କଟକ, ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ପକ୍ଷରୁ ଗାନ୍ଧିପଲ୍ଲୀ ଯାଚକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଭାଗବତ ଜୟନ୍ତୀ ମହୋତ୍ସବରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରୀମତୀ ମନସ୍ବିନୀ ସାହୁ ଓଡ଼ିଆ ଅସ୍ମିତାର ପ୍ରତୀକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ନିତ୍ୟ ପାଠ କରିବାକୁ ଆହ୍ୱାନ ଦେଇଥିଲେ।
ପଣ୍ଡିତ ପଦ୍ମନାଭ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ରଞ୍ଜନ ଷଡ଼ଙ୍ଗୀ, ଅର୍ଜୁନ କୁମାର ମହାନ୍ତି, ଅଭୟ କୁମାର ଦାଶ, ବିଜୟ କୁମାର ଦେବତା, ରବୀନ୍ଦ୍ର ମହାରଣା, ପୂର୍ଣ୍ଣଚନ୍ଦ୍ର ବେହେରା, ଗୋଲେଖ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଦାମ ମହାକୁଡ଼, ଅଜୟ ବାରିକ, ରମେଶ ମଲ୍ଲିକ, ସୁଷମା ପ୍ରଧାନ, ଦେବାଶିଷ ପ୍ରଧାନ, ଦୁର୍ଯୋଧନ ସାହୁ, ସସ୍ମିତା ପ୍ରଧାନ, ପ୍ରେମଲତା ମହାକୁଡ଼, ଦୀପ୍ତି ସ୍ବାଇଁ, ଅଳକା ନାୟକ ଓ କବିତା କରଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଭାଗବତ କଥା ସହ ଗୀତଗୋବିନ୍ଦ ପାଠ ଓ ରାଜ ଆଳତୀ ଅନୁଷ୍ଠିତ ହୋଇଥିଲା।
