• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଏକା ଲଢିବ ବିଜେଡି

by Voice of Victims
March 2, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏକା ଲଢିବ ବିଜେଡି

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇଛି ରାଜ୍ୟର ପାଣିପଗ ସେତିକି ଗରମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କିଏ କେତେ ଆସନ ଜିତିବ ତାହାର ହିସାବ ନିକାସ ଚାଲିଛି। ତେବେ ଏଥିରେ ବିଜେଡି ଆସନ୍ତା ନିର୍ବାଚନରେ କେତେ ଆସନରେ ଜିତିବ ତାହାର ଆକଳନ କରିିଛି। ସେହି ଅନୁସାରେ ଦଳ ୨୧ଟି ଲୋକସଭା ଆସନରୁ ୧୭ ଟି ଆସନରେ ଜିତିବ ବୋଲି ଘୋଷଣା କରିଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ସସ୍ମିତ ପାତ୍ର କହିଛନ୍ତି ଯେ ବର୍ତ୍ତମାନ ଲୋକେ ବିଜେଡି ସରକାରର ଜନହିତକର କାର୍ଯ୍ୟ ସଂପର୍କରେ ଅବଗତ ଅଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତି କରିଛନ୍ତି। ଏହି ସମୟରେ ସସ୍ମିତ ଘୋଷଣା କରିଛନ୍ତି ଯେ, ଏଥର ବିଧାନସଭାରେ ବିଜେଡି  ୧୪୭ ମଧ୍ୟର ୧୨୦ଟି ଆସନରେ ବିଜୟ ଲାଭ କରିବ। ସସ୍ମିତଙ୍କ ଏହି ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ଏକାକୀ ଲଢେଇ କରିବ। ଯେଉଁ ମେଣ୍ଟ କଥା ବାରମ୍ବାର ଚର୍ଚ୍ଚା ହେଉଛି ସେଥିରେ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇଛି। ଅର୍ଥାତ ବିଜେପି ବିଜେଡି ମେଣ୍ଟ ଚର୍ଚ୍ଚା ଶେଷରେ ସମାପ୍ତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ବିଜେଡି ଏହି ମେଣ୍ଟ ଚର୍ଚ୍ଚା ନେଇ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଛି। କହିଛି ବିଜେପିର ସବୁ ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଦେବାକୁ ନେତା ନାହିଁନ୍ତି। ସେଥିପାଇଁ ସେମାନେ ବିଜେଡି ନେତାଙ୍କ ଉପରେ ଭରସା କରିଛନ୍ତି। ବିଜେଡି ନେତା ସସ୍ମିତ ପାତ୍ର ସିଧା ଏହି ମେଣ୍ଟ ଚର୍ଚ୍ଚା ବିଜେପି କରୁଛି ବୋଲି ଜଣାଇ ଦେଇଛନ୍ତି। କାରଣ ତାଙ୍କ ପାଖରେ ନେତା ନାହିଁନ୍ତି, ତାଙ୍କର ଜିତିବାର ସମ୍ଭାବନା ନାହିଁ। ସେଥିପାଇଁ ମେଣ୍ଟ ଚର୍ଚ୍ଚା କରି ସେମାନେ ବିଜେଡି ଶକ୍ତିରେ ଶକ୍ତିଶାଳି ହେବେ ବୋଲି ଆଶା କରିଛନ୍ତି। ଗତକିଛି ଦିନ ଧରି ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବ ବୋଲି ବଡ ଚର୍ଚ୍ଚା ଚାଲିଛି। ଏ ନେଇ କୁଆଡେ ଦିଲ୍ଲୀ ବିଜେପିରେ ଆଲୋଚନା ଚାଲିଛି। ହେଲେ ଗତକାଲି ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲ ଏହାକୁ ଖଣ୍ଡନ କରିଥିଲେ। ବିଜେପି ଏକ ଲଢେଇ କରିବ ବୋଲି କହିଥିଲେ। ସେହିପରି ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସେହି କଥା କହିଥିଲେ। ଫଳରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

Post Views: 57
Share199Tweet124Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In