• About Us
  • Contact Us
Friday, November 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଉପରାଷ୍ଟ୍ରପତିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ୍ କରିବ କଂଗ୍ରେସ; ବିଜେଡିକୁ ସାମିଲ ହେବାକୁ ଆହ୍ୱାନ

by Voice of Victims
November 13, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସମସ୍ୟା ଅଭିଯୋଗ
ଉପରାଷ୍ଟ୍ରପତିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ୍ କରିବ କଂଗ୍ରେସ; ବିଜେଡିକୁ ସାମିଲ ହେବାକୁ ଆହ୍ୱାନ

ନଭେମ୍ବର ୧୬ ତାରିଖରେ ଓଡ଼ିଶା ବିଧାନସଭାରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକମାନଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମକୁ କଂଗ୍ରେସ ବୟକଟ୍ କରିବ। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମ ଆଗରେ ସ୍ପଷ୍ଟ ସୂଚନା ଦେବା ସହ ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ମଧ୍ୟ ଏହି କାର୍ଯ୍ୟକ୍ରମ ବୟକଟ୍ କରିବାକୁ ଆହ୍ୱାନ ଦେଇଛନ୍ତି।

ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଭକ୍ତ ଦାସ କହିଛନ୍ତି ଯେ, “ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ହେଉଛନ୍ତି ସାମ୍ବିଧାନିକ ପଦବୀ ଏବଂ ଏହି ପଦବୀ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାରରେ ବିଧାୟକମାନଙ୍କର କୌଣସି ସମ୍ମାନ ନାହିଁ । ତେଣୁ ଏହି କାର୍ଯ୍ୟକ୍ରମକୁ ବୟକଟ୍ କରିବା ନିହାତି ଦରକାର ।”

ଏହାସହ ବିଜେପି ବିଧାୟକମାନଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ, ବିରୋଧୀ ଦଳର ବିଧାୟକମାନେ ବିଧାନସଭା କାର୍ଯ୍ୟରେ ଭଲ ଭାବେ ତାଲିମପ୍ରାପ୍ତ ଅଛନ୍ତି, ବରଂ ବିଜେପି ବିଧାୟକମାନଙ୍କୁ ହିଁ ପ୍ରକୃତରେ ଟ୍ରେନିଂର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ ଯେ, ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଓଡ଼ିଶା ଗସ୍ତରେ ଆସି ବିଧାନସଭାର ନବନିର୍ବାଚିତ ଓ ଅନ୍ୟ ବିଧାୟକମାନଙ୍କ ପାଇଁ ଆୟୋଜିତ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ କାର୍ଯ୍ୟକ୍ରମ ପୂର୍ବରୁ କଂଗ୍ରେସର ଏହି ବୟକଟ୍ ନିଷ୍ପତ୍ତି ରାଜ୍ୟ ରାଜନୀତିକୁ ସରଗରମ କରିଛି ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ବଢିଲା CNG ଏବଂ PNG ମୂଲ୍ୟ: ଜାଣନ୍ତୁ ନୂତନ ଦର
  • ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ: ଧରାଶାୟୀ ହେଲା ଭାରତ
  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଜି ସନ୍ଧ୍ୟାରେ ବସିବ ଉଚ୍ଚସ୍ତରୀୟ ବୈଠକ
  • ଉପରାଷ୍ଟ୍ରପତିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ୍ କରିବ କଂଗ୍ରେସ; ବିଜେଡିକୁ ସାମିଲ ହେବାକୁ ଆହ୍ୱାନ
  • ଏଲ୍ ଆର୍ ଡିଏଭି ସ୍କୁଲ ଛାତ୍ର ଶ୍ରେୟସ ଷଡ଼ଙ୍ଗୀଙ୍କ କୃତିତ୍ୱ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In