• About Us
  • Contact Us
Tuesday, October 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମଧ୍ୟାହ୍ନ ଭୋଜନ ବକେୟା ବିଲ୍‌ ପାଇଁ ୧୫ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

by Voice of Victims
October 6, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମଧ୍ୟାହ୍ନ ଭୋଜନ ବକେୟା ବିଲ୍‌ ପାଇଁ ୧୫ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ବାଲିପାଟଣା: ମଧ୍ୟାହ୍ନ ଭୋଜନର ବକେୟା ବିଲ୍‌ କରିଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲିପାଟଣା ବ୍ଲକ୍‌ ଅଧୀନ ଗୁଆପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ୍‌ କେ ରିଆଜ ଅଲ୍ଲୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ରଙ୍ଗବୋଳା ୧୫ ହଜାର ଟଙ୍କା ଜବତ କରାଯାଇଛି।ସୂଚନାଯୋଗ୍ୟ, ଗୁଆପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ସମେତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮ଟି ଶ୍ରେଣୀରେ ୧୬୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।, ଗୁଆପୁର ବିଦ୍ୟାଳୟ ପୂର୍ବତନ ପ୍ରଧାନଶିକ୍ଷକ ପ୍ରଭାକର ମଲ୍ଲିକ ଚଳିତ ବର୍ଷ ସେପ୍ଟେମ୍ବରରେ ବିଶ୍ୱନାଥପୁରକୁ ବଦଳି ହୋଇଥିଲେ। ସେ ଗୁଆପୁର ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା ସମୟର ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ମଧ୍ୟାହ୍ନ ଭୋଜନ ବିଲ୍‌ ବକେୟା ରହିଥିଲା। ବଦଳି ପରେ ଉକ୍ତ ବକେୟା ବିଲ୍‌ କରାଇବାକୁ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଶ୍ରୀ ଅଲ୍ଲୀଙ୍କୁ ସେ ଅନୁରୋଧ କରିଥିଲେ।

ତେବେ ବିଲ୍‌ରେ ସ୍ୱାକ୍ଷର କରିବା ପାଇଁ ୧୫ ହଜାର ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଥିଲା।ଏନେଇ ପ୍ରଭାକର ମଲ୍ଲିକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗର ସତ୍ୟତା ଯାଞ୍ଚ ପରେ ଭିଜିଲାନ୍ସ ଟିମ୍‌ ଆଜି ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା। ସରଦେଇପୁର-ନିମାପଡ଼ା ରାସ୍ତାର ଗୋପଗରଡ଼ା ଛକ ନିକଟରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଶ୍ରୀ ଅଲ୍ଲୀଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିଥିଲା। ତାଙ୍କ ପକେଟରୁ ରଙ୍ଗବୋଳା ୧୫ ହଜାର ଟଙ୍କା ଜବତ ହୋଇଥିଲା।ପରେ ଭିଜିଲାନ୍ସ ଟିମ୍‌ ଗୁଆପୁର ବିଦ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ରେଜିଷ୍ଟର ଜବତ କରିଥିଲା। ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିବା ଜଣାପଡ଼ିଛି। ଏହାସହ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଓ ବାସଗୃହରେ ମଧ୍ୟ ଯାଞ୍ଚ ଚାଲିଥିବା ସୂଚନା ମିଳିଛି।

Post Views: 17
Share197Tweet123Send
Voice of Victims

Voice of Victims

Recent Posts

  • ଭୁବନେଶ୍ୱରରେ ‘ଓସା’ର ଦୁର୍ନୀତି ବିରୋଧୀ ଅଭିଯାନ
  • ମଣ୍ଡଳ ସ୍ତରୀୟ ପୋଷଣ ଉତ୍ସବ ପାଳିତ
  • ଭାଗବତ କଥା ଭାବଗତ ହେଲେ ସୁସ୍ଥ ସମାଜ ଗଠନ ସମ୍ଭବ : ମନସ୍ବିନୀ ସାହୁ
  • ଖୋର୍ଦ୍ଧାରେ ଓସାର ଦୁର୍ନୀତି ବିରୋଧୀ ସଚେତନତା ଅଭିଯାନକୁ ଜନସାଧାରଣଙ୍କ ବ୍ୟାପକ ସମର୍ଥନ, ସରକାରୀ ଜବାବଦେହିତା, ପାରଦର୍ଶିତା ଓ ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟବ୍ୟାପୀ ଅଭିଯାନ
  • ଆସମରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୫

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In