• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଶିବରାତ୍ରୀକୁ ୮ ଦିନ, ବିପଜ୍ଜନକ ଅବସ୍ଥାରେ ଲିଙ୍ଗରାଜ ମନ୍ଦିରର ପୂର୍ବ ଦକ୍ଷିଣ କୋଣ

by Voice of Victims
February 29, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶିବରାତ୍ରୀକୁ ୮ ଦିନ, ବିପଜ୍ଜନକ ଅବସ୍ଥାରେ ଲିଙ୍ଗରାଜ ମନ୍ଦିରର ପୂର୍ବ ଦକ୍ଷିଣ କୋଣ

ଭୁବନେଶ୍ବର: ପାଖେଇ ଆସୁଛି ମହାଶିବରାତ୍ରୀ। ହାତରେ ଆଉ ମାତ୍ର ୮ ଦିନ ରହିଲା। ମାତ୍ର ଲିଙ୍ଗରାଜ ମନ୍ଦିର ପାର୍ଶ୍ବରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି। ଫଳରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା ଦେଖାଦେବାର ଯଥେଷ୍ଟ ଆଶଙ୍କା ରହିଛି। ଭୁବନେଶ୍ୱରରେ ଥିବା ଏହି ପୁରାତନ ଶିବ ମନ୍ଦିର ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର ।

ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି। ବିଭିନ୍ନ ପର୍ବପର୍ବାଣୀ ସମେତ ବର୍ଷର ବିଭିନ୍ନ ସମୟରେ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସିଥାଆନ୍ତି। ମହାଶିବରାତ୍ରୀ ସମୟରେ ଏଠାରେ ସୋରିଷ ପକାଇବାକୁ ସ୍ଥାନ ମିଳେନି। ମାତ୍ର ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିର ସାମ୍ନା ପୂର୍ବ ଦକ୍ଷିଣ କୋଣରେ ଏକ ନିର୍ମାଣ କାମ ଚାଲିଛି। ଲୁହା ଛଡ଼ ମୁକୁଳା ରହିବା ସହ ଏହି ସ୍ଥାନଟି ଖାଲଖମାରେ ଭରି ହୋଇ ରହିଛି। ପୁଣି ସେଠାରେ ଇଟା ବାଲି ସବୁ ଗଦା କରି ରଖାଯାଇଛି। ଯଦି ଏହି ସ୍ଥାନରେ ନିର୍ମାଣ କାମ ତୁରନ୍ତ ଶେଷ କରା ନ ଯାଏ ଅଥବା ଇଟା, ବାଲି ସବୁକୁ ଅନ୍ୟତ୍ର ସ୍ଥାନାନ୍ତର କରା ନ ଯାଏ, ତାହା ହେଲେ ଆଗାମୀ ଶିବରାତ୍ରୀ ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ନାନା ସମସ୍ୟା ସୃଷ୍ଟ କରିବ    । ଏପରିକି ଆସନ୍ନ ବିପଦକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Post Views: 65
Tags: 8 days to Shivaratri
Share202Tweet126Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In