• About Us
  • Contact Us
Tuesday, October 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭୁବନେଶ୍ୱରରେ ‘ଓସା’ର ଦୁର୍ନୀତି ବିରୋଧୀ ଅଭିଯାନ

by Voice of Victims
October 6, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଭୁବନେଶ୍ୱରରେ ‘ଓସା’ର ଦୁର୍ନୀତି ବିରୋଧୀ ଅଭିଯାନ

୦୬ ଅକ୍ଟୋବର, ୨୦୨୬ ଭୁବନେଶ୍ୱର: ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ପକ୍ଷରୁ ଆୟୋଜିତ ଦୁର୍ନୀତି ବିରୋଧୀ ସଚେତନତା ଅଭିଯାନକୁ ଆଜି ରାଜଧାନୀ ଭୁବନେଶ୍ୱରରେ ସାଧାରଣ ନାଗରିକଙ୍କ ପକ୍ଷରୁ ବ୍ୟାପକ ସମର୍ଥନ ମିଳିଛି । ସରକାରୀ ବ୍ୟବସ୍ଥାରେ ପାରଦର୍ଶିତା, ଜବାବଦେହିତା, ଦୁର୍ନୀତି ବିରୋଧୀ ଜନସଚେତନତା ଏବଂ ନାଗରିକଙ୍କ ସୂଚନା ଅଧିକାରକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆୟୋଜିତ ହୋଇଛି । ଓସା ପକ୍ଷରୁ ୦୫ ଅକ୍ଟୋବରରୁ ୦୯ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ସଦର ମହକୁମା ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଭାବେ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିଛି ।

ଏହି କ୍ରମରେ ଆଜି ଓସାର କର୍ମକର୍ତ୍ତା ଓ ସଦସ୍ୟମାନେ ଲୋୟର ପିଏମ୍‌ଜି, ମାଷ୍ଟର କ୍ୟାଣ୍ଟିନ, ଭୁବନେଶ୍ୱର ରେଳୱେ ଷ୍ଟେସନ, ରାଜମହଲ, ଲୋକସେବା ଭବନ ମାର୍ଗ, ବସ୍‌ଷ୍ଟାଣ୍ଡ ସମେତ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଦୁର୍ନୀତି, ପ୍ରଶାସନିକ ଜବାବଦେହିତା, ସରକାରୀ କାର୍ଯ୍ୟରେ ପାରଦର୍ଶିତା ଓ ସୂଚନା ଅଧିକାର ଆଇନର ସଦୁପଯୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ସେହିପରି ପୂର୍ବତନ ଓ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସାର୍ବଜନୀନ ଭାବେ ଉଠୁଥିବା ବିଭିନ୍ନ ପ୍ରଶ୍ନ, ଅଭିଯୋଗ ଓ ପ୍ରସଙ୍ଗକୁ ତଥ୍ୟ ଓ ରେକର୍ଡ ଆଧାରରେ ଆଲୋଚନା କରାଯାଇଥିଲା । ଏଥିସହ ସଚେତନତାମୂଳକ ଲିଫଲେଟ୍‌ ମଧ୍ୟ ବଣ୍ଟନ କରାଯାଇଥିଲା। ଅଭିଯାନ ସମୟରେ ବିଭିନ୍ନ ବର୍ଗର ନାଗରିକଙ୍କ ସହ ଓସାର କର୍ମୀମାନେ ସିଧାସଳଖ ଆଲୋଚନା କରିଥିଲେ । ଦୁର୍ନୀତି ବିରୋଧରେ ଏଭଳି ଜନସଚେତନତାମୂଳକ ପଦକ୍ଷେପକୁ ଅନେକ ନାଗରିକ ସ୍ୱାଗତ କରିବା ସହ ସରକାରୀ ବ୍ୟବସ୍ଥାରେ ଅଧିକ ପାରଦର୍ଶିତା ଓ ଜବାବଦେହିତାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ବିଶିଷ୍ଟ ସାମାଜିକ ତଥା ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରକାଶ ଦାସ ବର୍ତ୍ତମାନ ବିଜେପି ସରକାରର ଅଢ଼େଇ ବର୍ଷର ଶାସନକାଳକୁ ନେଇ ବିଭିନ୍ନ ପ୍ରଶ୍ନ ଓ ସାର୍ବଜନୀନ ଭାବେ ଉଠୁଥିବା ଅଭିଯୋଗ ସମ୍ପର୍କରେ ଜବାବଦେହିତାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ବିଶେଷକରି ପୂର୍ବତନ ବିଜେଡି ସରକାରଙ୍କ ଶାସନକାଳ ସମ୍ପର୍କରେ ବିଭିନ୍ନ ସମୟରେ ଉଠିଥିବା ଅଭିଯୋଗ ଓ ପ୍ରସଙ୍ଗ ଉପରେ ବର୍ତ୍ତମାନ ସରକାର କେଉଁ ପଦକ୍ଷେପ ନେଇଛନ୍ତି, କେଉଁ ଅଭିଯୋଗର ତଦନ୍ତ ହୋଇଛି ଏବଂ କେଉଁ ମାମଲାରେ ଆଇନାନୁଗତ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଓ ତଥ୍ୟଭିତ୍ତିକ ସୂଚନା ସାର୍ବଜନୀନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ପୂର୍ବତନ ସରକାର ବିରୋଧରେ ଉଠିଥିବା ଅଭିଯୋଗ ଉପରେ ବର୍ତ୍ତମାନ ସରକାରର ପଦକ୍ଷେପ କ’ଣ? ବୋଲି ପ୍ରଶ୍ନ ପଚାରି ସରକାରଙ୍କୁ ସମାଲୋଚନା କରିଥିଲେ ।

ଶ୍ରୀ ଦାସ କହିଥିଲେ ଯେ, “ଦୁର୍ନୀତି କେଉଁ ସରକାର, ଦଳ କିମ୍ବା ବ୍ୟକ୍ତି ସହ ସମ୍ପର୍କିତ ବୋଲି ଅଭିଯୋଗ ହେଉନା କାହିଁକି, ତାହାର ନିରପେକ୍ଷ ତଦନ୍ତ, ତଥ୍ୟର ସାର୍ବଜନୀନ ପ୍ରକାଶ ଏବଂ ଆଇନ ଅନୁଯାୟୀ ଜବାବଦେହିତା ହିଁ ଗଣତନ୍ତ୍ରର ମୂଳ ଆବଶ୍ୟକତା ।”
ସେ ଆହୁରି କହିଥିଲେ ଯେ, ଜନସାଧାରଣଙ୍କ ଟଙ୍କା, ସରକାରୀ ସମ୍ପଦ ଓ ପ୍ରଶାସନିକ ବ୍ୟବସ୍ଥାର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସତ୍ୟ, ନିରପେକ୍ଷ ଓ ପ୍ରମାଣଭିତ୍ତିକ ସୂଚନା ମିଳିବା ଆବଶ୍ୟକ ।

ଓସା ପକ୍ଷରୁ କୁହାଯାଇଛି ଯେ, ଦୁର୍ନୀତି ବିରୋଧରେ ଲଢ଼େଇ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କିମ୍ବା ସରକାର ବିରୋଧୀ ଅଭିଯାନ ନୁହେଁ । ଏହା ପାରଦର୍ଶିତା, ସୁଶାସନ, ଜବାବଦେହିତା ଓ ନାଗରିକ ଅଧିକାରର ସୁରକ୍ଷା ପାଇଁ ଏକ ଜନସଚେତନତାମୂଳକ ପ୍ରୟାସ । ସୂଚନା ଅଧିକାର ଆଇନକୁ ଏକ ଗଣତାନ୍ତ୍ରିକ ଉପକରଣ ଭାବେ ବ୍ୟବହାର କରି ସରକାରୀ କାର୍ଯ୍ୟରେ ପାରଦର୍ଶିତା ଆଣିବା, ସରକାରୀ ରେକର୍ଡ ଓ ସୂଚନା ପାଇବା ପାଇଁ ନାଗରିକଙ୍କୁ ସଚେତନ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଜବାବଦେହିତାର ଚେତନା ସୃଷ୍ଟି କରିବା ପାଇଁ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଓସା ପକ୍ଷରୁ କୁହାଯାଇଛି ।

ରାଜ୍ୟବ୍ୟାପୀ ଏହି ଅଭିଯାନରେ ପ୍ରାୟ ୩୦,୦୦୦ ସଚେତନତାମୂଳକ ଲିଫଲେଟ୍‌ ବଣ୍ଟନ କରାଯିବ । ବିଭିନ୍ନ ଜିଲ୍ଲା ଓ ବ୍ଲକସ୍ତରରେ ଜନସାଧାରଣଙ୍କୁ ଦୁର୍ନୀତି ବିରୋଧରେ ଗଣତାନ୍ତ୍ରିକ ଭାବେ ସ୍ୱର ଉତ୍ତୋଳନ କରିବା, ସୂଚନା ଅଧିକାର ଆଇନର ସଦୁପଯୋଗ କରିବା ଏବଂ ସରକାରୀ ବ୍ୟବସ୍ଥାରେ ଅଧିକ ପାରଦର୍ଶିତା ଓ ଜବାବଦେହିତା ଦାବି କରିବା ପାଇଁ ଆହ୍ୱାନ କରାଯିବ । ଓସା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଅଭିଯାନ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଭାବରେ ଜାରି ରହିବ । କୌଣସି ସରକାର କିମ୍ବା ରାଜନୈତିକ ଦଳକୁ ଲକ୍ଷ୍ୟ କରିବା ନୁହେଁ, ବରଂ ଦୁର୍ନୀତି, ଅପାରଦର୍ଶିତା ଓ ଜବାବଦେହିତାର ଅଭାବ ବିରୋଧରେ ନାଗରିକ ସଚେତନତା ବୃଦ୍ଧି କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଆଜିର କାର୍ଯ୍ୟକ୍ରମରେ ଶ୍ରୀ ପ୍ରକାଶ ଦାସ, ଶ୍ରୀ ବାଘାମ୍ବର ପଟ୍ଟନାୟକ, ଶ୍ରୀ ସୁଧୀର ମାହାନ୍ତି, ଶ୍ରୀ ହୃଦାନନ୍ଦ କୋଦମସିଂହ, ଶ୍ରୀମତୀ ସୌମ୍ୟପ୍ରଭା ସାହୁ, ଶ୍ରୀ ସୀମାଞ୍ଚଳ ଜେନା, ଶ୍ରୀ ସତ୍ୟବ୍ରତ ଜେନା ପ୍ରମୁଖଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ଓସା କର୍ମୀ ଓ ସଦସ୍ୟ ଯୋଗଦେଇଥିଲେ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଭୁବନେଶ୍ୱରରେ ‘ଓସା’ର ଦୁର୍ନୀତି ବିରୋଧୀ ଅଭିଯାନ
  • ମଣ୍ଡଳ ସ୍ତରୀୟ ପୋଷଣ ଉତ୍ସବ ପାଳିତ
  • ଭାଗବତ କଥା ଭାବଗତ ହେଲେ ସୁସ୍ଥ ସମାଜ ଗଠନ ସମ୍ଭବ : ମନସ୍ବିନୀ ସାହୁ
  • ଖୋର୍ଦ୍ଧାରେ ଓସାର ଦୁର୍ନୀତି ବିରୋଧୀ ସଚେତନତା ଅଭିଯାନକୁ ଜନସାଧାରଣଙ୍କ ବ୍ୟାପକ ସମର୍ଥନ, ସରକାରୀ ଜବାବଦେହିତା, ପାରଦର୍ଶିତା ଓ ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟବ୍ୟାପୀ ଅଭିଯାନ
  • ଆସମରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୫

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In