• About Us
  • Contact Us
Friday, October 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ସମ୍ମାନ ନିଧିର ୨୪ ତମ କିସ୍ତି

by Voice of Victims
October 30, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
୯.୮ କୋଟି ଚାଷୀଙ୍କ ପାଇଁ ଖୁସି ଖବର: ୨୪ରେ ଆସିବ ପିଏମ୍ କିଷାନ୍ ଟଙ୍କା

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟର ବନାସକାଣ୍ଠାରେ ଆୟୋଜିତ ଏକ ସାଧାରଣ ସଭାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୧୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ଗୁଜରାଟରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ବନାସକାଣ୍ଠାରେ ପିଏମ୍ କିଷାନ ଯୋଜନାର କିସ୍ତି ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଚାଷୀମାନେ ଦେଶର ମଜବୁତ ଭିତ୍ତିଭୂମି ଏବଂ ବିକାଶର ମୁଖ୍ୟ ସ୍ତମ୍ଭ । ଚାଷୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଓ ସେମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ପାଇଁ ସରକାର କାମ କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଗୁଜରାଟ ଗସ୍ତ ସମୟରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି । ଏଥିରେ ସଡ଼କ ଯୋଗାଯୋଗ, କୃଷି ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ସାମିଲ ରହିଛି । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଆର୍ଥିକ କାର୍ଯ୍ୟକଳାପକୁ ଗତି ଦେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।

ଗୁଜରାଟରେ ରେଳ ଯୋଗାଯୋଗକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଦୁଇଟି ନୂଆ ଟ୍ରେନ୍ ସେବାକୁ ସବୁଜ ପତାକା ଦେଖାଇଛନ୍ତି । ଏଥିରେ ଅହମ୍ମଦାବାଦ (ସାବରମତୀ)ରୁ ବାରାଣସୀ ମଧ୍ୟରେ ଚଳାଚଳ କରିବାକୁ ଥିବା ଏକ୍ସପ୍ରେସ୍ ଟ୍ରେନ୍ ଏବଂ ମେହସାଣା-ବେଚରାଜୀ-ସାବରମତୀ ମଧ୍ୟରେ ଚଳାଚଳ କରିବାକୁ ଥିବା MEMU ଟ୍ରେନ୍ ରହିଛି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଭୁଟାନରେ ଫାଟିଲା ଗ୍ଲେସିୟର ହ୍ରଦ, ଆସାମ ଓ ପଶ୍ଚିମବଙ୍ଗରେ ହାଇ ଆଲର୍ଟ
  • ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ସମ୍ମାନ ନିଧିର ୨୪ ତମ କିସ୍ତି
  • ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍
  • ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଚାଷୀ କ୍ଷତିଗ୍ରସ୍ତ, ଫସଲ ନଷ୍ଟ ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
  • ନାଭାଲ ହେଲିକପ୍ଟର ଜରିଆରେ ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ, ଆସନ୍ତା ୨ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ : ସୁରେଶ ପୂଜାରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In