• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଲୋକଙ୍କୁ ପୁଷ୍ଟି ଖାଦ୍ୟ ଯୋଗାଇବା ପାଇଁ ଆରମ୍ଭ ହେଲା କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ

by Voice of Victims
March 5, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଲୋକଙ୍କୁ ପୁଷ୍ଟି ଖାଦ୍ୟ ଯୋଗାଇବା ପାଇଁ ଆରମ୍ଭ ହେଲା କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଅପପୁଷ୍ଟି ଦୂରୀକରଣ ପାଇଁ ଘରଦୁଆରେ ପୁଷ୍ଟି ଯୋଜନାରେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଭାସି ମାଧ୍ୟମରେ ଏହି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡ଼ିହୋଇଥିବା ବିଭାଗୀୟ ଅଧିକାରୀମାନେ ନିଜ ନିଜ ଜିଲ୍ଲାରେ ଚିହ୍ନଟ ହିତାଧିକାରୀମାନଙ୍କୁ କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଖାଦ୍ୟ ନିରାପତ୍ତା ସହିତ ରାଜ୍ୟବାସୀଙ୍କ ପୁଷ୍ଟି ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ରାଜ୍ୟ ସରକାର ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିବାବେଳେ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହୋଇଥିବା ମା’ ଓ ଶିଶୁମାନଙ୍କୁ ଅପପୁଷ୍ଟି ଓ ରକ୍ତହୀନତା ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସୁସ୍ଥ ମା’ ଓ ସୁସ୍ଥ ଶିଶୁର ପରିକଳ୍ପନା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂର ଦୃଷ୍ଟିସଂପନ୍ନ ପଦକ୍ଷେପ ସ୍ୱରୂପ ‘ଘରଦୁଆରେ ପୁଷ୍ଟି’ ଯୋଜନା ଆରମ୍ଭ କରାଯାଇଛି। ଏଥି ମଧ୍ୟରେ ଚିହ୍ନଟ ହିତାଧିକାରୀ ପରିବାରଙ୍କୁ ଫଳ ଓ ପନିପରିବା ଚାରା ବଣ୍ଟନ ଏବଂ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମ ଅନ୍ତର୍ଭୁକ୍ତ। ଏହି ଯୋଜନାରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ ପ୍ରାଣୀଜ ପୁଷ୍ଟିସାର ଯୋଗାଇଦେବା ପାଇଁ କୁକୁଡ଼ା ଚିଆଁ ବଣ୍ଟନ କାରାଯାଉଛି। ରାଜ୍ୟର ୭ ଲକ୍ଷରୁ ଊଦ୍ଧ୍ୱର୍ ପରିବାର ଏହି କାର୍ଯକ୍ରମରେ ଉପକୃତ ହେବେ। ପରିବାର ପ୍ରତି ୫ ଗୋଟି ୨୮ ଦିନିଆ କୁକୁଡ଼ା ଚିଆଁ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି। ଦିନିକିଆ କୁକୁଡ଼ା ଚିଆଁ ତୁଳନାରେ ୨୮ ଦିନିଆ କୁକୁଡ଼ା ଚିଆଁ ପାଳନ ସୁବିଧାଜନକ ହୋଇଥିବାରୁ ବିଭାଗ ତରଫରୁ ୨୮ ଦିନିଆ କୁକୁଡ଼ା ଯୋଗାଇ ଦିଆଯାଉଛି। ବାଡ଼ି ଅଗଣାରେ ପାଳନ କରିବାକୁ ଥିବା ଏହି କୁକୁଡ଼ାରୁ ହିତାଧିକାରୀ ପରିବାରଙ୍କୁ ହାତପାଆନ୍ତାରେ ଅଣ୍ଡା ମିଳିବ ଏବଂ ଅଣ୍ଡା ପୁଷ୍ଟି ସାଧନରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ। ଏହି କାର୍ଯ୍ୟକ୍ରମରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୪ କୋଟି ଟଙ୍କା ବ୍ୟୟ ହେବ ଏବଂ ଏଥିରୁ ଦୈନିକ ପ୍ରାୟ ୪ ଲକ୍ଷ ୫୦ ହଜାର ଅଣ୍ଡା ଓ ବର୍ଷକୁ ପ୍ରାୟ ୧୬ କୋଟି ଅଣ୍ଡା ଉତ୍ପାଦନ ହୋଇପାରିବ। ଏହି କୁକୁଡ଼ା ଚିଆଁଗୁଡିକୁ ଲୋକମାନଙ୍କ ଘର ପାଖରେ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ପୂର୍ବରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଅପପୁଷ୍ଟିରେ ପୀଡ଼ିତ ପରିବାରଙ୍କୁ ସଜନା, କଦଳୀ, ଅମୃତଭଣ୍ଡା, କନ୍ଦମୂଳ ଆଦି ଚାରା ବଣ୍ଟନ କରାଯାଇଛି। ଏଥିରୁ ସେମାନେ ସଜନା ଶାଗ, ସଜନା ଛୁଇଁ, କଞ୍ଚା କଦଳୀ, ଅମୃତଭଣ୍ଡା ପରି ପରିବା ପାଇପାରିବେ ଏବଂ ସେମାନଙ୍କର ପୁଷ୍ଟି ସାଧନ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲେ। ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିବା ରାଜ୍ୟର ୩୦ଟି ଜିଲ୍ଲାର ୩୦ଟି ପଞ୍ଚାୟତର ହିତାଧିକାରୀମାନଙ୍କ ସହ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସିଧାସଳଖ କଥାବାର୍ତ୍ତା ହୋଇଥିଲେ। ହିତାଧିକାରୀମାନେ ସେମାନଙ୍କ ସୁବିଧା ଓ ରାଜ୍ୟରୁ ଅପପୁଷ୍ଟି ଦୂର ପାଇଁ ନିଆଯାଇଥିବା ଏପରି ପଦକ୍ଷେପକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଇଥିଲେ।ପ୍ରାରମ୍ଭରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ, କୁକୁଡ଼ା ଚିଆଁ ପାଳନ ମାଧ୍ୟମରେ ରାଜ୍ୟର ପ୍ରାୟ ୭ ଲକ୍ଷ ପରିବାରକୁ ଆବଶ୍ୟକୀୟ ପୁଷ୍ଟିସାର ମିଳିବ। ଛୋଟ ଛୁଆ ଓ ମା’ ମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଅତିରିକ୍ତ ନିର୍ଦ୍ଦେଶକ ଡ. ସଚ୍ଚିଦାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କୃଷି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Post Views: 29
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In