• About Us
  • Contact Us
Friday, October 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଚାଷୀ କ୍ଷତିଗ୍ରସ୍ତ, ଫସଲ ନଷ୍ଟ ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

by Voice of Victims
October 30, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆକାଶମାର୍ଗରୁ ଗଭୀର ଅବପାତ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ବାତ୍ୟା ‘ଅର୍ଣ୍ଣବ’ । ଏହା ପ୍ରଭାବରେ ଭାସୁଛି ଗଞ୍ଜାମ ଓ ଗଜପତି । ବୁଡ଼ିଲା ବ୍ରହ୍ମପୁର ସମେତ ଅନେକ ସହର । ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବଡ଼ ଧରଣର କ୍ଷୟକ୍ଷତି ହୋଇଛି । ତେବେ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଞ୍ଜାମ ଓ ଗଜପତିରେ ହୋଇଛି ବ୍ୟାପକ କ୍ଷୟକ୍ଷତି ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ଫସଲ କ୍ଷତି ହୋଇଛି । ଏ ବର୍ଷ ଚାଷ ଆରମ୍ଭରୁ ବନ୍ୟା ଆସିଲା । ପାଣିପାଗ ପରିବର୍ତ୍ତନ ପାଇଁ ଏସବୁ ଘଟୁଛି । ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଆମେ ପୂର୍ବରୁ ପ୍ରସ୍ତୁତି କରିଥିଲୁ । ଆମେ ପ୍ରଭାବିତ ଜିଲ୍ଲାକୁ ସଚିବ ଓ ମନ୍ତ୍ରୀଙ୍କୁ ପଠାଇଥିଲୁ ।

ବାତ୍ୟା ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ ପରେ ଦିଗ ବଦଳାଇଲା । ଆମେ ମାଲକାନଗିରିରେ ଅଧିକ କ୍ଷତି କରିବ ବୋଲି ଭାବିଥିଲୁ । ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି କରିଛି । ଆମେ କେନ୍ଦ୍ର ସରକାରଙ୍କ ସହାୟତା ମାଗିଥିଲୁ । ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିଲି । କେନ୍ଦ୍ର ସରକାର ଆମକୁ ତୁରନ୍ତ ସହାୟତା ଯୋଗାଇଛନ୍ତି । ଏମିତି କି ହେଲିକପ୍ଟରରେ ଉଦ୍ଧାର କାର୍ଯ୍ୟ ହୋଇଛି । ଆମ ଟିମ୍ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ । ପ୍ରଥମେ ଆକାଶ ମାର୍ଗରୁ ଉଭୟ ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ । ଏହାପରେ ରଙ୍ଗେଇଲୁଣ୍ଡାରେ ଅବତରଣ କରି ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ମଧ୍ୟ ଗଞ୍ଜାମ ଗସ୍ତରେ ଯିବେ । ଆସିକା, ସୋରଡ଼ା, ହିଞ୍ଜିଳି, ବେଲଗୁଣ୍ଠା ଓ ଭଞ୍ଜନଗରରେ ବନ୍ୟା ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି, କେତେ ଘର ଭାଙ୍ଗିଛି, ତାହା ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ।

Post Views: 10
Share196Tweet123Send
Voice of Victims

Voice of Victims

Recent Posts

  • ଭୁଟାନରେ ଫାଟିଲା ଗ୍ଲେସିୟର ହ୍ରଦ, ଆସାମ ଓ ପଶ୍ଚିମବଙ୍ଗରେ ହାଇ ଆଲର୍ଟ
  • ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ସମ୍ମାନ ନିଧିର ୨୪ ତମ କିସ୍ତି
  • ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍
  • ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଚାଷୀ କ୍ଷତିଗ୍ରସ୍ତ, ଫସଲ ନଷ୍ଟ ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
  • ନାଭାଲ ହେଲିକପ୍ଟର ଜରିଆରେ ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ, ଆସନ୍ତା ୨ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ : ସୁରେଶ ପୂଜାରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In