• About Us
  • Contact Us
Wednesday, October 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ

by Voice of Victims
October 28, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ

ଭୁବନେଶ୍ୱର : ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’। ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ । ଦୁର୍ବଳ ହୋଇ ତୀବ୍ର ବାତ୍ୟାରେ ପରିଣତ ହେଲା ଅର୍ଣ୍ଣବ । ​ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଏବଂ ୟାନାମ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଭୋର ୨ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସକାଳ ୮ ମଧ୍ୟରେ ବାତ୍ୟାର ‘ଲ୍ୟାଣ୍ଡଫଲ୍’ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ବାତ୍ୟାର କେନ୍ଦ୍ରସ୍ଥଳ ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିସାରିଛି । ​ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ତୀବ୍ରତା କ୍ରମଶଃ ହ୍ରାସ ପାଇ ଏହା ‘ଅତି ଭୀଷଣରୁ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ।

ବାତ୍ୟା ‘ଅର୍ଣ୍ଣବ’ ୟାନାମର ଦକ୍ଷିଣ-ପଶ୍ଚିମ ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହି ସ୍ଥାନଟି ନରସାପୁରଠାରୁ ୨୦ କିମି ପୂର୍ବ-ଉତ୍ତରପୂର୍ବ, ୟାନାମଠାରୁ ୪୦ କିମି ଦକ୍ଷିଣ-ପଶ୍ଚିମ ଏବଂ କାକିନାଡ଼ାଠାରୁ ୬୦ କିମି ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ ରୁ ୧୩୫ କିମି ରହିଥିବା ବେଳେ ଝଟକା ପବନର ବେଗ ୧୫୦ କିମି ପର୍ଯ୍ୟନ୍ତ ପହଞ୍ଚିଥିଲା। ସକାଳ ୦୮:୩୦ ସୁଦ୍ଧା ଏହା ଦୁର୍ବଳ ହୋଇଥିଲେ ମଧ୍ୟ କେନ୍ଦ୍ରସ୍ଥଳ ନିକଟରେ ଘଣ୍ଟାପ୍ରତି ୧୧୦ ରୁ ୧୨୦ କିମି ବେଗରେ ପବନ ବହୁଛି, ଯାହାର ଝଟକା ୧୩୫ କିମି ଛୁଉଁଛି ।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ପ୍ରଣାଳୀ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଏକ ସାଧାରଣ ବାତ୍ୟା ରୂପ ନେବ। ତା’ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଶକ୍ତି ହରାଇ ଏକ ‘ଗଭୀର ଅବପାତ’ ରେ ପରିଣତ ହେବ । ​ବାତ୍ୟା ପ୍ରଭାବରେ ସମୁଦ୍ରରେ ସାଧାରଣ ଜୁଆରଠାରୁ ପ୍ରାୟ ୧.୦ ମିଟର ଉଚ୍ଚ ଜୁଆର ଉଠିବା ସହ ଆଗାମୀ ୩ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର ତଳିଆ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ଜୁଆରର ଉଚ୍ଚତା ୦.୫ ରୁ ୧.୦ ମିଟର ରହିପାରେ । ​

ବାତ୍ୟାର ପ୍ରଭାବରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରଳୟଙ୍କରୀ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଜି ସକାଳ ୮:୩୦ ସୁଦ୍ଧା ​ବିଶାଖାପାଟଣା ୩୧୫ ମିମି, ​ବିଜୟନଗରମ୍ ରେ ୩୦୧ ମିମି , ​ଅନକାପାଲ୍ଲୀରେ ୨୭୫ ମିମି , ​ଶ୍ରୀକାକୁଲମରେ ୨୫୭ ମିମି ଓ ​କୃଷ୍ଣାରେ ୨୨୩ ମିମି ବର୍ଷା ରେକର୍ଡ କରାଯାଇଛି । ଓଡ଼ିଶାର କୋରାପୁଟରେ ୧୮୮ ମିମି , ​ଗଞ୍ଜାମରେ ୧୬୧ ମିମି ଓ ​ଗଜପତିରେ ୧୩୫ ମିମି ବର୍ଷା ହୋଇଛି ।

Post Views: 19
Share198Tweet124Send
Voice of Victims

Voice of Victims

Recent Posts

  • Weekly News paper (October 26- November 1)
  • ପେଟ୍ରୋଲ ବଦଳରେ ଇଥାନଲ୍‌ ! E100 ଇନ୍ଧନ ପାଇଁ ରାସ୍ତା ଖୋଲିଲେ କେନ୍ଦ୍ର ସରକାର
  • ସୁଡାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ମୃତ
  • ଟ୍ରେନରେ ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ମୋବାଇଲ ଚାର୍ଜିଂ ବନ୍ଦ: ରେଳ ବିଭାଗର ବଡ଼ ନିଷ୍ପତ୍ତି
  • ନବୀନଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ: ‘ଗଠନମୂଳକ ପରାମର୍ଶ ଆଶା କରୁଛୁ’

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In