• About Us
  • Contact Us
Sunday, October 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ

by Voice of Victims
October 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ

ଭୁବନେଶ୍ୱର : ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ । ରାଜଧାନୀ ଭୁବନେଶ୍ୱରର ଲୋକଭବନରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ନୂଆ ରାଜ୍ୟପାଳ । ଏହାପରେ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୧୨ ତାରିଖରେ ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ।ଆଜି ଶପଥ ଗ୍ରହଣ ପରେ ବିଧିବଦ୍ଧ ଭାବେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ବ୍ରଜମୋହନ ରାମ । ଝାଡ଼ଖଣ୍ଡର ଜଣେ ବରିଷ୍ଠ ବିଜେପି ନେତା ହେଉଛନ୍ତି ବ୍ରଜମୋହନ ରାମ । ୧୯୫୮ ମସିହା ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ବର୍ତ୍ତମାନର ଲାତେହାର ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାରେ ତାଙ୍କର ଜନ୍ମ । ସେ ଲୋହରଦଗାର ବି.ଏସ୍. କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି ।

୧୯୯୧ ମସିହାରେ ଲାତେହାର ବିଧାନସଭା ଆସନରୁ ନିର୍ବାଚିତ ହୋଇ ତାଙ୍କର ବିଧାନସଭା ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ସେତେବେଳେ ଝାଡ଼ଖଣ୍ଡ ଅବିଭକ୍ତ ବିହାରର ଅଂଶ ଥିଲା । ଏହାପରେ ୧୯୯୬, ୧୯୯୮ ଏବଂ ୧୯୯୯ ମସିହାରେ ଲଗାତାର ତିନି ଥର ପଲାମୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ ପର୍ଯ୍ୟନ୍ତ ସେ ଲୋକସଭା ସଦସ୍ୟ ରହିଥିଲେ । ସାଂସଦ ଥିବା ସମୟରେ ସେ ଗୃହ ବ୍ୟାପାର, ଶକ୍ତି, ପରିବହନ ଓ ପର୍ଯ୍ୟଟନ ସମେତ ବିଭିନ୍ନ ସଂସଦୀୟ କମିଟିରେ କାର୍ଯ୍ୟ କରିଛନ୍ତି ।

ଏହାସହ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାରେ ମଧ୍ୟ ସାଂଗଠନିକ ଦାୟିତ୍ୱ ତୁଲାଇଛନ୍ତି । ଦୀର୍ଘ ରାଜନୈତିକ ଅଭିଜ୍ଞତା ଥିବା ବ୍ରଜମୋହନ ରାମ ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଶିକ୍ଷା, ବେକାରୀ ସମସ୍ୟା, କୃଷକଙ୍କ ସମସ୍ୟା ଏବଂ ରାଜ୍ୟର ବିକାଶକୁ ପ୍ରାଥମିକତା ଦେବେ ବୋଲି ସେ ପୂର୍ବରୁ କହିଛନ୍ତି ।

Post Views: 19
Share198Tweet124Send
Voice of Victims

Voice of Victims

Recent Posts

  • ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବଡ଼ ସଫଳତା, ଭୁବନେଶ୍ୱରରୁ ଗିରଫ ହେଲା ଅଭିଯୁକ୍ତ ଜିତେନ୍‌, ସହଯୋଗୀଙ୍କୁ ଖୋଜୁଛି ପୋଲିସ
  • ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଗଲା, ବ୍ଲକସ୍ତରୀୟ ସୁରଭି ପାଇଁ ଚୟନ ହେଲେ ପ୍ରଥମ ସ୍ଥାନ ଅଧିକାରୀ
  • ଚୋରବାଗାନ ଦୁର୍ଗା ପୂଜା ପେଣ୍ଡାଲରେ ଦୁର୍ଘଟଣା: ୧୯ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ଦିଆଯିବ ସରକାରୀ ଚାକିରି
  • ଲଣ୍ଡନରେ ଧ୍ରୁବ ରାଠୀଙ୍କ ପ୍ରଦର୍ଶନ, ବିରୋଧୀଙ୍କ ନାରାବାଜିରେ ଉତ୍ତେଜନା
  • ଆଜି ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା, ପୀଠେ ମହାଷ୍ଟମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In