂ ଅଭିଭାବକ ମାନେ ସେମାନଙ୍କର ସଫଳତା କାମନା କରିଛନ୍ତି।
