• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗନା ଗସ୍ତ: ୫୬,୦୦୦ କୋଟିରୁ ଅଧିକ ମୂଲ୍ୟ ପ୍ରକଳ୍ପର କଲେ ଉଦ୍‌ଘାଟନ, ଶିଳାନ୍ୟାସ

by Voice of Victims
March 4, 2024
in ଦେଶ ବିଦେଶ, ମୁଖ୍ୟ ଖବର
ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗନା ଗସ୍ତ: ୫୬,୦୦୦ କୋଟିରୁ ଅଧିକ ମୂଲ୍ୟ ପ୍ରକଳ୍ପର କଲେ ଉଦ୍‌ଘାଟନ, ଶିଳାନ୍ୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ଆଦିଲାବାଦ ଠାରେ ୫୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଦ୍ୟୁତ, ରେଳ ଏବଂ ସଡ଼କ କ୍ଷେତ୍ର ସହିତ ଜଡ଼ିତ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିଛନ୍ତି ତଥା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦିଲାବାଦର ଭୂମି କେବଳ ତେଲେଙ୍ଗାନାର ନୁହେଁ , ବରଂ ସମଗ୍ର ଦେଶ ସହ ଜଡିତ ବିକାଶ ପ୍ରକଳ୍ପର ସାକ୍ଷୀ ପାଲଟିଛି କାରଣ ୫୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୩୦ରୁ ଅଧିକ ଉନ୍ନୟନ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି କିମ୍ବା ଆଜି ଏହାର ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ଶକ୍ତି, ପରିବେଶ ସ୍ଥାୟୀତା ଏବଂ ସଡ଼କ ଯୋଗାଯୋଗ ସହିତ ଜଡିତ ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ । କେନ୍ଦ୍ର ସରକାର ଏବଂ ତେଲେଙ୍ଗାନା ରାଜ୍ୟ ଉଭୟ ପ୍ରାୟ ୧୦ ବର୍ଷ ପୂରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ନାଗରିକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସରକାର ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛନ୍ତି । ଆଜି ମଧ୍ୟ ୮୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏନଟିପିସି ୟୁନିଟ ୨ ଉଦ୍‌ଘାଟିତ ହୋଇଛି , ଯାହା ତେଲେଙ୍ଗାନାର ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଅମ୍ବାରୀ – ଆଦିଲାବାଦ – ପିମ୍ପଲଖୁଟି ରେଳ ଲାଇନର ବିଦ୍ୟୁତିକରଣ ଶେଷ ହେବା ଏବଂ ଆଦିଲାବାଦ, ବେଲା ଏବଂ ମୁଲୁଗୁରେ ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଆଜିର ଏହି ଆଧୁନିକ ରେଳ ଓ ସଡ଼କ ପ୍ରକଳ୍ପଗୁଡ଼ିକ ତେଲେଙ୍ଗାନା ତଥା ସମଗ୍ର ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଯାତ୍ରା ସମୟ  ହ୍ରାସ କରିବ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଅଗଣିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ଗୁଡ଼ିକର ବିକାଶ ମାଧ୍ୟମରେ ଦେଶର ବିକାଶର ମନ୍ତ୍ରକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ । ଉନ୍ନତ ଅର୍ଥନୀତି ସହିତ ଦେଶ ଉପରେ ବିଶ୍ୱାସ ବୃଦ୍ଧି ପାଇଥାଏ ଏବଂ ରାଜ୍ୟରେ ପୁଞ୍ଜି ନିବେଶ ହେଲେ, ରାଜ୍ୟମାନେ ହିଁ ଲାଭବାନ ହୁଅନ୍ତି ବୋଲି ସେ କହିଛନ୍ତି । ଗତ ତ୍ରୈମାସିକରେ ଭାରତ ଏକମାତ୍ର ପ୍ରମୁଖ ଅର୍ଥନୀତି ଭାବେ ୮.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବାରୁ ଭାରତୀୟ ଅର୍ଥନୀତିର ଉଚ୍ଚ ଅଭିବୃଦ୍ଧି ହାରକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଜୋର ଧରିଛି ବୋଲି ସେ ଉଲ୍ଲେଖ କରିଥିଲେ । “ଏହି ଦ୍ରୁତ ଗତିରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ” ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏହାର ଅର୍ଥ ହେଉଛି ତେଲେଙ୍ଗାନାର ଅର୍ଥନୀତି ମଧ୍ୟ ଉଚ୍ଚ ଅଭିବୃଦ୍ଧିସମ୍ପନ୍ନ ହେବ ।ତେଲେଙ୍ଗାନା ଭଳି କ୍ଷେତ୍ରରେ ପୂର୍ବରୁ ହୋଇଥିବା ଅବହେଳାକୁ  ମନେ ପକାଇ ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷ ମଧ୍ୟରେ ଶାସନର ନୂତନ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ଅଧିକ ଆବଣ୍ଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆମ ପାଇଁ ବିକାଶର ଅର୍ଥ ହେଉଛି ଅତି ଗରିବ ଲୋକ ମାନଙ୍କର ବିକାଶ, ଦଳିତ, ଆଦିବାସୀ, ପଛୁଆ ଓ ବଞ୍ଚିତଙ୍କ ବିକାଶ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର‌୍ୟରୁ ମୁକୁଳିଛନ୍ତି ଏବଂ ଗରିବଙ୍କ ପାଇଁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସେ ଶ୍ରେୟ ଦେଇଥିଲେ । ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷ ମଧ୍ୟରେ ଏଭଳି ଅଭିଯାନକୁ ଆହୁରି ବ୍ୟାପକ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ଡ. ତାମିଲିସାଇ ସୌନ୍ଦରରାଜନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରେବନ୍ତ ରେଡ୍ଡୀ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି.  କିଶନ ରେଡ୍ଡୀ ଉପସ୍ଥିତ ଥିଲେ ।

Post Views: 44
Tags: 000 croresPrime Minister's visit to Telangana: Inauguration of projects worth more than 56
Share198Tweet124Send
Voice of Victims

Voice of Victims

Recent Posts

  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ
  • ବଙ୍ଗଳା ପୋଲିସର ବଡ ପଦକ୍ଷେପ: ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କୁ କଲା ଅନଫଲୋ
  • ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍ , CDS ନିଯୁକ୍ତ କଲେ କେନ୍ଦ୍ର ସରକାର
  • ପଶ୍ଚିମବଙ୍ଗରେ ପ୍ରଥମ ସରକାର ଗଠନ କଲା ବିଜେପି: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In