• About Us
  • Contact Us
Friday, October 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

CJP ଆନ୍ଦୋଳନ ପୂର୍ବରୁ ରେଲୱେର ବଡ଼ ନିଷ୍ପତ୍ତି, ଦିଲ୍ଲୀ ଯିବାକୁ ଥିବା ସମସ୍ତ ମେଲ୍-ଏକ୍ସପ୍ରେସ ବାତିଲ

by Voice of Victims
October 9, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଏଣିକି ଟ୍ରେନ ଭିତରେ ନିଶା ସେବନ କିମ୍ବା ଗାଳି ଗୁଲଜ କଲେ ଦେବେ ଫାଇନ, ନିୟମ ନମାନିଲେ ଜେଲ୍

ନୂଆଦିଲ୍ଲୀ : CJPର ଜନ୍ତରମନ୍ତର ୨.୦ ପୂର୍ବରୁ ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ । ଏହାକୁ ନଜରରେ ରଖି ଆଜି ରାତି ୯ଟାରୁ ଦିଲ୍ଲୀ ମେଟ୍ରୋର ୫୭ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ ରହିବାକୁ ଦିଲ୍ଲୀ ପୋଲିସ ଡିଏମଆରସିକୁ ଚିଠି ଲେଖିଛି । ଫଳରେ କେନ୍ଦ୍ରୀୟ, ଦକ୍ଷିଣ, ଉତ୍ତର ଓ ପୂର୍ବ ଦିଲ୍ଲୀର ୫୭ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ପ୍ରଭାବିତ ହେବ । ରାଜୀବ ଚୌକ, କେନ୍ଦ୍ରୀୟ ସଚିବାଳୟ, ନୂଆଦିଲ୍ଲୀ, କାଶ୍ମୀର ଗେଟ୍, ମାଣ୍ଡି ହାଉସ୍, ଆଇଟିଓ ଓ ସୁପ୍ରିମକୋର୍ଟ ଭଳି ବ୍ୟସ୍ତବହୁଳ ଷ୍ଟେସନର ଗେଟ୍ ବନ୍ଦ ରହିପାରେ ।

ଖବର ଅନୁଯାୟୀ, କାଲି ସକାଳ ୪ଟାରୁ ଦିପହର ୨ ଟା ମଧ୍ୟରେ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସୁଥିବା ସମସ୍ତ ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିଛି ରେଳବାଇ । ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ କଟକଣା ଜାରି ରହିବ । CJPର ଆନ୍ଦୋଳନକୁ ଅନୁମତି ଦିଆଯାଇନଥିବା ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି । କକ୍ରୋଚ୍ ଜନତା ପାର୍ଟି ଦ୍ୱାରା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବଡ଼ ବିକ୍ଷୋଭକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଲି ହଜାର ହଜାର ଲୋକ ଏକାଠି ହେବାର ଆଶଙ୍କା ରହିଛି ।

ଆନ୍ଦୋଳନକୁ ଅନେକ ବିରୋଧୀ ଦଳ ଓ ପ୍ରମୁଖ ଛାତ୍ର ସଂଗଠନ ସମର୍ଥନ କରୁଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଦ୍ୱାରା କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଭୋଟର ତାଲିକାରୁ ଲକ୍ଷ ଲକ୍ଷ ନାମ କାଟିଦିଆଯାଇଥିବା ଅଭିଯୋଗ କରି CJP ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରୁଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀ ପୋଲିସ ବିକ୍ଷୋଭ ପ୍ରଦର୍ଶନ ପାଇଁ କୌଣସି ଅନୁମତି ଦେଇନାହିଁ । BNSS ର ଧାରା ୧୬୩ ଲାଗୁ କରିଛି ।

CJP ର ସୂଚନା ଅନୁସାରେ, ଦିଲ୍ଲୀ ଆସୁଥିବା ପ୍ରାୟ ୧୦ ହଜାର କର୍ମୀ ଓ ଛାତ୍ରଙ୍କୁ ବିଭିନ୍ନ ରାଜ୍ୟର ପୋଲିସ ପୂର୍ବ ପ୍ରସ୍ତୁତି ସ୍ୱରୂପ ଅଟକ ରଖିଛି । ରାଜସ୍ଥାନ CJP ସହ-ପ୍ରଭାରୀ ଦୀପକ ବାଲିୟାନଙ୍କ ସମେତ ଅନେକ ବଡ଼ ନେତାଙ୍କୁ ଗିରଫ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀ ସୀମା ଓ ପ୍ରମୁଖ ସ୍ଥାନଗୁଡ଼ିକରେ ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସର୍ବୋଚ୍ଚ ସାହସିକତା ପୁରସ୍କାରରେ ସମ୍ମାନିତ କରିବ ଇସ୍ରାଏଲ
  • ମୋତେ ନୋବେଲ୍ ନଦେଲେ କମିଟି ବଦନାମ ହେବ: ଡୋନାଲ୍ଡ ଟ୍ରମ୍ପ୍
  • CJP ଆନ୍ଦୋଳନ ପୂର୍ବରୁ ରେଲୱେର ବଡ଼ ନିଷ୍ପତ୍ତି, ଦିଲ୍ଲୀ ଯିବାକୁ ଥିବା ସମସ୍ତ ମେଲ୍-ଏକ୍ସପ୍ରେସ ବାତିଲ
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ, ଦଶହରା ବେଳକୁ ଛେଚିବ ବର୍ଷା !
  • ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର: ନବୀନ ପଟ୍ଟନାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In