• About Us
  • Contact Us
Friday, October 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସର୍ବୋଚ୍ଚ ସାହସିକତା ପୁରସ୍କାରରେ ସମ୍ମାନିତ କରିବ ଇସ୍ରାଏଲ

by Voice of Victims
October 9, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସର୍ବୋଚ୍ଚ ସାହସିକତା ପୁରସ୍କାରରେ ସମ୍ମାନିତ କରିବ ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସାହସିକତା ପୁରସ୍କାର ପାଇବେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର । ବିମାନର କକ୍ପିଟ୍ ଭିତରେ ସହ-ପାଇଲଟଙ୍କ ଆକ୍ରମଣର ଶିକାର ହୋଇ ମଧ୍ୟ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯିବ । ଇସ୍ରାଏଲର ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ଏହି ଘୋଷଣା କରିଛନ୍ତି ।

କ୍ୟାପଟେନ୍ ସ୍ମିତ ମଚ୍ଛାର ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହି ସାହସିକତା ପୁରସ୍କାର ପ୍ରଦାନ କରାଯିବ । ତାଙ୍କର ଅଦମ୍ୟ ସାହସ ଓ ଦକ୍ଷତା ଏକ ବଡ଼ ବିପଦକୁ ରୋକିବାରେ ସହାୟକ ହୋଇଥିବା ଇସ୍ରାଏଲ ରାଷ୍ଟ୍ରପତି କହିଛନ୍ତି ।

ସୂଚନା ଅନୁଯାୟୀ, ଫ୍ଲାଇଦୁବାଇ ବିମାନରେ ଡ୍ୟୁଟିରେ ଥିବା ସମୟରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ତାଙ୍କ ସହ-ପାଇଲଟ୍ ଓମାନର ନାଗରିକ ହମ୍ମାମ୍ ଅଲ୍-ହମାମି କକପିଟରେ ଆକ୍ରମଣ କରିଥିଲେ । ଏଥିରେ ସ୍ମିତ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ହେବା ସତ୍ତ୍ୱେ ମଧ୍ୟ ସ୍ମିତ ସାହସ ହରାଇ ନଥିଲେ । ସେ କକ୍ପିଟର ଦ୍ୱାର ଖୋଲିବାକୁ ସକ୍ଷମ ହୋଇଥିଲେ । ଏହାପରେ ବିମାନରେ ଥିବା ଇସ୍ରାଏଲୀ ଯାତ୍ରୀମାନେ ଆକ୍ରମଣକାରୀଙ୍କୁ କାବୁ କରିନେଇଥିଲେ । ବର୍ତ୍ତମାନ ସ୍ମିତ ମଚ୍ଛାରଙ୍କ ଚିକିତ୍ସ. ୟୁଏଇରେ ଏକ ଡାକ୍ତରଖାନାରେ ଚାଲିଛି ।

ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ଅନୁଯାୟୀ, ସହ-ପାଇଲଟ୍ ହମ୍ମାମ୍ ଅଲ୍-ହମାମି ବିମାନର ନିୟନ୍ତ୍ରଣ ନିଜ ହାତକୁ ନେଇ ତେଲ୍ ଆଭିଭ୍କୁ ନେବା ଏକ କୋଠା ସହ ବିମାନକୁ ଧକ୍କା କରାଇବାର ଯୋଜନା କରିଥିବା ଅଭିଯୋଗ ହୋଇଛି । ତେବେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରରଙ୍କ ସାହସିକ ପଦକ୍ଷେପ ଯୋଗୁଁ ତାଙ୍କ ଯୋଜନା ସଫଳ ହୋଇପାରି ନଥିଲା ।

ବିମାନ ଭିତରେ ଆକ୍ରମଣକାରୀଙ୍କୁ କାବୁ କରିବା ଏବଂ ସମ୍ଭାବ୍ୟ ଅଘଟଣକୁ ରୋକିବାରେ ସହାୟତା କରିଥିବା ୫ ଜଣ ଇସ୍ରାଏଲୀ ନାଗରିକଙ୍କୁ ମଧ୍ୟ ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକାଇଥିବାରୁ ରାଷ୍ଟ୍ରପତି ସେମାନଙ୍କ ସାହସର ପ୍ରଶଂସା କରିଥିଲେ ।

Post Views: 74
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସର୍ବୋଚ୍ଚ ସାହସିକତା ପୁରସ୍କାରରେ ସମ୍ମାନିତ କରିବ ଇସ୍ରାଏଲ
  • ମୋତେ ନୋବେଲ୍ ନଦେଲେ କମିଟି ବଦନାମ ହେବ: ଡୋନାଲ୍ଡ ଟ୍ରମ୍ପ୍
  • CJP ଆନ୍ଦୋଳନ ପୂର୍ବରୁ ରେଲୱେର ବଡ଼ ନିଷ୍ପତ୍ତି, ଦିଲ୍ଲୀ ଯିବାକୁ ଥିବା ସମସ୍ତ ମେଲ୍-ଏକ୍ସପ୍ରେସ ବାତିଲ
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ, ଦଶହରା ବେଳକୁ ଛେଚିବ ବର୍ଷା !
  • ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର: ନବୀନ ପଟ୍ଟନାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In