• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିଜେଡିରେ ଯୋଗ ଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

by Voice of Victims
March 7, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଜେଡିରେ ଯୋଗ ଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଆଜି ସେ ନିଜ ସମର୍ଥକଙ୍କୁ ଧରି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇ ମିଶ୍ରଣ ପର୍ବରେ ସାମିଲ କରାଯାଇଥିଲା। ଏଥିରେ ମହାଙ୍ଗା ବିଧାୟକ ପ୍ରତାପ ଜେନା, ଅଂଶମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ଏବଂ ସୁଶାନ୍ତ ରାଉତ ପ୍ରମୁଖ ଅରବିନ୍ଦଙ୍କୁ ଦଳରେ ସାମିଲ କରାଇଥିଲେ। ମିଶ୍ରଣ ପରେ ସେ ମିଡିଆଙ୍କୁ କହିଛନ୍ତି ଯେ, ଆଜି ମୋ ପାଇଁ ଏକ ଖୁସିର କଥା। ଆଜି ମୁଁ ବିଜେଡିରେ ଯୋଗ ଦେଇଛି। ବହୁଦିନ ଧରି ପାଟକୁରା ଅଞ୍ଚଳରେ କାମ କରୁଛି। ବିଜେଡିରେ ଯୋଗଦେବା ପୂର୍ବରୁ ମୁଁ ପାଟକୁରା ଲୋକଙ୍କ ସହିତ କଥା ହୋଇଛି। ସେମାନଙ୍କ ମତରେ ମୁଁ ବିଜେଡିରେ ଯୋଗ ଦେଲି। ଏହି ଉପଲକ୍ଷେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ତେବେ ତାଙ୍କର ବାପା ବିଜୟ ମହାପାତ୍ର ମଧ୍ୟ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ସେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହିତ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଥିଲା। ହେଲେ ତାହା ଶେଷ ମୂହୁର୍ତ୍ତରେ ବାତିଲ ହୋଇଥିବାର ଜଣାପଡିଛି।

Post Views: 30
Share206Tweet129Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In