• About Us
  • Contact Us
Friday, October 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର: ନବୀନ ପଟ୍ଟନାୟକ

by Voice of Victims
October 9, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଉତ୍ତର ନିର୍ବାଚନ ମଣ୍ଡଳୀ ଆରଟିଓ ପଡିଆରେ ଆୟୋଜିତ ହୋଇଥିବା ଏହି ଜନ ସମ୍ପର୍କ ପଦଯାତ୍ରାରେ ହଜାର ହଜାର ସଂଖ୍ୟାର କର୍ମୀ ଓ ନେତା ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଗତ ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି ।

ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି କି,  ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର । ବିଜେଡି ବିକାଶ ଓ ସେବାରେ ବିଶ୍ବାସ କରେ ବୋଲି  କହିଲେ ନବୀନ  । ‘ବିଜେଡି ସରକାର ବେଳେ ଓଡ଼ିଶାର ଅନେକ ବିକାଶ ହୋଇଛି । ‘ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ମଡେଲ୍ ଷ୍ଟେଟ୍ ହୋଇ ପାରିଥିଲା । କିନ୍ତୁ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାର ଇମେଜକୁ ନଷ୍ଟ କରିଦେଲା ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

ବିଜେପି ସରକାରର ବିଫଳତା ସବୁ ଘରେ ଜଣାଇବାକୁ ଅପିଲ୍ କଲେ ନବୀନ ପଟ୍ଟନାୟକ । ବିକାଶ ଓ ସେବାରେ ବିଜେଡି ବିଶ୍ୱାସ କରେ । ବିଜେପି ସରକାରର ବିଫଳତା ସବୁ ଘରେ ଜଣାଇବାକୁ ସେ ଅପିଲ କରିଛନ୍ତି । ଆଜି ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ବିଜେଡି ପଦଯାତ୍ରାରେ ସାମିଲ ହୋଇ ଏହା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଭୁବନେଶ୍ୱର RTO ପଡିଆରେ ଆୟୋଜିତ ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ କର୍ମୀ, ନେତା ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଗତ ଅକ୍ଟୋବର ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ସାରା ରାଜ୍ୟରେ ମାସେ ଧରି ଏହି କାର୍ଯ୍ୟକ୍ରମ ଚାଲିବ ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସର୍ବୋଚ୍ଚ ସାହସିକତା ପୁରସ୍କାରରେ ସମ୍ମାନିତ କରିବ ଇସ୍ରାଏଲ
  • ମୋତେ ନୋବେଲ୍ ନଦେଲେ କମିଟି ବଦନାମ ହେବ: ଡୋନାଲ୍ଡ ଟ୍ରମ୍ପ୍
  • CJP ଆନ୍ଦୋଳନ ପୂର୍ବରୁ ରେଲୱେର ବଡ଼ ନିଷ୍ପତ୍ତି, ଦିଲ୍ଲୀ ଯିବାକୁ ଥିବା ସମସ୍ତ ମେଲ୍-ଏକ୍ସପ୍ରେସ ବାତିଲ
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ, ଦଶହରା ବେଳକୁ ଛେଚିବ ବର୍ଷା !
  • ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର: ନବୀନ ପଟ୍ଟନାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In