• About Us
  • Contact Us
Monday, October 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବୀରାଷ୍ଟମୀ ରେ ବାଲେଶ୍ଵରରେ ପ୍ରସିଦ୍ଧ ବାଡିଖେଳ

by Voice of Victims
October 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ବୀରାଷ୍ଟମୀ ରେ ବାଲେଶ୍ଵରରେ ପ୍ରସିଦ୍ଧ ବାଡିଖେଳ

ବାଲେଶ୍ଵର ( ଭିଓଭି ) ୧୯/୧୦ : – ଆଜି ବାଲେଶ୍ଵର ସହର ସମେତ ଆଖପାଖ ଅଞ୍ଚଳରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପବିତ୍ର ଅଷ୍ଟମୀ ପୂଜାରେ ପ୍ରସିଦ୍ଧ ବାଡିଖେଳ ଅନୁଷ୍ଠିତ ହୋଇଯାଇଛି । ଏହା ବାଲେଶ୍ଵର ର ଏକ ନିଆରା ଖେଳ । ମହାଳୟା ଠାରୁ ବାଡ଼ି ଖେଳର ଅଭ୍ୟାସ ଆରମ୍ଭ ହୋଇଥାଏ । ଅଷ୍ଟମୀ ଦିନ ସହର ସାରା ପ୍ରଦର୍ଶନ କରାଯାଇଥାଏ । ଏହି ଶୁଭ ଅବସରରେ ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଏବଂ ସମସ୍ତ ବରିଷ୍ଟ ନେତୃବୃନ୍ଦ ଓ ଯୁବମୋର୍ଚ୍ଚା ସାଥୀ ମାନଙ୍କ ସହ ମହାବୀର ମନ୍ଦିର ଠାରେ ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ । ବାଲେଶ୍ୱରର ପାରମ୍ପରିକ ଆଖଡାର ଶସ୍ତ୍ର ପୂଜନ ଉତ୍ସବ କରାଯାଇଥିଲା ।

ପରେ ବିଭିନ୍ନ ଆଖଡ଼ା ସଂଘ ବାଡ଼ି ଖେଳ କରି ସହର ବୁଲିଥିଲେ । ଚଳିତ ବର୍ଷ ବାଡ଼ି ଖେଳ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି ଏବଂ ଆଖଡ଼ା ସଂଘ ମାନଙ୍କୁ ଶାନ୍ତି କମିଟି ବୈଠକ ରେ ଜଣାଇ ଦିଆଯାଇଥିଲା । ଶୋଭାଯାତ୍ରା ସମୟରେ ରାସ୍ତାରେ ଯାତାୟତ ର ସୁବିଧା ଏବଂ ଟ୍ରାଫିକ ନିୟନ୍ତ୍ରଣ ର ବ୍ୟବସ୍ଥା ପାଇଁ ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଥିଲା । ସେହିପରି ରେମୁଣା ରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ , ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ବାଡ଼ି ଖେଳ ରେ ଯୋଗଦେଇଥିଲେ । ବାଡ଼ି ଖେଳରେ ମହିଳା ମାନଙ୍କୁ ଖେଳିବା ପାଇଁ ସୁଯୋଗ ମିଳିଥାଏ ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ବୀରାଷ୍ଟମୀ ରେ ବାଲେଶ୍ଵରରେ ପ୍ରସିଦ୍ଧ ବାଡିଖେଳ
  • ଲକ୍ଷାଧିକ ଭକ୍ତଙ୍କ ସମାଗମ, ଧୁମ୍‌ଧାମରେ ହେଲା ଛତର ଯାତ୍ରା
  • ନିର୍ବାଚନ କମିଶନ ବିବାଦରେ ନୂଆ ମୋଡ଼, ଜଗନଙ୍କ ମତକୁ ନେଇ ରାଜନୀତି ସରଗରମ
  • ଗୁଳିକାଣ୍ଡ ପରେ ଟାଇଗରଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ
  • ଉଡ଼ନ୍ତା ବିମାନରେ ବୋମା ଧମକ, ଯାତ୍ରୀଙ୍କୁ କରାଗଲା ସୁରକ୍ଷିତ ଅବତରଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In