• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ନବୀନଙ୍କୁ ଭେଟିଲେ ବିଲ ଗେଟସ

by Voice of Victims
February 28, 2024
in ମୁଖ୍ୟ ଖବର, ରାଜ୍ୟ
ନବୀନଙ୍କୁ ଭେଟିଲେ ବିଲ ଗେଟସ

ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟସ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ଅନେକ ବିଷୟରେ ଆଲୋଚନା କରିଛନ୍ତି  । ଏହା ପୂର୍ବରୁ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ କୃଷି କ୍ଷେତ୍ରର ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେଶ୍‌ ଆପ୍ଲିକେସନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି  । ବିଲ ଆଣ୍ଡ ମାଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହାୟତାରେ ରାଜ୍ୟରେ କୃଷି ସମୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି  । ସମନ୍ୱିତ ଚାଷ ପାଇଁ ଏହା ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି  । ଚାଷ ସମ୍ବନ୍ଧୀୟ ସମସ୍ୟା ବାବଦରେ ଏହି କେନ୍ଦ୍ର ଚାଷୀଙ୍କୁ ସହାୟତା ଯୋଗାଉଛି  । ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ରାଜ୍ୟ ସରକାର ୨୦୧୭ରେ ଚୁକ୍ତି କରିଥିଲେ । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିଲା  । ଫାଉଣ୍ଡେସନର ସହଯୋଗରେ ରାଜ୍ୟରେ କିଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏନେଇ ବିଲ ଗେଟସ ସମୀକ୍ଷା କରିଛନ୍ତି  । ଅପରପକ୍ଷରେ କୃଷି ବିଭାଗ ପକ୍ଷରୁ ତାଙ୍କୁ ତଥ୍ୟ ପ୍ରଦାନ କରାଯାଇଥିଲା  । ବିଲ ଗେଟସ ଯେଉଁ ପ୍ରଶ୍ନ ପଚାରିଥିଲେ କୃଷି ଅଧିକାରୀଙ୍କ ଟିମ୍‌ ଏହାର ସଠିକ ଉତର ଦେଇଥିଲେ  । ଡିଜିଟାଲ ଏଗ୍ରିକଲଚର ଟୁଲ ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ସେବା ଓ ଯୋଜନା ପହଁଚାଉଥିବାରୁ ସେ ତାହାର ପ୍ରଶଂସା କରିଥିଲେ  । ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ସ୍ୱାବଲମ୍ବୀ ହୋଇଥିବା ଦୁଇଜଣ ମହିଳା ଚାଷୀଙ୍କ ସହ କଥା ହୋଇଥିଲେ । ଓଡ଼ିଶାଗସ୍ତ ଅବସରରେ ବିଲ ଗେଟସ ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ବୁଲି ଦେଖିଛନ୍ତି । ଏହି ଅବକାଶରେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତିକେୟନ ତାଙ୍କୁ ସ୍ୱାଗତ କରିଥିଲେ  । କେବଳ ମହିଳାମାନଙ୍କ ଦ୍ୱାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ସେ ଖୁସି ଜାହିର କରିଥିଲେ  । ମିଶନ ଶକ୍ତି ବଜାରରେ ପହଁଚି ପ୍ରଥମେ ସେ କୋରାପୁଟ କଫି କାଫେକୁ ଯାଇ କଫି ପିଇଥିଲେ  । ପରେ ବଜାର ଭିତରକୁ ଯାଇ ଢିଙ୍କିକୁଟା ଅକାଣ୍ଡି ଚାଉଳ, କନ୍ଧମାଳ ହଳଦୀ, କାଜୁ ବାଦାମ, ଦେଶି ମୁଗ ଡାଲି, ମୁଡକି କିଣିଥିଲେ  । କନ୍ଧମାଳ ହଳଦୀର ଔଷଧୀୟ ଗୁଣ ବିଷୟରେ ପଚାରି ବୁଝିଥିଲେ  । ମହିଳାମାନଙ୍କୁ ସ୍ୱାବଲମ୍ବୀ, ସଶକ୍ତିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ ଥିବା ସୁଜାତା କାର୍ତିକେୟନ କହିଥିଲେ  । ଏହି ଅବସରରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ  । ଏହାସହ ଭୁବନେଶ୍ୱର ଲୁମ୍ବିନ ବିହାର ସ୍ଥିତ ମା’ ମଙ୍ଗଳା ବସ୍ତି ପରିଦର୍ଶନ କରିବା ସହ ବିଜୁ ଆଦର୍ଶ କଲୋନୀ ଦେଖିଥିଲେ  ।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In