• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କଲେ ଶତାଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ

by Voice of Victims
February 29, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କଲେ ଶତାଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ

ପୁରୀ (ଭିଓଭି): ଦଳଗତ ଭେଦଭାବ ରଖି ସରକାରଙ୍କ ଦ୍ୱାରା ମହିଳା ସ୍ୱୟଂସହାୟକ ଗୋଷ୍ଠି ମାନଙ୍କୁ ପ୍ରଦତ ବିଭିନ୍ନ ସରକାରୀ ସହାଯ୍ୟ ରୁ ବଂଚିତ କରିବା ପ୍ରତିବାଦରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ନେତୃତ୍ୱ ରେ ପୁରୀ ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂସହାୟକ ଗୋଷ୍ଠି ମାନଙ୍କ ତରଫରୁ ଏକ ବିରାଟ ରାଲି ବାହାରି ଆଜି ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହିତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଅଛି ।


ଆନ୍ଦୋଳନର ନେତୃତ୍ୱ ନେଉଥିବା ମହିଳା ମାନେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି କି, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଦିଆଯିବା ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ଅନୁଦାନ ଗୁଡିକ ଦେବାରେ ପାତର ଅନ୍ତର କରାଯାଉଅଛି । ଗୋଟିଏ ନିର୍ଦ୍ଦିଷ୍ଟ ଦଳର କୁଜି ନେତା ଏବଂ ଅଫିସର ମାନେ ଏଜେଂଟ ସାଜି ମହିଳା ଗୋଷ୍ଠି ମାନଙ୍କୁ ବିଭିନ୍ନ ରାଲି ଏବଂ ମିଟିଙ୍ଗ ସ୍ଥଳକୁ ଯିବାକୁ ବାଧ୍ୟ କରୁଛନ୍ତି । ଯେଉଁ ଗୋଷ୍ଠୀ ସଦସ୍ୟା ମାନେ ସେମାନଙ୍କ କଥାରେ ରାଜି ହେଉ ନାହାନ୍ତି ସେମାନଙ୍କୁ ଟାର୍ଗେଟ କରି ମିଶନ ଶକ୍ତି ରେ ସାମିଲ କରାଯାଉନାହିଁ । ଲୋନ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅନୁଦାନରୁ ବାଦ୍ ଦିଆଯାଉଅଛି । ପୁରୀର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ମଧ୍ୟରୁ କେତେକ ମିଶନ ଶକ୍ତି ଅଧୀନରେ ପଂଜିକରଣ ହୋଇଥିବା ବେଳେ କେତେକ ସ୍ୱୟଂସହାୟକ ଗୋଷ୍ଠି ପୁରୀ ପୌରସଂସ୍ଥା ଅଧୀନରେ ପଂଜିକରଣ ହୋଇଛନ୍ତି । ମିଶନ ଶକ୍ତି ମହାସଙ୍ଘ ଗୁଡିକର ସଭାନେତ୍ରୀ, ସଂପାଦିକା ଏବଂ ଅନ୍ୟ ପଦବୀ ଗୁଡିକରେ ଜାଣିଶୁଣି ବିଜେଡି ଦଳର ତୁଙ୍ଗ ନେତ୍ରୀ ମାନଙ୍କୁ ରଖାଯାଇ ଥିବାରୁ ମିଶନ ଶକ୍ତି ଅଧୀନରେ ପଂଜିକରଣ ହୋଇଥିବା ଅନେକ ଗୋଷ୍ଠିଙ୍କୁ ମଧ୍ୟ ଦଳଗତ ଭେଦଭାବ ରଖି ସରକାରଙ୍କ ବିଭିନ୍ନ ଅନୁଦାନ ଏବଂ ସହାୟତା ରାଶିରୁ ବାଦ୍ ଦିଆଯାଉଅଛି । ଏପରି ଉଦ୍ଦେଶ୍ୟ ମୂଳକ ଭାବରେ ପୁରୀ ମ୍ୟୁନିସିପାଲିଟି ରେ ପଂଜିକରଣ ହୋଇଥିବା ମହିଳା ସ୍ୱୟଂସହାୟିକା ଗୋଷ୍ଠି ମାନଙ୍କୁ ଏବେ ସରକାର ପ୍ରଦାନ କରୁଥିବା ଦଶହଜାର ଟଙ୍କା ଦିଆଯାଉନାହିଁ । ତେଣୁ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉଏବଂ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦିଆଯାଉ । ଏହି ଦାବିରେ ଆମେ ଆଜି ପୁରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛୁ । ଆସନ୍ତା ସାତ ଦିନ ଭିତରେ ଆମର ଦାବୀ ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ଏବଂ ଆମେ ଅନଶନରେ ବସିବୁ ବୋଲି ରାଜ୍ୟ ବିଜେପି ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରଂଜିତା ପାଢ଼ୀ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ମହିଳାମୋର୍ଚ୍ଚା ଶରଧାବାଲି ମଣ୍ଡଳ ସଭାନେତ୍ରୀ ଅନୀତା ପଟ୍ଟନାୟକ, ବିଜେପି ମହିଳାମୋର୍ଚ୍ଚା ର କମଳିନି ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ସ୍ୱରୂପା ନାୟକ, ବେଟୀ ବଚାଓ ବେଟୀ ପଢ଼ାଓ ର ସଂଯୋଜିକା ସୌମ୍ୟା ମିଶ୍ର ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପହଁଚି ଆନ୍ଦୋଳନରତ ମହିଳା ମାନଙ୍କ ସହ ମିଶି ଜିଲ୍ଲାପାଳଙ୍କ ସହିତ କଥାବାର୍ତା କରିଥିଲେ । ତଦନ୍ତ କରି ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ତାହା ନିଶ୍ଚିତ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Post Views: 45
Share201Tweet126Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In